By Our Correspondent
BHUBANESWAR: Industrial Development Corporation of Odisha (IDCO), a State PSU under the Industry Department, is running shortage of staffs.
As per information sought through RTI by activists Pradip Pradhan, it was revealed that, 117 Group-A, 143 Group-B and 67-Group-C posts are lying vacant at IDCO. The total vancies is 327 while 6 Contractual staffs engaged in IDCO by July 2022.
IDCO had engaged M/S Jagannath Placement and Security Services Pvt Ltd and M/S Randstad India Pvt Ltd as outsourced agencies since 2019 and 2012 respectively for supply of different types of manpower.
Interestingly, Industry, Energy and MSME Minister and Industry Secretary Hemant Sharma seems paying no attention to the state of affairs in IDCO while Outsourcing-Placement Agencies calling Shots in Industry Department, sources said.
‘ଇଡ଼ କୋ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ ଦୀର୍ଘ ବର୍ଷ ଧରି ଗ୍ରୁପ-ଏ ପଦବୀ ୧୧୭, ଗ୍ରୁପ-ବି ପଦବୀ ୧୪୩, ଗ୍ରୁପ-ସି ପଦବୀ ୬୭ ଖାଲି ପଡ଼ିଛି । ଏଥିରୁ ଅନୁମେୟ ଏହି ସଂସ୍ଥା କିପରି ଚାଲିଥିବ ।,’ RTI Activist Pradhan said.
Pradhan further said “ ରାଜ୍ୟ ବଜେଟର ନବକଳେବର ଯେତେକି ହେଉଛି , ରାଜ୍ୟ ପ୍ରଶାସନ ରେ ବ୍ୟାପକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡୁଛି । ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ହାରାହାରି 50 ଭାଗ ପଦବୀ ଖାଲି ପଡ଼ିଛି । ସରକାର ନାମ ମାତ୍ର କିଛି contractual staff ଓ outsourcing agency ମାଧ୍ୟମରେ କିଛି କର୍ମଚାରୀ ଙ୍କୁ ନିଯୁକ୍ତି ଦେଇ ଯେଣତେଣ ପ୍ରକାରରେ କାମ ଚଳାଉଛନ୍ତି,’.
ପୁଣି ସରକାରୀ ପ୍ରକଳ୍ପ ଗୁଡିକୁ ଚଳେଇ ରଖିବା ପାଇଁ ବିଭିନ୍ନ କର୍ତ୍ତୃପକ୍ଷ ବହୁ ଠିକାଦାରୀ ସଂସ୍ଥାମାନଙ୍କୁ ନିଯୁକ୍ତି ଦେଇ କାମ ଚଳେଇ ରଖିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ଜନକ ହେଉଛି ଯେତେସବୁ ବଡ ବଡ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି , ସେହି ସବୁ କାମ ବାହାର ରାଜ୍ୟର ଠିକାଦାରୀ ସଂସ୍ଥା ଙ୍କୁ ଦିଆଯାଇଛି । ସେମାନଙ୍କ ଠାରୁ direct PC collection ହେଉଛି । ରାଜ୍ୟ ବାସୀ ଜାଣିବାର ସୁଯୋଗ ନାହିଁ ।, Pradhan said,
‘କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ contractual ପଦବୀ ଉଚ୍ଛେଦ ହେଲା ଓ ସେମାନଙ୍କୁ ନିୟମିତ କରିବା ପାଇଁ ଘୋଷଣା କଲେ ।ଏହି ଘୋଷଣା ଶୁଣି contractual staff ମାନେ ଆନନ୍ଦରେ ନାଚିଲେ ଓ ବାଣ ଫୁଟେଇଲେ । ପ୍ରକୃତରେ ସେମାନେ ସ୍ୱତଃସ୍ଫୁର୍ତ୍ତ ଭାବେ ଆନନ୍ଦ ଉତ୍ସବ କଲେ ନା ତାଙ୍କୁ ଏପରି ହେବାକୁ କୁହାଯାଇଥିଲା, ଏହା ଏକ ବଡ଼ ପ୍ରଶ୍ନ । ସେମାନେ ବୋଧହୁଏ ଜାଣି ଥିବେ ଯେ ଏହି ସରକାର ହିଁ contractual appointment ର ଜନ୍ମଦାତା । ଏହି ପଦବୀ ଉଠେଇବା ବିରୁଦ୍ଧରେ ଏହି ଠିକା କର୍ମଚାରୀଙ୍କ ସଂଘ ବହୁ ଆନ୍ଦୋଳନ କରିଛନ୍ତି । ବର୍ଷ ବର୍ଷ ଧରି ଏହି ସରକାର କାମ ଦରମା ଦେଇ ବର୍ଷ ବର୍ଷ ଧରି ଶୋଷଣ କରିଛି । ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟରୁ ସେମାନଙ୍କୁ ବଂଚିତ କରାଯାଇଛି । ତାଙ୍କର ଆନ୍ଦୋଳନ କୁ ବହୁ ସିଭିଲ ସୋସାଇଟି ସଂଗଠନ ଓ ରାଜନୈତିକ ଦଳ ସମର୍ଥନ ଦେଇଛନ୍ତି । ସେମାନଙ୍କର ଲଗାତାର ଆନ୍ଦୋଳନ ଯୋଗୁ ମୁଖ୍ୟମନ୍ତ୍ରୀ ବାଧ୍ୟ ହୋଇ ଏହି ଘୋଷଣା କରିଛନ୍ତି । ତେଣୁ ସେମାନଙ୍କ ଆନ୍ଦୋଳନର ଏହା ବିଜୟ । ତେଣୁ ମୁଖ୍ୟମନ୍ତ୍ରୀ ଙ୍କୁ ସାଧୁବାଦ ଜଣେଇ ବାର ପ୍ରଶ୍ନ ଆସିଲା କେଉଁଠୁ ?,” Pradhan asked.
‘ରାଜ୍ୟରେ ସବୁଠାରୁ ବଡ଼ ସମସ୍ୟା ହେଉଛି , outsourcing ସଂସ୍ଥା ମାନଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀ ମାନଙ୍କୁ ବ୍ୟାପକ ଶୋଷଣ ଓ ଶହ ଶହ ସରକାରୀ ପଦବୀ ଖାଲି ।ଆମ ରାଜ୍ୟରେ ଇଞ୍ଜିନିୟର ଭଡାଟିଆ, ଡାକ୍ତର ଭଡାଟିଆ , ଜଣେ ଅଧିକାରୀ ଏକାଧିକ ପଦବୀ ରେ ନିଯୁକ୍ତ । ଅଭାବନୀୟ ସ୍ଥିତି । ତଥାପି ଶାସନ ଚାଲିଛି ।,’ he added.