Odisha Police Wins Bronze at 71st All India Police Hockey Championship in Kolkata

0
718

By Our Correspondent

CUTTACK/BHUBANESWAR: ୭୧ ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିୟାନସିପରେ ଓଡିଶା ପୋଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି | ଓଡିଶା ପୋଲିସର ପୁରୁଷ ଟିମ ସି.ଆଇ.ଏସ.ଏଫ କୁ ୬-୪ ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ମହିଳା ବର୍ଗରେ ଓଡିଶା ପୋଲିସ ତାମିଲନାଡୁ କୁ ୪-୨ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି |

ଉଲ୍ଲେଖଯୋଗ୍ଯ ଯେ ଗତ ନଭେମ୍ବର ମାସ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ପୋଲିସ ଆନୁକୁଲ୍ଯରେ କୋଲକାତାସ୍ଥିତ ସାଇ କମ୍ପ୍ଲେକ୍ସ ଠାରେ ସର୍ବଭାରତୀୟ ପୋଲିସ ହକି ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା |

ପୁରୁଷ ଟିମର ଅଧିନାୟକ ଅଲମ୍ପିୟାନ  ବୀରେନ୍ଦ୍ର ଲାକ୍ରା ଓ ଟିମ ମ୍ୟାନେଜର ସଂଜୀବ କୁମାର ଲାକ୍ରା ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି | ଏହି ଅବସରରେ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ବଂସଲ କ୍ରୀଡାବିତମାନଙ୍କ ସାଫଲ୍ୟରେ ସନ୍ତୋଷ ବ୍ୟକ୍ତ କରିବା ସହ ଭବିଷ୍ୟତରେ କଠିନ ପରିଶ୍ରମ କରି ରାଜ୍ୟ ପୋଲିସ ପାଇଁ ଅଧିକ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ | ଏହି ସାକ୍ଷାତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ଆର. କେ. ଶର୍ମା ମଧ୍ୟ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here