Kharavelnagar PS Case No.489, accused arrested

0
295
Santosh Sethi aka Dangu, S/o- Ramesh Sethi of Vill- Marthapur, PO- Bhanargada, Banamalipur, PS- Balipatna, Dist- Khurdha

By Biswanath Dash

BHUBANESWAR:  Kharavelnagar PS Case No.489, dtd.- 06.10.2023, U/S- 341/323/294/506/386 IPC.PO: Near Master Canteen Square, PS- Kharavelnagar, Bhubaneswar UPD.

Gist of the Case:

ଖାରବେଳନଗର ଥାନା ପୁଲିସ ଅଭିଯୋଗକାରୀ ବିଭୁପ୍ରସାଦ ପଣ୍ଡାଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କର ମାଷ୍ଟର କ୍ଯାଣ୍ଟିନ ଛକ ରେ ଗୋଟିଏ ଠେଲା ଦୋକାନ ଅଛି, ଯେଉଁଠାରେ ସେ ବିରିୟାନି ବ୍ୟବସାୟ କରି ନିଜର ଘର ଚଳାନ୍ତି । ନିମ୍ନୋକ୍ତ ଅଭିଯୁକ୍ତ ସମସ୍ତ ପ୍ରକାର ନିଶା ସେବନ କରିବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଠେଲା ବ୍ଯବସାୟୀ ମାନଙ୍କ ଠାରୁ ବଳ ପୂର୍ବକ ଦାଦା ବଟି ଆଦାୟ କରିଆସୁଥିଲେ ।

 ଅଭିଯୁକ୍ତ ସବୁବେଳେ ଅଭିଯୋଗକାରୀଙ୍କର ଦୋକାନକୁ ଆସୁଥିଲେ ଏବଂ ଡରାଇ ଧମକାଇ ସେଠାରେ ଟଙ୍କା ନଦେଇ ବିରିୟାନି ଖାଉଥିଲେ । ଗତ ତା ୦୬.୧୦.୨୦୨୩ ରିଖ ସକାଳ ସମୟରେ ଅଭିଯୋଗକାରୀ ଦୋକାନ ଖୋଲିବା ବେଳେ ଅଭିଯୁକ୍ତ ତାଙ୍କର ନିକଟକୁ ଆସିଥିଲେ ଏବଂ ବିରିୟାନି ଖାଇସାରିବା ପରେ ୫୦୦ ଟଙ୍କା ଦାଦା ବଟି ମାଗିଥିଲେ । ଅଭିଯୋଗକାରୀ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରି ତଳେ ପକାଇଦେଇଥିଲେ ଏବଂ ପୁନର୍ବାର ଆକ୍ରମଣ କରିଚାଲିଥିଲେ ।

 ଏହି ଘଟଣା ପରେ ସ୍ଥାନୀୟ ଦୋକାନୀ ମାନେ ଅଭିଯୋଗକାରିଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲ କୁ ସ୍ଥାନାନ୍ତରିତ କରିଥିଲେ । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ ।

ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ଅଭିଯୁକ୍ତର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ସେ ପୂର୍ବରୁ ଖାରବେଳନଗର ଥାନା ଏବଂ ବାଲିପାଟଣା ଥାନାରେ ୮ଟି ଅପରାଧିକ ମାମଲାରେ କୋର୍ଟ ଚାଲାଣ ହୋଇସାରିଥିଲେ । ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବରେ ଅପରାଧରେ ସମ୍ପୃକ୍ତ ରହୁଥିବାରୁ ତାଙ୍କ ବିରୁଦ୍ଧରେ CrPC-୧୧୦ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପଦକ୍ଷେପ ନିଆଯାଉଛି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Santosh Sethi aka Dangu, S/o- Ramesh Sethi of Vill- Marthapur, PO- Bhanargada, Banamalipur, PS- Balipatna, Dist- Khurdha.

LEAVE A REPLY

Please enter your comment!
Please enter your name here