Nayapalli Police arrested “ମାସି ଏଣ୍ଟରପ୍ରାଇଜେସ” owner Mamtaj

0
328

By Biswanath Dash

BHUBANESWAR: Ref: Nayapalli PS Case No-792, dtd.23.12.2022, U/S-420/506/34 IPC.PO: In front of Hotel Pal Height, PS- Nayapalli, BBSR UPD.

Gist of the FIR:

ନୟାପଲ୍ଲୀ ଥାନା ପୁଲିସ ଉପରୋକ୍ତ ଠକେଇ ମାମଲାର ତଦନ୍ତ କରିବା ସହିତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଜଟଣୀସ୍ଥିତ “ମାସି ଏଣ୍ଟରପ୍ରାଇଜେସ” ର ମାଲିକ ଅଟନ୍ତି । ଏହି “ମାସି ଏଣ୍ଟରପ୍ରାଇଜେସ” ମାଧ୍ୟମରେ ଅଭିଯୁକ୍ତ ଏବଂ ତାଙ୍କର ସ୍ବାମୀ ଲୋକଙ୍କୁ ଲୁହାଖଣ୍ଡ ଡେଲିଭରି ଦେବା କାର୍ଯ୍ୟ କରନ୍ତି । ଗତ ତା.୦୯.୧୨.୨୦୨୨ ରିଖରେ ଅଭିଯୋଗକାରୀ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗୋଟିଏ ଟ୍ରକ ଲୁହାଖଣ୍ଡ ନିମନ୍ତେ ୯,୨୬,୦୦୦ଟଙ୍କା ଦେଇଥିଲେ, ଯାହାକୁ କି ଅଭିଯୁକ୍ତ ରାୟଗଡାର ଥେରୁବାଲିରେ ଥିବା ଇମ୍ଫାରୁ ଆଣି ଅଭିଯୋଗକାରୀଙ୍କୁ ଡେଲିଭରି ଦେଇଥାନ୍ତେ । ଇମ୍ଫା କମ୍ପାନୀରେ ଟ୍ରକରେ ସାମଗ୍ରୀ ଲୋଡ ହେଲାପରେ ଅଭିଯୋଗକାରୀଙ୍କ ନିକଟକୁ ଓଜନ ମାପର ଏକ ବିଲ ଆସିଥିଲା ଏବଂ ଅଭିଯୋଗକାରୀ ବିଲ ଅନୁଯାଇ ଅଭିଯୁକ୍ତଙ୍କୁ ସମସ୍ତ ଟଙ୍କା ପ୍ରଦାନ କରିଥିଲେ ।

କିନ୍ତୁ ପରେ ଅଭିଯୁକ୍ତ ଜଣକ ଇମ୍ଫାର ମାଲିକଙ୍କୁ ଟଙ୍କା ନ ଦେବାରୁ, ସେ ଉକ୍ତ ଟ୍ରକରେ ଲୋଡ ହୋଇଥିବା ଲୁହାକୁ ଅନ୍ୟତ୍ର ବିକ୍ରି କରି ଦେଇଥିଲେ। ଏହା ଜାଣିବା ପରେ ଅଭିଯୋଗକାରୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ଅଭିଯୋଗପରେ ନୟାପଲ୍ଲୀ ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ ।  ତଦନ୍ତରୁ ଆହୁରି ମଧ୍ୟ ଜଣା ପଡିଛି ଯେ, ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସ୍ବାମୀ ମିଶି ଏହ ପରି ଉପାୟରେ ପୁର୍ବରୁ ମଧ୍ୟ ବହୁ ଲୋକଙ୍କୁ ଠକି ଆସିଛନ୍ତି ।    ତଦନ୍ତ ଶେଷରେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

1.                Mamtaj (29), W/O- Sahadab Allam Khan of Vill- Aenda, PO- Sukarpada, PS- Nischintakoili, Dist- Cuttack, At/Pr- Allisan Villa, PS- Khandagiri, Bhubaneswar UPD.

LEAVE A REPLY

Please enter your comment!
Please enter your name here