Maitrivihar PS case No-404, accused arrested

0
362
Sachin Kumar Gupta (22), S/O- Dharampal Gupta of Saherganj, PS- Sasharam Town, Dist- Rohatas, State- Bihar.

By Biswanath Dash

BHUBANESWAR: Maitrivihar PS case No-404, Dtd.16.12.2023, U/S- 419/420 IPC.PO: Guljasta Apartment, Gajapati Nagar, Bhubaneswar UPD.

Gist of the Case:

ମୈତ୍ରୀବିହାର ଥାନା ପୁଲିସ ଅଭିଯୋଗକାରୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ମୈତ୍ରୀବିହାର, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଓ ଶହୀଦନଗର ଥାନା ଅଞ୍ଚଳରେ ଥିବା ବେସରକାରୀ ଛାତ୍ରାବାସରେ ପଶି ସେଠାକାର ଅନ୍ତେବାସୀ ମାନଙ୍କୁ ନିଜକୁ ସେମାନଙ୍କର ଜଣେ ସିନିୟର ଛାତ୍ରର ପରିଚୟ ଦେବା ସହିତ ଟଙ୍କାର ନିହାତି ଆବଶ୍ୟକତା ଥିବା ଦର୍ଶାଇ ସେମାନଙ୍କ ଠାରେ ବିଶ୍ବାସ ଜନ୍ମାଉ ଥିଲେ ଏବଂ ପରେ ଟଙ୍କାର ଅତ୍ୟନ୍ତ ଆବଶ୍ୟକତା ଥିବା ଦର୍ଶାଇ ଏକାଧିକ ଛାତ୍ରଙ୍କ ନିକଟରୁ ୟୁପିଆଇ ମାଧ୍ୟମରେ ଟଙ୍କା ଠକି ନେଇଯାଉଥିଲେ ।

ଟଙ୍କା ନେବା ପରେ ଅଭିଯୁକ୍ତ ଜଣକ ଉକ୍ତ ଛାତ୍ରାବାସରୁ ଫେରାର ହୋଇଯାଉଥିଲେ । ଅଭିଯୁକ୍ତ ଜଣକ ଏକାଧିକ ଛାତ୍ରଙ୍କ ନିକଟରୁ ଏଯାବତ ୫,୦୨,୫୦୦ ଟଙ୍କା ଠକି ନେଇଥିବାର ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାର ଅଭିଯୋଗକୁ ଭିତ୍ତି କରି ଏକ ସ୍ପେଶାଲ ଟିମ ଗଠନ କରାଯାଇ ମାମଲାର ତଦନ୍ତ କରାଯିବା ସହିତ ବିଶ୍ଵସ୍ତ ସୂତ୍ରକୁ ଆଧାର କରି ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସମ୍ପୃକ୍ତ ଟିମ ସକ୍ଷମ ହୋଇଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ ।

ନିମ୍ନୋକ୍ତ ଅଭିଯୁକ୍ତ ସଚିନ କୁମାର ଗୁପ୍ତାଙ୍କ ନାମରେ ମୈତ୍ରୀବିହାର, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଓ ଶହୀଦନଗର ଥାନାରେ ମୋଟ ୬ ଗୋଟି ଟଙ୍କା ଠକେଇ ଜନିତ ମାମଲା ରହିଛି । ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ରହୁଥିବାରୁ ତାଙ୍କ ବିରୋଧରେ CrPC-110 ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇବା ଲାଗି ପଦକ୍ଷେପ ନିଆଯାଉଅଛି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Sachin Kumar Gupta (22), S/O- Dharampal Gupta of Saherganj, PS- Sasharam Town, Dist- Rohatas, State- Bihar.

LEAVE A REPLY

Please enter your comment!
Please enter your name here