Pahal PS Case No-204, one accused arrested

0
401
Kartik Kumar Behera (32), S/O- Rabindra Behera of Vill- Bhimpur, PS- Pahal, Bhubaneswar UPD

By Our Correspondent

BHUBANESWAR:  Pahal PS Case No-204, dtd-29.06.2023, U/S- 341/294/323/354/354-A/354-B/354-D/427/506/34 IPC.PO:      PS- Pahal, BBSR UPD.

Gist of the FIR:

ଆଜି ପାହାଳ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ପୀଡ଼ିତା ଏବଂ ନିମ୍ନୋକ୍ତ ଅଭିଯୁକ୍ତ ଗୋଟିଏ ଗ୍ରାମର ବାସିନ୍ଦା । ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଗତ ୧୦ ବର୍ଷ ହେବ ପିଡ଼ିତାଙ୍କୁ ଏକପାଖିଆ ଭଲପାଇଆସୁଥିଲେ । ପୀଡ଼ିତା ସେତେବେଳେ ନାବାଳିକା ଥିବାରୁ ପରିବାର ସଦସ୍ୟ ତାଙ୍କ ସହିତ ବିବାହ ପାଇଁ ରାଜି ହୋଇନଥିଲେ । ଅଭିଯୁକ୍ତ ଜଣକ ଅନେକ ଥର ପିଡ଼ିତାଙ୍କୁ ବିବାହ କରିବା ପାଇଁ ଚେଷ୍ଟାକରି ମଧ୍ୟ ବିଫଳ ହୋଇଥିଲେ ।

ଯାହାଫଳରେ ଅନ୍ୟ ଉପାୟ ନପାଇ ଅଭିଯୁକ୍ତ ଜଣକ ଅନ୍ଯଜଣକୁ ବିବାହ କରିଥିଲେ, ଏବଂ ଉଭୟଙ୍କର ୫ ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ଏହି କାରଣରୁ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ଜଣକ ପିଡ଼ିତାଙ୍କୁ ନାନାପ୍ରକାର ଧମକ ଦେବା ସହିତ ବାରମ୍ବାର ହଇରାଣ ହରକତ କରୁଥିଲେ ।

ତାଙ୍କ ସହିତ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ସହିତ ତାଙ୍କପାଇଁ ଆସୁଥିବା ବିବାହ ପ୍ରସ୍ତାବକୁ ମଧ୍ୟ ଭାଙ୍ଗି ଦେଉଥିଲେ । ଏହି କାରଣରୁ ପୀଡ଼ିତାଙ୍କର କୌଣସି ଏକ ଦୂର ସ୍ଥାନରେ ନିର୍ବନ୍ଧ କରାଯାଉଥିବା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ସେଠାରେ ପହଞ୍ଚି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଘଟଣାର ଅଭିଯୋଗ ପରେ ପାହାଳ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।

ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି । 

Name & Address of Accused person:

1.         Kartik Kumar Behera (32), S/O- Rabindra Behera of Vill- Bhimpur, PS- Pahal, Bhubaneswar UPD.

LEAVE A REPLY

Please enter your comment!
Please enter your name here