‘Labharthi Sampark Abhiyan’ held at Talcher in Angul

0
144

By Our Correspondent

TALCHER/BHUBANESWAR:  ଓଡ଼ିଶା ବଡ ପରିବର୍ତ୍ତନ ଆଡକୁ ମୁହାଁଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଙ୍ଗରେ ଓଡ଼ିଶା ଅଛି ବୋଲି ଅନୁଗୋଳ ଜିଲ୍ଲା ତାଳଚେର ନିର୍ବାଚନମଣ୍ଡଳୀର ଧରମପୁର ପଞ୍ଚାୟତରେ ବିଜେପିର ଲାଭାର୍ଥୀ ସମ୍ପର୍କ ଅଭିଯାନରେ ଲାଭାର୍ଥୀଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କ୍ରମାଗତଃ ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର ପରେ ଆଜି ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ ଅଧୀନରେ ଧରମପୁର ପଞ୍ଚାୟତର  ହିତାଧିକାରୀ ମାନଙ୍କୁ ଭେଟିଥିଲେ । ଦେଶବ୍ୟାପୀ ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଲାଭାର୍ଥୀ ମାନଙ୍କ ସହ ମୋଦୀଙ୍କ ଯୋଜନାରେ ସେମାନେ କିଭଳି ଉପକୃତ ହେଉଛନ୍ତି ଏବଂ ସେହି ଯୋଜନା ସେମାନଙ୍କ ଜୀବନରେ କଣ ପରିବର୍ତ୍ତନ ଆଣିଛି ତାହା ଉପରେ ଚର୍ଚ୍ଚା କରିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ସମସ୍ତ ଲାଭାର୍ଥୀଙ୍କୁ ଚାଉଳର ଗ୍ୟାରେଣ୍ଟି ଦେଇଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟର ଗ୍ୟାରେଣ୍ଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୩୪ ଲକ୍ଷ ଘର ଓଡ଼ିଶାକୁ ଯୋଗାଇ ଦେଇଛନ୍ତି । ଓଡ଼ିଶା ପ୍ରତି କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି ।

କରୋନା ସମୟରେ ମାଗଣାରେ ଟିକା ଉପଲବ୍ଧ କରାଯାଇଛନ୍ତି । ଏସଏଚଜି ମହିଳା ମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ଦେଉଛନ୍ତି । ୩ କୋଟି ଲକ୍ଷପତି ଦିଦି ବନାଇବାର କଳ୍ପନା ହୋଇଛି । ମୋଦୀଙ୍କ ନେତୃତ୍ୱରେ ଦେଶର ଗୌରବ ବଢିଛି । ଦେଶର ସର୍ବାଙ୍ଗୀନ ବିକାଶ ହେଉଛି । ଗରିବ, ଯୁବକ, ମହିଳା ଓ ଚାଷୀମାନେ ମୋଦୀଙ୍କୁ ଆଶୀର୍ବାଦ କରିବା ପାଇଁ ଏକାଠି ହୋଇଛନ୍ତି । ମୋଦୀ ଗ୍ୟାରେଣ୍ଟି, ଭରସାର ଗ୍ୟାରେଣ୍ଟି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅଭିଯାନ ଅଧୀନରେ କେନ୍ଦ୍ରମନ୍ତ୍ରୀ ଘର ଘର ବୁଲି ମୋଦୀଙ୍କ ଷ୍ଟିକର ଲଗାଇବା ସହ ଲିଫଲେଟ୍ ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଙ୍କୁ ଘରେ ଘରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here