National Tribal Carnival organized by Parichaya in Sambalpur

0
202

By Our Correspondent

SAMBALPUR/BHUBANESWAR : ସମାଜର ଅନ୍ତିମ ପାହାଚରେ ଥିବା ଆଦିବାସୀ ସମାଜର ପରିଶ୍ରମ ବଳରେ ଆମେ ଆଗରେ ଅଛେ । ସାମ୍ପ୍ରତିକ ସମୟରେ ଓଡ଼ିଶାରେ ଏହି ସମାଜକୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବା ଜରୁରୀ ହୋଇପଡିଛି ।  ଆଦିବାସୀଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ପାଇଁ ଆମ ସମାଜ ଏକାଠି ହେବା ଦରକାର ବୋଲି ରବିବାର ସମ୍ବଲପୁର ଅଇଁଠାପାଲିରେ ଅନୁଷ୍ଠିତ ‘ପରିଚୟ – ଜାତୀୟ ଆଦିବାସୀ ମହୋତ୍ସବ’କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସ-ପରିଚୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ଭଳି ସାଂସ୍କୃତିକ ସମ୍ପନ୍ନ ସହରରେ ଏଭଳି ଏକ ଭବ୍ୟ ମହୋତ୍ସବ ଆୟୋଜନ କରି ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀର ପ୍ରଚାର ପ୍ରସାର ସହ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ଦିଗରେ ଉଦ୍ୟମ ପ୍ରଶଂସନୀୟ । ସମ୍ବଲପୁର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜନଜାତିଙ୍କ ତ୍ୟାଗ କାରଣରୁ ଦେଶ ସ୍ୱାଧୀନତା, ସ୍ୱାଭିମାନୀ ଓ ସ୍ୱାବଲମ୍ବୀ ହୋଇଛି । ପରିବେଶ ସୁରକ୍ଷା ସହ ବାନଜାତ ଦ୍ରବ୍ୟ ଯୋଗାଇବାରେ ଆଦିବାସୀ ସମାଜର ବହୁତ ବଡ ଅବଦାନ ଅଛି । କୁଟ୍ଟୀର ଶିଳ୍ପ, ହସ୍ତ ସାମଗ୍ରୀ ତଥା ଜନଜାତି ଅଞ୍ଚଳରୁ ବାହାରିଥିବା ଜିନିଷର ନିଜସ୍ୱ ପରିଚୟ ଓ ସ୍ୱତନ୍ତ୍ରତା ଅଛି ।

ବିଗତ ଦଶ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଆଦିବାସୀ ସମାଜର ବିକାଶ ପାଇଁ ଯେତେ ହୋଇଛି, ତାହା ପୂର୍ବରୁ କେବେ ହୋଇନାହିଁ । ୨୪ ହଜାର କୋଟି ଟଙ୍କା ବ୍ୟବରାଦ କରାଯାଇ ୭୫ଟି ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ ବିକାଶ ପାଇଁ ପିଏମ ଜନମନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।  ଓଡ଼ିଶାର ୪ଟି ବିଶେଷରୂପେ ଦୁର୍ବଳ ଆଦିବାସୀ ଗୋଷ୍ଠୀ(ପିଭିଟିଜି) ପାଉଡି ଭୂୟାଁ, ଚୁକ୍ତିଆ ଭୁଞ୍ଜିଆ, ବୋଣ୍ଡୋ ଓ ମାଙ୍କଡିଆଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରି ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଇଛି । ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ଅନେକ ସୁବିଧା ପ୍ରଦାନ କରିବା ପାଇଁ ୪୦ ହଜାର କୋଟି ଖର୍ଚ୍ଚ କରି ଦେଶରେ ୭୦୦ ଟି ଏବଂ ଓଡ଼ିଶାରେ ୧୦୦ରୁ ଉର୍ଦ୍ଧ୍ୱ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନା ହୋଇଛି । ଶିକ୍ଷାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ବୃଦ୍ଧି ପାଇଛି । ମୋଦିଙ୍କ ଗ୍ୟାରେଣ୍ଟିରେ ଜନଜାତିଙ୍କ ବିକାଶର କଥା ରହିଛି । ପରିଚୟ – ଜାତୀୟ ଆଦିବାସୀ ମହୋତ୍ସବ’କୁ ଆସୁଥିବା ଲୋକମାନେ ଭୋକାଲ୍ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେଇ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ କିଣନ୍ତୁ । ଆଦିବାସୀ ସମାଜ ବଢିଲେ ହିଁ ବିକଶିତ ଭାରତ ସମ୍ଭବ ହେବ ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଆଦିବାସୀ ମାନଙ୍କର ଜାଗାକୁ ସହଜରେ କେହି ନେଇପାରିବନି । ଆଦିବାସୀଙ୍କ ଜମି ବିକ୍ରି ହୋଇପାରିବ ନାହିଁ ବୋଲି ସମ୍ବିଧାନରେ ଅଛି । ଓଡ଼ିଶାରେ ଆଦିବାସୀଙ୍କ ଜମି ବିକିବା ପାଇଁ ଷଡଯନ୍ତ୍ର ହେବା ଘଟଣା ଠାରୁ ଚିନ୍ତା ଓ ନିନ୍ଦାଜନକ କଥା କିଛି ହୋଇନପାରେ ।

LEAVE A REPLY

Please enter your comment!
Please enter your name here