Khandagiri P.S Case No.207, two accused arrested

0
432

By Our Correspondent

BHUBANESWAR: Khandagiri P.S Case No.207, dtd.10.05.2023, u/s- 294/341/323/386/506/34 IPC.PO: Panchasakha Nagar, Dumuduma Road, PS- Khandagiri, Bhubaneswar UPD.

Gist of the Case:

 ଖଣ୍ଡଗିରୀ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ WATCO କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଘଟଣା ଦିନ ଉକ୍ତ କମ୍ପାନୀ ତରଫରୁ ପଞ୍ଚସଖା ନଗର ଅନ୍ତର୍ଗତ ଡୁମୁଡୁମା ରାସ୍ତାରେ ସ୍ଵରେଜ କାମ ଚାଲୁରହିଥିବା ବେଳେ, ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏକ ସଫାରୀ କାର ଯୋଗେ ସେଠାରେ ପହଞ୍ଚି ଅଭିଯୋଗକାରୀଙ୍କ ସହକର୍ମୀ ମାନଙ୍କୁ  ରାତିରେ କାହିଁକି କାମ କରୁଛ ବୋଲି ପ୍ରଶ୍ନ ପଚାରିବା ସହ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ, ଓ ସେମାନଙ୍କୁ ଟଙ୍କା ଦେବା ଧମକ ଦେଇଥିଲେ ।

 ସହକର୍ମୀ ମାନେ ଟଙ୍କା ଦେବା ଲାଗି ମନା କରିବାରୁ ଉଭୟ ଅଭିଯୁକ୍ତ ସେଠାରେ କାମରେ ନିୟୋଜିତ ଥିବା ଅଭିଯୋଗକାରୀଙ୍କ ଦୁଇ ସହକର୍ମୀଙ୍କୁ ବଳ ପୂର୍ବକ ଗାଡିରେ ବସାଇ କେଉଁ ଆଡେ ନେଇଯାଇଥିଲେ ଏବଂ ପରେ ଖଣ୍ଡଗିରୀ ଛକ ନିକଟରେ ଓଲ୍ହାଇ ଦେଇଥିଲେ । ଘଟଣାର ଅଭିଯୋଗ ପରେ ଖଣ୍ଡଗିରୀ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲା ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Dipu aka Asish das (27), S/O- Late subash Chandra das of Jagamara, PS- Khandagiri, Bhubaneswar UPD,  Sumanta Behera aka Silu (23), S/O- Siba Behera of Bhagabanpur, PS- fategarh, Dist- Nayagarh, At/Pr- Mayurica Guest House, Jagamohan Nagar, PS- Khandagiri, Bhubaneswar UPD.

LEAVE A REPLY

Please enter your comment!
Please enter your name here