By Our Correspondent
BHUBANESWAR/PARADIP: ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ କାର୍ଯ୍ୟାଳୟ ପରିସରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ କମ୍ପାନୀର ସୁରକ୍ଷା ଓ ପ୍ରଶାସନିକ ବିଭାଗର ବରିଷ୍ଠ ଅଧିକାରୀ ଲେଫଟନାଣ୍ଟ କର୍ଣ୍ଣେଲ ଦାବିନ୍ଦର ସାଙ୍ଗା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଜାଦୀ କି ଅମୃତ ମହୋତ୍ସବ ତଥା ୭୫ ତମ ସ୍ବାଧିନତା ଦିବସ ପାଳନ ଅବସରରେ ହର୍ ଘର୍ ତ୍ରିରଙ୍ଗା ଲଗାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି।
ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଭାରତୀୟ ପାଳନ କରିବାକୁ କୁହାଯାଇଛି।ଏହା ଆମ ହୃଦୟରେ ଦେଶ ପ୍ରେମ ଜାଗ୍ରତ କରିବା ସହିତ ଜାତୀୟତା ବୋଧର ଅନୁଭବ ଆଣିବ । ଏହି ଅବସରରେ ଲେଫଟନାଣ୍ଟ କର୍ଣ୍ଣେଲ ଦାବିନ୍ଦର ସାଙ୍ଗା ଜେ ଏସ ଡ ବ୍ଲୁ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସ୍ଥାନୀୟ କର୍ମଚାରୀ ମାନଙ୍କୁ ଜାତୀୟ ପତାକା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀ କେ ସି ଶ୍ରୀବାସ୍ତବ,ବିଭୁ ପ୍ରସାଦ ନନ୍ଦ, ସୁବାଷ ପରିଡ଼ା, ଅକ୍ଷୟ କୁମାର ପତି, ଅଭିଜିତ ମହାନ୍ତି,ରିତେଶ ଗୁପ୍ତା, ପ୍ରଶାନ୍ତ ପାଟିଲ,ରାଜ କିଶୋର ନାଲା, ସରୋଜିନୀ ଜେନା,ଉଦୟ ସାହୁ , ପିନାକୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)

















