By Our Correspondent
BHUBANESWAR: -ମାଉସି’ମା ଛକଠାରେ ମା’ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୫ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡ଼ି, ଭଜନ, ନୃତ୍ୟ ଉଦ୍ଯାପିତ ହୋଇଛି। ସୁର ସଙ୍ଗିତର ମେଲୋଡ଼ି ସହ ଫିଲ୍ ମାଇଁ ଡ୍ୟାନ୍ସ ପକ୍ଷରୁ ବର୍ଷା ପ୍ରୀୟଦର୍ଶନୀଙ୍କ ନିର୍ଦେଶନାରେ ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷ ଦୁଇ ଦିନରେ ବିଧାୟକ ସୁରେଶ କୁମାର ରାଉତରାୟ ଏହାକୁ ଉଦ୍ଯାପନ କରିଥିଲେ।
ସେହିପରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜେପି ନେତା ବାବୁ ସିଂ, କର୍ପୋରେଟର ଶିବ ପ୍ରସାଦ ବେହେରା ମଧ୍ୟ ଯୋଗଦାନ କରିଥିଲେ। ମା’ଙ୍କ ନିକଟରେ ସର୍ବସାଧାରଣଙ୍କ ମଙ୍ଗଳ କାମନା କରି ୧୦କିଲୋ ଦେଶୀ ଘିଅରେ ହୋମ କରାଯାଇଥିଲା।
ଏଥିରେ ବିଷ୍ଣୁ ପ୍ରସାଦ ମୁଦୁଲି, କମିଟି ସଭାପତି କ୍ୟାପ୍ଟେନ୍ ମନ୍ମଥ ରାଉତରାୟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ଚୌଧୁରୀ, ଉପସଭାପତି ଗଦାଧର ଦାସ, ଧିରଜ ମହାପାତ୍ର, ଭିକାରୀ ଚରଣ ସାହୁ, ବ୍ରଜ ନାୟକ, ଶ୍ରୀକାନ୍ତ ନାୟକ, ନରେନ୍ଦ୍ର କୁମାର ମଲ୍ଲ, ପ୍ରଦିପ୍ତ ରାୟଗୁରୁ, ଲକ୍ଷ୍ମଣ କୁମାର ସାହୁ, ରବିନ୍ଦ୍ର ବିଶ୍ୱାଳ, ପ୍ରତାପ ରାଉତ, ଯୋଗେନ୍ଦ୍ର ପ୍ରଧାନ, ଲକ୍ଷ୍ମଣ ସାହୁ, ସନ୍ତୋଷ ପଟ୍ଟନାୟକ ଦୀପକ ପଟ୍ଟନାୟକ ଓ ସଭ୍ୟମାନେ ସାମିଲ ହୋଇଥିଲେ।









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)


















