Pahal PS Case No-359, accused arrested

0
283
Santi Naik (23), S/O- Late Hari Naik, At/Po- Sidheswar, PS- Balugaon, Dist- Khurdha

By Biswanath Dash

BHUBANESWAR:   Pahal PS Case No-359, dtd.20.11.2023, U/S-394/307 IPC.PO: Near Ganapati Dhaba, PS- Pahal, BBSR UPD.

Gist of the FIR:

ପାହାଳ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ପ୍ରୀତମ ଦାସଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ବିଳମ୍ବିତ ରାତିରେ ନିଜ ମୋଟରସାଇକେଲ ଯୋଗେ ଭୁବନେଶ୍ବରରୁ କଟକ ଫେରୁଥିବା ବେଳେ ପାହାଳ ଥାନା ଅନ୍ତର୍ଗତ ଗଣପତି ଢାବା ନିକଟରେ କୌଣସି ଏକ କାରଣ ବଶତଃ ଗାଡି ରଖି ଛିଡା ହୋଇଥିଲେ ।

ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ଦୁଇ ସହଯୋଗୀ ପାଖକୁ ଆସି ତାଙ୍କ ନିକଟରେ ଥିବା ଟଙ୍କା ଜୋରଜବରଦସ୍ତ ଛଡାଇ ନେବାଲାଗି ଉଦ୍ୟମ କରିଥିଲେ । ଅଭିଯୋଗକାରୀ ଜଣକ ସେମାନଙ୍କୁ ବିରୋଧ କରିବାରୁ, ସେମାନେ ପଥର ସାହାଯ୍ୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ଅଭିଯୋଗକାରୀଙ୍କ ପାଟି ଓ ଶରୀରର ଅନ୍ୟାନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା । ଏହି ସମୟରେ ପାହାଳ ଥାନାର ରାତ୍ରିକାଳୀନ ପେଟ୍ରୋଲିଙ୍ଗ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଭିଯୋଗକାରୀଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ବେଳେ ନିମ୍ନୋକ୍ତ ଜଣେ ଅଭିଯୁକ୍ତଙ୍କୁ କାବୁକରି ଥାନାକୁ ଆଣିଥିଲେ ।

ପରେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ ।  ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଲାଗି ଉଦ୍ୟମ ଜାରି ରହିଛି ।

Name & Address of Accused persons:

1.         Santi Naik (23), S/O- Late Hari Naik, At/Po- Sidheswar, PS- Balugaon, Dist- Khurdha.

LEAVE A REPLY

Please enter your comment!
Please enter your name here