By Our Correspondent
NEW DELHI/BHUBANESWAR: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପୃଥକ ପୃଥକ ଚିଠି ଲେଖି ହାଇ ପାଓ୍ୱାର୍ କମିଟି ଓ କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡ(ସିଏସିଏଲବି) ଦ୍ୱାରା ଦିଆଯାଇଥିବା ପରାମର୍ଶକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଏହି କ୍ରମରେ ଅନୁଗୋଳ ଜିଲ୍ଲା ନାଲକୋର କୋଇଲା ଖଣିରେ ନିୟୋଜିତ ଠିକା ଶ୍ରମିକଙ୍କ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ କରିବାକୁ ଉଭୟ ମନ୍ତ୍ରୀଙ୍କୁ ପତ୍ର ଜରିଆରେ ନିବେଦନ କରିଛନ୍ତି ଶ୍ରୀ ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଠିକା ଶ୍ରମିକ (ନିୟମାବଳୀ ଏବଂ ଅବୋଲେସନ୍) ୧୯୭୦ ଅଧିନିୟମ ଧାରା ୧୦ ଅନୁସାରେ କୋଇଲା ବିକ୍ରି, କୋଇଲା ଲୋଡିଂ ଏବଂ ଅନଲୋଡିଂ, ଓଭରବୋର୍ଡ ଅପସାରଣ ଇତ୍ୟାଦିରେ ଠିକା ଶ୍ରମିକ ନିୟୋଜନ ନିଷେଧ ଅଟେ । କିନ୍ତୁ ସେହି ଅଧିନିୟମର ଧାରା ୩୧ରେ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଏବଂ ପ୍ରତିବନ୍ଧକ ଅନୁଯାୟୀ ବିଶେଷ କ୍ଷେତ୍ରରେ ଅବ୍ୟାହତି ପ୍ରଦାନ କରାଯାଇପାରେ । ଅନୁଗୋଳ ଜିଲ୍ଲାରେ କୋଇଲା ଖଣିରେ ନିୟୋଜିତ ଅନେକ ଶିଳ୍ପାନୁଷ୍ଠାନ ଏହି ସୁବିଧା ମାଧ୍ୟମରେ ଠିକା ଶ୍ରମିକ ନିୟୋଜିତ କରୁଛନ୍ତି । ୨୦୧୯ ମଇ ୨୯ରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଅଧୀନ କୋଲ୍ ଇଣ୍ଡିଆ ଦ୍ୱାରା ଗଠନ ହୋଇଥିବା ହାଇପାଓ୍ୱାର୍ଡ କମିଟିର ପରାମର୍ଶ ତଥା କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡର ସୁପାରିଶ ଅନୁଯାୟୀ ଏନଟିପିସିର କୋଇଲା ଖଣି ବ୍ଲକ ଗୁଡିକୁ ୫ ବର୍ଷ ପାଇଁ ଉପଯୁକ୍ତ ଆଇନର ଧାରା ୧୦ର କାର୍ଯ୍ୟକାରିତାରୁ ଛାଡ ପ୍ରଦାନ କରାଯାଇଥିଲା।
ଅନୁଗୋଳରେ କୋଇଲା ଖଣିରେ ନିୟୋଜିତ ଆଉ ଏକ ବୃହତ ଶିଳ୍ପ ନାଲକୋ ମଧ୍ୟ ଖଣି ମନ୍ତ୍ରଣାଳୟ ମାଧ୍ୟମରେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟକୁ ଉପରୋକ୍ତ ଧାରା ୩୧ ଅନୁଯାୟୀ ଛାଡ ପାଇଁ ଆବେଦନ କରିଛି । କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡ ମଧ୍ୟ ଉତ୍କଳ ଡ଼ି ଏବଂ ଇ କୋଲ୍ ବ୍ଲକ ପାଇଁ ନିୟୋଜିତ ନାଲକୋର ପ୍ରତିନିଧି, ଏମଡ଼ିଓଙ୍କ ସହ ଅନେକ ଥର ବୈଠକ କରିଛନ୍ତି । ଏହା ଗାଇଡଲାଇନ ସତ୍ତ୍ୱେ କିଛି ଠିକାଦାର ଓ ଏମଡ଼ିଓ ନାଲକୋରେ ନିୟୋଜିତ ଠିକା ଶ୍ରମିକଙ୍କୁ ହାଇପାଓ୍ୱାର୍ କମିଟିର ପରାମର୍ଶ ଅନୁସାରେ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏହା ଚିନ୍ତାଜନକ । ଏହାକୁ ଦୃଷ୍ଟିରେ ରଖି ନାଲକୋ କର୍ତ୍ତୃପକ୍ଷଙ୍କ ଦ୍ୱାରା କୋଇଲା ଖଣିରେ ନିୟୋଜିତ ଠିକା ଶ୍ରମିକଙ୍କୁ ଠିକାଦାରଙ୍କ ଦ୍ୱାରା କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡର ପରାମର୍ଶନୁସାରେ ସେମାନଙ୍କ ପାରିଶ୍ରମିକ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଭୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)

















