JSW Steel Pays around Rs 9 Crore Compensation to Betel Vine Owners in Jagatsinghpur till Now

0
401

By Our Correspondent

PARADIP/BHUBANESWAR: ପାରାଦୀପ ନିକଟସ୍ଥ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ସହିତ ଗୋବିନ୍ଦପୁର ଗାଁରେ ଗଛ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

 ଆଜି ଗୋବିନ୍ଦପୁର ଗାଁର ବ୍ୟକ୍ତିଗତ ଜମିରେ ଥିବା ଫଳନ୍ତି ଗଛର ଚିହ୍ନଟ କରାଯାଇଛି। ଆଜି ଏହି ଗାଁ ରୁ ହାରାହାରି ୮୦୦ ରୁ ଉର୍ଦ୍ଧ କାଜୁ, ନଡ଼ିଆ, ଲେମ୍ବୁ,ଆମ୍ବ ଭଳି ବିଭିନ୍ନ ପ୍ରକାରର ଗଛର ଚିହ୍ନଟ କରାଯାଇଛି। ସ୍ଥାନୀୟ ଲୋକମାନେ ଏହି ଗଛ ଚିହ୍ନଟ କାମରେ ନିୟୋଜିତ ରହିଛନ୍ତି। ସେହିପରି ଢ଼ିଙ୍କିଆ, ପାଟଣା ଓ ମାହାଳ ଗାଁରେ ମଧ୍ୟ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଜାରି ରହିଛି। ଆଜି ସୁଦ୍ଧା ୩୮୬ ଜଣ ହିତାଧିକାରୀଙ୍କୁ ପ୍ରାୟ ୮ କୋଟି ୯୦  ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏଥି ସହିତ ପୋସ୍କୋ ସମୟରେ ପାନବରଜ ଭାଙ୍ଗି ଥିବା ବରଜୀ ମାନଙ୍କୁ ଜେ ଏସ ଡ ବ୍ଲୁ ପକ୍ଷରୁ ଘୋଷଣା କରାଯାଇଥିବା ବର୍ଦ୍ଧିତ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଆଜି ସୁଦ୍ଧା ଗୋବିନ୍ଦପୁର ଗାଁର ୨୯୦ ଜଣଙ୍କୁ ୨ କୋଟି ୫୦ ଲକ୍ଷ ଟଙ୍କା ବକେୟା ଅର୍ଥ ପ୍ରଦାନ କରାଗଲାଣି। ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ୱରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ତ୍ବରାନ୍ବିତ କରାଯାଉଥିଲା ବେଳେ ଇଡକୋ ପକ୍ଷରୁ ପ୍ରାଚୀର ନିର୍ମାଣ କାର୍ଯ୍ୟ ଜାରି ରହିଛି।

LEAVE A REPLY

Please enter your comment!
Please enter your name here