By Our Correspondent
CUTTACK/BHUBANESWAR: ଓଡିଶା ବରିଷ୍ଠ ପୋଲିସ ଅଧିକାରୀ ମହିଳା କ୍ଲବର ୨୩ତମ ବାର୍ଷିକ ଉତ୍ସବ ଆଜି ଅପରାହ୍ନରେ ତୁଳସୀପୁର ପୋଲିସ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଅଛି .କ୍ଲବର ସଭାପତି ଶ୍ରୀମତୀ ରଶ୍ମି ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଲିସ ପରିବାର କଲ୍ୟାଣ କେନ୍ଦ୍ର ଗୁଡିକର କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହ କର୍ମକର୍ତ୍ତାଙ୍କୁ ଶୁଭେଛା ଏବଂ ଅଭିନନ୍ଦନ ଜଣାଇଥିଲେ.
ଆଜି ଶିଶୁ ଦିବସ ଅବସରରେ ସେ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ . ସମ୍ମାନିତ ଅତିଥି ଭାବେ ଶ୍ରୀ ଏମ୍. ଅକ୍ଷୟ, ଆରକ୍ଷୀ ମହାନିର୍ଦ୍ଦେଶକ (ଅଗ୍ନିଶମ, ହୋମଗାର୍ଡ ଓ ସିଭିଲ ଡିଫେନ୍ସ) ଏବଂ ଶ୍ରୀ ଯୋଶୱନ୍ତ ଜେଠୱା, ଭିଜିଲାନ୍ସ ନିର୍ଦ୍ଦେଶକ ଯୋଗଦେଇ ସମାଜ ପ୍ରତି ଏହି ମହିଳା କ୍ଲବର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ .
ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ୍ ଓ ଶୃଙ୍ଖଳା), ଶ୍ରୀ ଆର. କେ. ଶର୍ମା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗ୍ରହଣ କରି ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ ଏବଂ ସେମାନଙ୍କ ଉନ୍ନତିରେ ଦେଶର ଉନ୍ନତି ନିର୍ଭର କରୁଛି ବୋଲି ମତବ୍ୟକ୍ତ କରିଥିଲେ . ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ପିତାମାତା, ଶିକ୍ଷକ ଓ ଗୁରୁଜନ ମାନେ ଶିଶୁମାନଙ୍କୁ ସଠିକ ମାର୍ଗରେ ନେବାକୁ ପରାମର୍ଶ ଦେଇଥିଲେ .
ପ୍ରାରମ୍ଭରେ ପରିବାର କଲ୍ୟାଣ କେନ୍ଦ୍ରର ସଂପାଦକ ଶ୍ରୀମତୀ ସବିତା ପରିଡା ବାର୍ଷିକ ବିବରଣୀ ପାଠ କରିଥିଲେ . କ୍ଲବର କୋଷାଧ୍ୟକ୍ଷ ଶ୍ରୀମତୀ ଅନୁରାଧା ସିଙ୍ଗରାଜୁ ଧନ୍ୟବାଦ ଅର୍ପଣ କରିଥିଲେ , ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ତଥା ବ୍ୟକ୍ତି ବିଶେଷଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା . ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା .
ଏହି କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ସଭ୍ୟା, ବରିଷ୍ଠ ପୋଲିସ ଅଧିକାରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ .










![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)
















