Kharvelnagar PS Case No-189, two accused arrested

0
548

By Biswanath Dash

BHUBANESWAR:  Kharvelnagar PS Case No-189,dtd-23.04.2023,U/S-341/294/323/325/307/34 IPC.PO: Hotel Petpuja, Ekamra Hata, PS- Kharvelnagar, Bhubaneswar UPD.

Gist of the Case:

ଗତ ତା.୨୩.୦୪.୨୦୨୩ ରିଖରେ ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ଖାରବେଳନଗର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ସୂଚନାଯୋଗ୍ୟ ଯେ, ଗତ ତା.୨୩.୦୪.୨୦୨୩ ରିଖ ମଧ୍ୟାହ୍ନରେ ଅଭିଯୋଗକାରୀ ଏବଂ ତାଙ୍କର ଜଣେ ବନ୍ଧୁ ଏକାମ୍ର ହାଟରେ ଥିବା ପେଟପୂଜା ହୋଟେଲକୁ ମଧ୍ୟାହ୍ନ ଭୋଜନ କରିବା ନିମନ୍ତେ ଯାଇଥିଲେ । ପୂର୍ବରୁ ସେଠାରେ କିଛି ପୁଅଝିଅ ମଧ୍ୟାହ୍ନ ଭୋଜନ କରିବା ନିମନ୍ତେ ବସିଥିଲେ । ଖାଇସାରି ଉଠିବା ସମୟରେ ଏକ ଚେୟାର ଆସି ଅଭିଯୋଗକାରୀଙ୍କ ଗୋଡ଼ରେ ବାଜିଥିଲା ।

ଏନେଇ ସେ ପଚାରିବାରୁ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ସଙ୍ଘବଦ୍ଧ ହୋଇ ଉଭୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ ମାଡ ମାରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଅଭିଯୋଗକାରୀଙ୍କ ମୁଣ୍ଡକୁ ଏକ ଚେୟାର ସାହାଯ୍ୟରେ ବାରମ୍ବାର ମରଣାନ୍ତକ ଆକ୍ରମଣ କରିବା ଦ୍ଵାରା ସେ ଗୁରୁତ୍ତର ଆହତ ହୋଇଥିବା ବେଳେ ସ୍ପର୍ଶ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଘଟଣାର ଅଭିଯୋଗ ପରେ ଖାରବେଳନଗର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ଘଟଣାରେ ବ୍ୟବହୃତ କାରକୁ ମଧ୍ୟ ଜବତ କରିଥିଲେ । ପଚରା ଉଚରା ବେଳେ ଉଭୟ ଅଭିଯୁକ୍ତ ନିଜ ଅପରାଧ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ କେଦାର ସ୍ଵାଇଁଙ୍କ ନାମରେ ପୂର୍ବରୁ ମଧ୍ୟ ଶହୀଦନଗର ଥାନା, ଖାରବେଳନଗର ଥାନା ଏବଂ ନୟାପଲ୍ଲୀ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ତଦନ୍ତରୁ ଜଣାପଡିଛି ।ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Saroj aka Batakrushna Nayak  (29), S/o- Late Krushna Chandra Nayak, At- Baliapata, PS –Fatehgarh, Dist- Nayagarh, At/Pr- N6/177, IRC Village, PS- Nayapalli, BBSR UPD.

Kedar Swain  (29), S/o- Akhaya Swain  ,At- Kalpatana , PS– Patkura , Dist- Kendrapada, At/Pr- FR- 41/7, Unit-9, PS- Saheednagar, BBSR UPD.

Article Seized:One Hyundai Car, bearing Regd. No.OD-02-L-3744.

LEAVE A REPLY

Please enter your comment!
Please enter your name here