Huge Bonous of Rs 120 crore for the welfare of Kendu-leaf pluckers in Odisha

0
393

By Our Correspondent

BHUBANESWAR: କେନ୍ଦୁପତ୍ର ତୋଳାଳୀଙ୍କ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ୨୦୨୨ ଫସଲ ବର୍ଷ ପାଇଁ ଉଭୟ ପ୍ରୋସେସ ଓ ଫାଲ ଅଞ୍ଚଳରେ କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ଵାରା ରାଜ୍ୟର ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ଜନଜାତି ମହିଳାଙ୍କୁ ₹୨୪୦ କୋଟିର ଅଧିକ ରୋଜଗାର ମିଳିବ।

ଏଥିସହ କେନ୍ଦୁପତ୍ର ତୋଳାଳୀଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବୋନସ ଓ ବିଭିନ୍ନ ଭତ୍ତା ବାବଦରେ ₹୧୨୦ କୋଟି ମଞ୍ଜୁର କରିଛନ୍ତି। ଏହାଦ୍ବାରା ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, କେନ୍ଦୁପତ୍ର ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀ ବିଶେଷ ଉପକୃତ ହେବେ.

LEAVE A REPLY

Please enter your comment!
Please enter your name here