Laxmisagar PS Case No-329, accused arrested

0
344

By Biswanath Dash

BHUBANESWAR:  Laxmisagar PS Case No-329, dtd.14.08.2023, U/s–341/294/323/307/353/379/506/34 IPC.PO: Near Panbazar Basti, PS- Laxmisagar, Bhubaneswar UPD.

Gist of the Case:

ଅଭିଯୋଗକାରୀ ଶ୍ରୀ କପିଳେନ୍ଦ୍ର ଭୂୟାଁଙ୍କ ଅଭିଯୋଗ କ୍ରମେ ଲକ୍ଷ୍ମୀସାଗର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ TPCODL ବିଭାଗରେ ଜଣେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ଘଟଣା ଦିନ ସନ୍ଧ୍ୟାରେ TPCODL ବିଭାଗର କିଛି କର୍ମଚାରୀ ବକେୟା ବିଲ ଆଦାୟ ନିମନ୍ତେ ଚିନ୍ତାମଣିଶ୍ଵର ଅଞ୍ଚଳକୁ ଯାଇଥିଲେ ଏବଂ ବିଲ ପଇଠ କରୁଥିବା ନଥିବା କିଛି ବିଦ୍ୟୁତ ଗ୍ରାହକଙ୍କ ସଂଯୋଗ ବିଚ୍ଛିନ୍ନ କରିଦେଇଥିଲେ ।

 ପରେ ସେମାନେ ପାନବଜାର ବସ୍ତି ଅଭିମୁଖେ ଯାଉଥିବା ସମୟରେ, ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ସେମାନଙ୍କ ଉପରେ ଭାଙ୍ଗ ଇଟା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ଏକ ମୋବାଇଲ ଫୋନ ସହିତ ୩୭,୦୪୭ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

 ଏହି ଆକ୍ରମଣରେ ଟିମର ଜଣେ ସଦସ୍ୟ ଗୁରୁତର ଆହତ ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ । ଘଟଣାର ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ ।

 ନିମ୍ନୋକ୍ତ ଅଭିଯୁକ୍ତ ଜଣେ ଅଭ୍ଯାସଗତ ଅପରାଧୀ ହୋଇଥିବା ବେଳେ ତାଙ୍କ ନାମରେ ପୂର୍ବରୁ ମଧ୍ୟ ଲକ୍ଷ୍ମୀସାଗର ଥାନାରେ ୧୪ଗୋଟି ଅପରାଧିକ ମାମଲା ରହିଛି । ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବେ ବିଭିନ୍ନ ଅପରାଧରେ ଲିପ୍ତ ରହୁଥିବାରୁ ତାଙ୍କ ବିରୋଧରେ CrPC-110 ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ଲାଗି ଚଢଉ ଜାରି ରହିଛି ।

Name and Address of Accused Persons:

Asish Nair @Gudu (26), S/O- Rabi Nair of Plot No.60, Chintamaniswar Fishery, Lane No-1, PS- Laxmisagar, Bhubaneswar UPD.

LEAVE A REPLY

Please enter your comment!
Please enter your name here