Saraswati Sishu Vidya Mandir, Bantala in Angul observes Silver Jubilee Celebrations

0
377

By Our Correspondent

ANGUL: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ; ଶିକ୍ଷା ସହ ସଂସ୍କାର ଦେବା, ଚରିତ୍ର ତଥା ବ୍ୟକ୍ତିତ୍ୱ ନିର୍ମାଣ କରିବାର ପ୍ରୟୋଗଶାଳା ବୋଲି ରବିବାର ଅନୁଗୋଳ ଜିଲ୍ଲା ବନ୍ତଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ‘ରଜତ ଜୟନ୍ତୀ ସମାରୋହ’ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ  ପ୍ରଧାନ କହିଛନ୍ତି ଯେ ବନ୍ତଳା ସହ ମୋର ସମ୍ପର୍କ ବହୁ ପୁରୁଣା । ଏହି ସ୍ଥାନକୁ ଆସିଲେ ମନରେ ଆତ୍ମସନ୍ତୋଷ ଆସେ । ସେହି ଭୂମିରେ ପ୍ରତିଷ୍ଠିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ମାଧ୍ୟମରେ ଅଞ୍ଚଳକୁ ପ୍ରସ୍ଫୁଟିତ କରିବା ଆନନ୍ଦର ବିଷୟ । ସାରା ଓଡ଼ିଶାରେ ଏକ ଆଦର୍ଶ ଶିକ୍ଷା ବ୍ୟବସ୍ଥା ବିକଶିତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି ବିଦ୍ୟା ମନ୍ଦିର ଆଗାମୀ ଦିନରେ ଶିକ୍ଷା ଆନ୍ଦୋଳନ ମାଧ୍ୟମରେ ନୂଆ ଓଡ଼ିଶା ନିର୍ମାଣ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ‘ବାଲ ବାଟିକା’ ର ବ୍ୟବସ୍ଥା କରାଯାଇଛି । କାରଣ ଏହି ବ୍ୟବସ୍ଥା ପାଶ୍ଚାତ୍ୟ ଶିକ୍ଷା ବ୍ୟବସ୍ଥା ଭଳି ‘ମୁଁ’ ନୁହେଁ ବରଂ ଭାରତୀୟ ବିଚାରଧାରା ‘ଆମେ’କୁ ସ୍ୱୀକୃତି ଦିଏ । ଋଷି ଦଧୀଚି, ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତ ଏବଂ ବାଳୁତ ଧର୍ମପଦ ନିଜ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ତ୍ୟାଗ କରିଥିଲେ । ଏଥିପାଇଁ ଆଗାମୀ ୨୫ ବର୍ଷର ଅମୃତ କାଳ ଆମ ସମସ୍ତଙ୍କ ପାଇଁ ମହତ୍ୱପୂର୍ଣ୍ଣ । ଏହି ସମୟରେ କେବଳ ଆମେ ନିଜ କଥା ଭାବିବା ନୁହେଁ ବରଂ ବିଶ୍ୱ କଲ୍ୟାଣର ଚିନ୍ତା କରିବାର ଆବଶ୍ୟକତା ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here