Maitrivihar PS case No.297, accused arrested

0
289
Suryakanta Muduli (21), S/O- Biranchi Muduli of Radhakrushna Nagar, Garage Chhaka, PS- Shree Lingaraj, Bhubaneswar UPD

By Biswanath Dash

BHUBANESWAR: Maitrivihar PS case No.297, dtd.16.09.2023, U/s– 447/354/354-D/436/294 /506 IPC r.w Sec 12 POCSO Act-2012.PO: Ananta Basti, BDA Colony, PS- Maitrivihar, Bhubaneswar UPD.

Gist of the Case:

ମୈତ୍ରୀବିହାର ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୀଡ଼ିତା ଏବଂ ନିମ୍ନୋକ୍ତ ଅଭିଯୁକ୍ତ ଗୋଟିଏ କଲେଜରେ ପଢୁ ଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କୁ ଭଲ ପାଇବା ନିମନ୍ତେ ନିୟମିତ ଭାବେ ପୀଡ଼ିତାଙ୍କ ଉପରେ ଚାପ ପକାଇବା ସହିତ ତାଙ୍କୁ ପିଛା କରିଆସୁଥିଲେ । ପୀଡ଼ିତା ଜଣକ ଅଭିଯୁକ୍ତଙ୍କ ଭଲପାଇବାକୁ ପ୍ରତ୍ୟାଖ୍ୟାନ କରିବାରୁ ଅଭିଯୁକ୍ତ ଜଣକ କ୍ରୋଧର ବଶବର୍ତ୍ତୀ ହୋଇ ଗତ ତା.୦୪.୦୭.୨୦୨୩ରିଖ ଦିନ ଅଭିଯୋଗକାରୀଙ୍କ ଘରକୁ ଆସି ପରିବାର ସଦସ୍ଯଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନାନାପ୍ରକାର ଧମକଚମକ ଦେଇଥିଲେ ।

ପରେ ଉଭୟ ପରିବାର ସଦସ୍ୟଙ୍କ ମଧ୍ୟସ୍ଥତାରେ ଘଟଣାର ଆପୋଷ ସମାଧାନ ହୋଇଯାଇଥିଲେ ମଧ୍ୟ ନିମ୍ନୋକ୍ତ ଅଭିଯୁକ୍ତ ପୁନର୍ବାର ପୀଡିତାଙ୍କୁ ହଇରାଣ ହରକତ କରିବା ଆରମ୍ଭ କରିଦେଇଥିଲେ । ଗତ ତା.୧୫.୦୯.୨୦୨୩ ରିଖ ମଧ୍ୟ ରାତ୍ରରେ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ଘର ପରିସର ମଧ୍ୟକୁ ବଳପୂର୍ବକ ପ୍ରବେଶ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ, ତା ସହିତ ପରିବାର ସଦସ୍ଯଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ପୀଡ଼ିତାଙ୍କୁ ଅପହରଣ କରିନେବାଲାଗି ଉଦ୍ୟମ ମଧ୍ୟ କରିଥିଲେ ।

ଅଭିଯୋଗକାରୀ ଏବଂ ତାଙ୍କ ପରିବାର ସଦସ୍ୟ ନିମ୍ନୋକ୍ତ ଅଭିଯୁକ୍ତଙ୍କ କାର୍ଯ୍ୟକଳାପକୁ ବିରୋଧ କରିବାରୁ ଅଭିଯୁକ୍ତ ଜଣକ ନାନାପ୍ରକାର ଧମକ ଦେବା ସହିତ ଘରେ ରଖାଯାଇଥିବା ଏକ ମୋଟରସାଇକେଲରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଘଟଣାର ଅଭିଯୋଗ ପରେ ମୈତ୍ରୀବିହାର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Person:

Suryakanta Muduli (21), S/O- Biranchi Muduli of Radhakrushna Nagar, Garage Chhaka, PS- Shree Lingaraj, Bhubaneswar UPD.

Article Seized:One burned M/C, bearing Regd. No.OD-33-F-6018.

LEAVE A REPLY

Please enter your comment!
Please enter your name here