Mancheswar PS Case No.523, Four Abductors arrested in connection with 11 month old baby Kidnapping case

0
381
Bishnu Charan Prusty (42), S/o- Benudhar Prusty of Vill/PS- Bhuban, Dist-Dhenkanal, At/ Pr- Nuapada, PS- Madhupatna, Dist- Cuttack. Subrat Sethy aka Chuku (23), S/o- Sridhar Sethy of vill- Marthapur, PS- Bhuban, Dist- Dhenkanal, At/Pr- Patia, Near Level Crossing, PS- Manhceswar, Bhubaneswar UPD. Saroj Kumar Mohanty aka Budha (55), S/O- Late Udaynath Mohanty of Tora Sahi, PS- Balikuda, Dist- Jagatsinghpur, At/Pr- Nuapada, PS- Madhupatna, Dist- Cuttack. Braja Kishore Nath (48), S/O- Babaji Nath, Vill- Namaro, PS- Astaranga, Dist- Puri, At/Pr- Nuapada, PS- Madhupatna, Dist- Cuttack.

By Biswanath Dash  

BHUBANESWAR:  Mancheswar PS Case No.523, dtd.19.12.2023, U/s- 363 IPC turned to Sec 363/120 (B)/370 (4) IPC. PO: Near Patia Railway Station Market, PS- Mancheswar, BBSR UPD.

Gist of the Case:

ମଞ୍ଚେଶ୍ଵର ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ମାମଲା ରୁଜୁକରି ତଦନ୍ତ କରିବା ସହ ନିମ୍ନୋକ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ କାଲି ଅଭିଯୋଗକାରିଣୀଙ୍କ ସ୍ବାମୀ ନିଜ ୧୧ ମାସର ପୁଅକୁ ନେଇ ନିକଟସ୍ଥ ରେଲୱେ ଲାଇନ ପାଖକୁ ଯାଉଥିବା ବେଳେ କୌଣସି ଦୁର୍ବୃତ୍ତ ହଠାତ ତାଙ୍କ ନିକଟରୁ ତାଙ୍କ ପୁଅକୁ ଜୋରଜବରଦସ୍ତ ଛଡ଼ାଇ ନେଇ ଏକ କାର ସାହାଯ୍ୟରେ ଫେରାର ହୋଇଯାଇଥିଲେ ।

ଅପହୃତ ପୁଅର ବାପା ସୁବ୍ରତ ସେଠୀଙ୍କ ନିକଟରୁ ଘଟଣା ସମ୍ପର୍କରେ ସୂଚନା ପାଇ, ମଞ୍ଚେଶ୍ଵର ଥାନା ପୁଲିସ ସହରର ସମସ୍ତ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେବା ସହିତ ସବୁ ଥାନା ଓ ପିସିଆର ଗାଡିକୁ ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ।

ଘଟଣାର ପୃଷ୍ଠ ଭୂମି: ଅପହୃତ ପୁଅର ମା ବା ସମ୍ପୃକ୍ତା ମହିଳା ଜଣକ ସୁବ୍ରତ ସେଠୀଙ୍କୁ ଦୁଇବର୍ଷ ତଳେ ଦ୍ବିତୀୟ ବିବାହ କରିଥିଲେ, ଯିଏକି ଢେଙ୍କାନାଳ ମର୍ଥାପୁର ବାସିନ୍ଦା ହୋଇଥିବା ବେଳେ ଇନଫୋସିଟି ଥାନା ଅଞ୍ଚଳରେ ଥିବା ହୋଟେଲ ପବ୍ଳିକରେ ଚାକିରି କରନ୍ତି । ଦ୍ବିତୀୟ ବିବାହ କରିବା ପୂର୍ବରୁ ସମ୍ପୃକ୍ତା ମହିଳା ବିଷ୍ଣୁ ଚରଣ ପୃଷ୍ଟି ନାମକ ଅନ୍ୟ ଜଣେ ଯୁବକଙ୍କୁ ୧୦ ବର୍ଷ ତଳେ ପ୍ରଥମ ବିବାହ କରିଥିଲେ, ଯିଏକି କଟକ ଖପୁରିଆ ଅଞ୍ଚଳରେ ଥିବା ଏକ ସ-ମିଲ ରେ ବଢେଇ ଭାବେ କାର୍ଯ୍ୟ କରନ୍ତ ।

 ବିବାହ ପରେ  କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ମହିଳା ଜଣକ ତାଙ୍କୁ ଛାଡି ସୁବ୍ରତ ସେଠୀଙ୍କୁ ଦ୍ବିତୀୟ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା । ଗତ ଦୁଇ ମାସ ହେବ ସୁବ୍ରତ ସେଠୀ ଓ ସମ୍ପୃକ୍ତା ମହିଳାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା, ଯାହାଫଳରେ ସେ ଆଉ ମହିଳା ଜଣଙ୍କ ସହ ରହିବା ଲାଗି ଚାହୁଁ ନଥିଲେ । ଏଣୁ ସୁବ୍ରତ ସେଠୀ ଚାହୁଁ ଥିଲେ ସମ୍ପୃକ୍ତ ମହିଳା ତାଙ୍କର ପୂର୍ବ ସ୍ବାମୀଙ୍କ ନିକଟକୁ ଫେରିଯାଆନ୍ତୁ । ସେପଟେ ପୂର୍ବ ସ୍ବାମୀ ମଧ୍ୟ ଚାହୁଁ ଥିଲେ ସମ୍ପୃକ୍ତା ମହିଳା ତାଙ୍କ ପାଖକୁ କୌଣସି ମତେ ପୁନର୍ବାର ଫେରିଆସନ୍ତୁ ।

ସୁବ୍ରତ ସେଠୀ ମହିଳାଙ୍କ ପୂର୍ବ ସ୍ବାମୀ ବିଷ୍ଣୁ ଚରଣ ପୃଷ୍ଟିଙ୍କୁ ଫୋନକରି ଏହି ସମ୍ବନ୍ଧରେ ଆଲୋଚନା କରିଥିଲେ । କିନ୍ତୁ ମହିଳାଙ୍କର ୧୧ ମାସର ପୁଅ ଏହି ଯୋଜନାରେ ପ୍ରତିବନ୍ଧ ସାଜୁଥିଲା । ଯେହେତୁ ମହିଳାଙ୍କ ପ୍ରଥମ ସ୍ବାମୀ ଓ ଦ୍ବିତୀୟ ସ୍ବାମୀଙ୍କ ଘର ଗୋଟିଏ ଥାନା ଅଞ୍ଚଳରେ, ସେଥିପାଇଁ ଉଭୟ ଗତ ୧୫ଦିନ ହେବ ନିୟମିତ ଭାବେ ଫୋନରେ ଯୋଗାଯୋଗ କରି ଏକ ଅଭିନବ ଯୋଜନା ପାଞ୍ଚିଥିଲେ ।

ଯୋଜନା ମୁତାବକ, ପ୍ରଥମ ସ୍ବାମୀ ତାଙ୍କ ସହ ସ-ମିଲ ରେ କାମ କରୁଥିବା ଦୁଇବନ୍ଧୁ ସରୋଜ କୁମାର ମହାନ୍ତି ଏବଂ ବ୍ରଜ କିଶୋର ନାଥଙ୍କ ସହ ଏକାଠି ମିଶି ଘଟଣା ସ୍ଥଳକୁ ଏକ କାର ଯୋଗେ ଯାଇ ପ୍ରଥମ ସ୍ବାମୀଙ୍କ ନିକଟରୁ ଛୁଆଟିକୁ ଅପହରଣ କରିନେଇଥିଲେ ।

ମାମଲାର ତଦନ୍ତ କାଳରେ ସମ୍ପୃକ୍ତ ମହିଳାଙ୍କ ବର୍ତ୍ତମାନର ସ୍ବାମୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା ବେଳେ ତାଙ୍କ କଥାବାର୍ତ୍ତାରେ କୌଣସି ତାଳମେଳ ରାହୁନଥିବା ପୁଲିସ ସନ୍ଦେହ କରିଥିଲେ । ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରିବାରୁ, ସେ ମହିଳାଙ୍କ ପ୍ରଥମ ସ୍ବାମୀଙ୍କ ସହ ମିଶି କରିଥିବା ଏହି ଅଭିନବ ଯୋଜନା ବିଷୟରେ ସମସ୍ତ କଥା ପୁଲିସ ଆଗରେ ବର୍ଣ୍ଣନା କରିଥିଲେ । ତଦନ୍ତ ସମୟରେ ମଞ୍ଚେଶ୍ଵର ଥାନା ପୁଲିସ ଟିମ ଅପହୃତ ଶିଶୁକୁ ମଧୁପଟଣା ଅଞ୍ଚଳରୁ ଉଦ୍ଧାର କରିଥିବା ବେଳେ ଏହି ଅପହରଣ ଯୋଜନାରେ ସାମିଲ ଥିବା ମହିଳାଙ୍କ ଦୁଇ ସ୍ବାମୀଙ୍କୁ ମିଶାଇ ମୋଟ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।

Name and Address of the Accused persons:

Bishnu Charan Prusty (42), S/o- Benudhar Prusty of Vill/PS- Bhuban, Dist-Dhenkanal, At/ Pr- Nuapada, PS- Madhupatna, Dist- Cuttack.

Subrat Sethy aka Chuku (23), S/o- Sridhar Sethy of vill- Marthapur, PS- Bhuban, Dist- Dhenkanal, At/Pr- Patia, Near Level Crossing, PS- Manhceswar, Bhubaneswar UPD.

Saroj Kumar Mohanty aka Budha (55), S/O- Late Udaynath Mohanty of Tora Sahi, PS- Balikuda, Dist- Jagatsinghpur, At/Pr- Nuapada, PS- Madhupatna, Dist- Cuttack.

Braja Kishore Nath (48), S/O- Babaji Nath, Vill- Namaro, PS- Astaranga, Dist- Puri, At/Pr- Nuapada, PS- Madhupatna, Dist- Cuttack.

LEAVE A REPLY

Please enter your comment!
Please enter your name here