Mancheswar PS Case No-322, accused arrested

0
402
Biswojit Keshari Swain aka Lipu (25), S/o- Lt. Bikram Keshari Swain of Plot No-448, Chakeisiani, PS- Mancheswar, Dist- Khurdha

By Biswanath Dash

BHUBANESWAR:  Mancheswar PS Case No-322, Dtd.05.08.2023, U/S- 341/323/307/384/34 IPC.PO: Near Chakei siani club chhak, PS- Mancheswar, Bhubaneswar UPD.

Gist of the FIR:

ମଞ୍ଚେଶ୍ଵର ଥାନା ପୁଲିସ ଅଭିଯୋଗକାରୀ ପ୍ରଶାନ୍ତ କୁମାର ଦାସଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତା.୦୪.୦୮.୨୦୨୩ ରିଖରେ ଅଭିଯୋଗକାରୀ ଜଣେ ଅନୁପ ମଙ୍ଗରାଜଙ୍କ ସହ ମୋଟରସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀମାନେ ଚକେଇ ସିଆଣୀ କ୍ଲବ ନିକଟରେ ତାଙ୍କ ଗ୍ରାମର ଜଣେ ରଜତ କୁମାର ଦାସ ନାମକ ଯୁବକଙ୍କୁ ବାଡିଆ ପିଟା କରୁଥିବାର ଦେଖିବାକୁ ପାଇଥିଲେ ।

ଏହି ଘଟଣାରେ ଅଭିଯୋଗକାରୀ ଜଣକ ହସ୍ତକ୍ଷେପ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମରଣାସ୍ତ୍ର ଦେଖାଇ ଅନୁରୂପ ଭାବେ ଦାଦାବଟି ମାଗିଥିଲେ । ଅଭିଯୋଗକାରୀ ଜଣକ ଦାଦାବଟି ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ଲକ୍ଷ କରି ମରଣାନ୍ତକ ଆକ୍ରମଣ କରିଥିଲେ, ଫଳରେ ସେ ଗୁରୁତ୍ତର ଭାବରେ ଆହତ ହୋଇଥିଲେ ।

 ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ଘଟଣା ସ୍ଥଳକୁ ଦୌଡି ଆସିବାରୁ ଅଭିଯୁକ୍ତ ମାନେ ଏକ କାର ଯୋଗେ ଘଟଣା ସ୍ଥଳରୁ ଚାଲି ଯାଇଥିଲେ । ଏନେଇ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ କରି ଗତ ତା.୦୬.୦୮.୨୦୨୩ ରିଖରେ ଅଭିଯୁକ୍ତ ପ୍ରିୟବ୍ରତ ରାଉତଙ୍କୁ ଏବଂ ତା ୧୩.୦୮.୨୦୨୩ ରିଖରେ ଅଭିଯୁକ୍ତ ରାକେଶ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲ । ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।

 ଅଭିଯୁକ୍ତର ପୂର୍ବ ଅପରାଧିକ ତଥ୍ୟ ଯାଞ୍ଚ ବେଳେ, ସେ ମଞ୍ଚେଶ୍ଵର ଓ ଶହୀଦନଗର ଥାନାରେ ୫ଟି ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣା ପଡିଥିଲା ।ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି ।

Name & Address of Accused persons:

Biswojit Keshari Swain aka Lipu (25), S/o- Lt. Bikram Keshari Swain of Plot No-448, Chakeisiani, PS- Mancheswar, Dist- Khurdha.

LEAVE A REPLY

Please enter your comment!
Please enter your name here