Mancheswar PS Case No-327, accused forwarded to Court

0
359

By Our Correspondent

BHUBANESWAR: Mancheswar PS Case No-327, dtd-08.08.2023, U/S-341/452/323/324/326/307/294/ 506 IPC.PO:      Kimbhiria Basti, PS- Mancheswar, BBSR UPD.

Gist of the Case:

ମଞ୍ଚେଶ୍ଵର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ସୁକାନ୍ତ ଉପାଧ୍ୟାୟଙ୍କ ଅଭିଯୋଗ ଭିତ୍ତରେ ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ପୀଡ଼ିତ ବ୍ୟକ୍ତି ଏବଂ ନିମ୍ନୋକ୍ତ ଅଭିଯୁକ୍ତ ପରସ୍ପରର ଜଣାଶୁଣା । ନିମ୍ନୋକ୍ତ ଅଭିଯୁକ୍ତ ବୃତ୍ତିରେ ଜଣେ କ୍ୟାବ ଡ୍ରାଇଭର । ସେ ବାଲିଅନ୍ତା ଅନ୍ତର୍ଗତ ସାଇଫୁନ ଛକରେ ଥିବା ପୀଡିତଙ୍କ ଘରକୁ ନିୟମିତ ଭାବେ ଯିବାଆସିବା କରି ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ । ମାସେ ତଳେ ପୀଡ଼ିତ ଜଣକ ନିମ୍ନୋକ୍ତ ଅଭିଯୁକ୍ତଙ୍କ ନିକଟରୁ ୬୦୦୦ ଟଙ୍କା ହାତଉଧାରୀ ନେଇଥିଲେ ।

ନିମ୍ନୋକ୍ତ ଅଭିଯୁକ୍ତ ଜଣକ ବାରମ୍ବାର ଟଙ୍କା ଫେରାଇବା ଲାଗି କହିବା ପରେ ମଧ୍ୟ ପୀଡ଼ିତ ଜଣକ ଧାର ଟଙ୍କା ତାଙ୍କୁ ଫେରାଉ ନଥିଲେ । ଗତକାଲି ପୀଡତ ଏବଂ ତାଙ୍କ ପତ୍ନୀ, ମଞ୍ଚେଶ୍ଵର ଅନ୍ତର୍ଗତ କିମ୍ଭୀରିଆ ବସ୍ତିରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିବା ନେଇ ସୂଚନା ପାଇବା ପରେ,  ଅଭିଯୁକ୍ତ ଜଣକ ଧାର ଟଙ୍କା ନେବା ଲାଗି  ସେଠାକୁ ଯାଇଥିଲେ । ଧାର ଟଙ୍କା ମାଗିବାରୁ ପୀଡ଼ିତ ଜଣକ ଟଙ୍କା ଦେବାଲାଗି ମନା କରିଦେଇଥିଲେ । ଯାହାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ପରେ ଅଭିଯୁକ୍ତ ଜଣକ ଘର ଭିତରକୁ ପଶି ପୀଡ଼ିତ ଏବଂ ତାଙ୍କ ପତ୍ନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଧମକ ଦେବା ସହିତ ଉଭୟଙ୍କୁ ଏକ ଛୁରୀ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପୀଡ଼ିତ ଜଣକ ଗୁରୁତର ଆହତ ହୋଇଥିଲେ । ଘଟଣାର ଅଭିଯୋଗପରେ ମଞ୍ଚେଶ୍ଵର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।  ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name & Address of Accused person:

1.         Prasanta Kumar Majhi (26), S/O- Jogendra Majhi, Vill- Sipahi Asuradhipa, PS- Sadar Nayagarh, Dist- Nayagarh, At/Pr-Kimbhiria Basti, PS- Mancheswar, BBSR UPD.

Article Seized:

1.         One Knife.

LEAVE A REPLY

Please enter your comment!
Please enter your name here