Rajdhani Law College Students on warpath over controversial Exam Results

0
538

By Our Correspondent

BHUBANESWAR: ରାଜଧାନୀ ଆଇନ ମହାବିଦ୍ୟାଳୟ, ଭୁବନେଶ୍ବରରେ 3 year LLB ପ୍ରଥମ ସେମିଷ୍ଟର ପରୀକ୍ଷା ଫଳ ପ୍ରାୟ ଏକ ବର୍ଷ ପରେ ରାତିଆ ରାତି ବାହାରିଛି । ଗୋଟିଏ ବ୍ୟାଚରେ 172 ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ଏହା ଉଦ୍ଧେଶ୍ୟ ମୂଳକ ଭାବେ ଷଡ଼ଯନ୍ତ୍ର କରି କରାଯାଇଛି ।

ଏହା ଇତିହାସରେ ପ୍ରଥମ ଘଟଣା ।ଏହି ଘଟଣାକୁ ପ୍ରତିବାଦ କରି ଆଇନ ଛାତ୍ରଛାତ୍ରୀ ଗଣ କଲେଜ ପରିସରରେ ହଗାଂମା କରିଛନ୍ତି । ଆଇନ୍ ଛାତ୍ର ନେତା ପ୍ରକାଶ ଦାସ ସିଧା ଟାର୍ଗେଟ କରି କହିଛନ୍ତି ଏବଂ କିଛି ଦାବି କରିଛନ୍ତି;

୧- ଫେଲ୍ ହୋଇଥିବା 172 ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା 7 ଦିନ ମଧ୍ୟରେ rechecking କରାଯାଉ ।

୨- ତୁରନ୍ତ Marksheet ପ୍ରଦାନ କରନ୍ତୁ । (କାହିଁକି Marksheet ବିଶ୍ୱବିଦ୍ୟାଳୟ ଦେଉ ନାହିଁ)

୩- ସମସ୍ତ ପରୀକ୍ଷା ଫଳ website ରେ ବାହାରିବା ପାଇଁ ବ୍ୟବସ୍ଥା କରାଯାଉ ।

୪- ପ୍ରଥମ ସେମିଷ୍ଟାର ପରୀକ୍ଷା ଫଳ ବାହାରିବା ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ଠାରୁ କାହିଁକି Re admission ବାବଦରେ Rs. 62 lakh ଟଙ୍କା ନିଆଗଲା? ଏହାର ଜବାବ ଦିଅନ୍ତୁ ।

୫- କାହିଁକି ପରୀକ୍ଷାର ପ୍ରାୟ ଏକ ବର୍ଷ ପରେ ପରୀକ୍ଷା ଫଳ ବାହାରିଲା? ଏହାର ଉଦ୍ଧେଶ୍ୟ କଣ? ପରବର୍ତ୍ତୀ ସମୟରେ UGC guideline ମାନି ପରୀକ୍ଷା ଫଳ ବାହାର କରାଯାଉ ।ଇତ୍ୟାଦି…

LEAVE A REPLY

Please enter your comment!
Please enter your name here