Khandagiri PS Case No.231, two Bengali Dalals arrested at AIIMS-Bhubaneswar

    0
    676
    Amit Pratihar (32), S/O- Asit Pratihar, Via/PO- Uriasai, PS- Garhbeta, Dist- Paschim Medinipur, West Bengal, Gopal Bhatta (31), S/O- Tapan Bhatta, Vill- Pakurseni, PO- Tentuliabhumjan, PS- Narayangarh, Dist- Paschim Medinipur, West Bengal

    By Biswanath Dash

    BHUBANESWAR: Khandagiri PS Case No.231, dtd.25.05.2023, U/s- 419/420/34 IPC.PO: OPD Counter, AIIMS Hospital, PS-Khandagiri, Bhubaneswar UPD.

    Gist of the FIR:

    ଗତ ତା.୨୫.୦୫.୨୦୨୩ ରିଖରେ ଅଭିଯୋଗକାରୀ ଶ୍ରୀ ପଦ୍ମନାଭ କରଙ୍କ ଅଭିଯୋଗ କ୍ରମେ ଖଣ୍ଡଗିରି ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

    ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଏମ୍ସ ହସ୍ପିଟାଲରେ ସିକ୍ୟୁରିଟି ଇନଚାର୍ଜ ଭାବେ କାର୍ଯ୍ୟ କରନ୍ତି । ଆଜି ସକାଳେ ସେ ଅନ୍ୟ ସହକର୍ମୀ ମାନଙ୍କ ସହ ମିଶି ଓପିଡି ଏଣ୍ଟ୍ରାନ୍ସ ନିକଟରେ ଡ୍ୟୁଟି ସମ୍ପାଦନ କରୁଥିବା ସମୟରେ ରୋଗୀ ମାନଙ୍କ ଅଟେଣ୍ଡାଣ୍ଟ ମାନେ ଓପିଡି କାଉଣ୍ଟର ନିକଟରେ ପାଟି କରୁଥିବା ଶୁଣିବାକୁ ପାଇ ଥିଲେ । ଅଭିଯୋଗକାରୀ ଏବଂ ସହକର୍ମୀ ମାନେ ଅବିଳମ୍ବେ କାଉଣ୍ଟର ନିକଟକୁ ଯାଇ, ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଲାଇନ ମଧ୍ୟରେ ଜୋରଜବରଦସ୍ତ ପଶି ଟିକେଟ କରିବା ଲାଗି ଚେଷ୍ଟା କରୁଥିବା ଦେଖିଥିଲେ । ଅଭିଯୋଗକାରୀ ଏବଂ ତାଙ୍କ ସହକର୍ମୀ ମାନଙ୍କୁ ଦେଖି ଅଭିଯୁକ୍ତ ମାନେ ସେଠାରୁ ଖସି ପଳାଇଯିବା ଲାଗି ଉଦ୍ୟତ ହେଉଥିବା ସମୟରେ ସେମାନେ ତାଙ୍କର ପିଚ୍ଛାକରି ତାଙ୍କୁ କାବୁ କରିବା ସହିତ ଖଣ୍ଡଗିରି ଥାନା ଜିମା ଦେଇଥିଲେ ।

    ପରେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତଦନ୍ତ ବେଳେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ନିଜ ଅପରାଧ ସ୍ଵୀକାର କରିଥିବା ବେଳେ ଉଭୟ ପଶ୍ଚିମବଙ୍ଗରୁ ଏଠାକୁ ଆସି ଏମ୍ସ ହସ୍ପିଟାଲରେ ଟିକେଟ ଦଲାଲି କାମ କରୁଥିବା କଥା ସ୍ଵୀକାର କରିଥିଲେ । ବିନା ଧାଡିରେ ଛିଡା ହୋଇ ଜଲଦି ତଥା ଭଲ ଡାକ୍ତରଙ୍କ ସହିତ ପରାମର୍ଶ କରାଇ ଦେବାକୁ କହି ଲୋକମାନଙ୍କ ନିକଟରୁ ସେମାନେ ବିପୁଳ ପରିମାଣର ଟଙ୍କା ଠକୁ ଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

    Name & Address of Accused persons:

    Amit Pratihar (32), S/O- Asit Pratihar, Via/PO- Uriasai, PS- Garhbeta, Dist- Paschim Medinipur, West Bengal, Gopal Bhatta (31), S/O- Tapan Bhatta, Vill- Pakurseni, PO- Tentuliabhumjan, PS- Narayangarh, Dist- Paschim Medinipur, West Bengal.

    LEAVE A REPLY

    Please enter your comment!
    Please enter your name here