By Our Correspondent
ANGUL: ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳରେ ଏକ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ୍ ଷ୍ଟାଡିୟମ ନିର୍ମାଣ କରିବା ସହ ଅନ୍ୟାନ୍ୟ କ୍ରୀଡାଭିତ୍ତିକ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାର ଲୋକମାନେ ସଂକଳ୍ପ କରିବା ଉଚିତ୍ । ସଂକଳ୍ପ କଲେ ହିଁ ଏହି ଲକ୍ଷ୍ୟ ଆଗକୁ ଯିବାର ବାଟ ଦେଖାଇବ ବୋଲି ରବିବାର କଦମ ପଡିଆ ଠାରେ ଅନୁଗୋଳ କ୍ରିକେଟ୍ କପର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅନୁଗୋଳ ଜିଲ୍ଲା କ୍ରିକେଟ୍ ସଂଘର ରୌପ୍ୟ ଜୟନ୍ତୀ ସମାରୋହ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଜିଲ୍ଲାରେ ଖେଳ ପ୍ରତି ଯୁବବର୍ଗଙ୍କ ମଧ୍ୟରେ ବହୁତ ଆଶକ୍ତି ଅଛି । ଅନୁଗୋଳ ଗୋଟିଏ ସମ୍ପନ୍ନ ଜିଲ୍ଲା ହେବା ପରେ ମଧ୍ୟରେ ଅନୁଗୋଳର ମୁଖ୍ୟ ଷ୍ଟାଡିୟମ ଠିକ୍ ସେ ହୋଇପାରିନାହିଁ । ତେଣୁ ଏଠାରେ ଖୁବ ଶୀଘ୍ର ଅନୁଗୋଳର ମୁଖ୍ୟ ଷ୍ଟାଡିୟମ, କଦମ ପଡିଆ ବ୍ୟତିତ ଅନ୍ୟ ଏକ ଅତ୍ୟାଧୁନିକ ଆନ୍ତର୍ଜାତିକ ସ୍ତରର ଷ୍ଟାଡିୟମ ନିର୍ମାଣ କରିବା ପାଇଁ ସମସ୍ତେ ସଂକଳ୍ପ କରିବା ଦରକାର । ଷ୍ଟାଡିୟମ ନିର୍ମାଣ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ବଢିବ ବୋଲି ସେ କହିଛନ୍ତି । ସେହିପରି ଆଗାମୀ ଦିନରେ ଅନୁଗୋଳ ଜିଲ୍ଲା ରଣଜୀ ଟ୍ରଫିର ବ୍ୟବସ୍ଥା କରିବା ପାଇଁ ରାଜ୍ୟ କ୍ରିକେଟ୍ ସଂଘ(ଓସିଏ)କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି କଦମ ପଡିଆ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଗୋଳ ଜିଲ୍ଲାର ସାଂସ୍କୃତିକ ପେଣ୍ଠସ୍ଥଳୀ ଥିଲା । ଖେଳର ଭିତ୍ତିଭୂମି ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲା ଓ ଜିଲ୍ଲାବାସୀଙ୍କ ମଧ୍ୟରେ ସାମର୍ଥ୍ୟ ଅଛି । ଅନୁଗୋଳରେ ଶିଳ୍ପାୟନ ଭଳି ଖେଳ କ୍ଷେତ୍ରକୁ ବିକାଶ କରିବା ଆମ ସମସ୍ତଙ୍କର ଦାୟିତ୍ୱ । ରାଜ୍ୟର ଖେଳ ମାନଚିତ୍ରରେ ଅନୁଗୋଳକୁ ଅଗ୍ରଣୀ ଅଞ୍ଚଳ ଭାବେ ତିଆରି କରିବାର ଲକ୍ଷ୍ୟ ନେଇ ସମସ୍ତେ ଆଗକୁ ବଢିବା ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୩୬ରେ ଦେଶରେ ଅଲିମ୍ପିକ ହେବା ପାଇଁ ଯୋଜନା କରାଯାଉଛି । ଗତବର୍ଷ ଓଡ଼ିଶାରୁ ୭ ଜଣ ପିଲା ଅଲିମ୍ପିକରେ ଭାଗ ନେବା ଗୌରବର ବିଷୟ । ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବା ସମୟରେ ରାଜ୍ୟରୁ ୧୦୦ ଜଣ ଅଲମ୍ପିଆନ ବାହାର କରିବା ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଜିଲ୍ଲାରେ କ୍ରିକେଟ୍ ପ୍ରତିଯୋଗିତା ମାଧ୍ୟମରେ ଖେଳ ପ୍ରତି ଯୁବପିଢିଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କ ମନରେ ଖେଳୁଆଡ ମନୋବୃତ୍ତି ବଢାଇବା ପାଇଁ ଜିଲ୍ଲା କ୍ରିକେଟ୍ ସଂଘର ଭୂମିକାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିବା ସହ ଅନୁଗୋଳ କ୍ରିକେଟ୍ କପର ଫାଇନାଲ ମ୍ୟାଚରେ ବିଜୟୀ ଟିମ ୟୁନିୟନ ସ୍ପୋର୍ଟି, କଟକ ଓ ପ୍ରତିଦ୍ୱନ୍ଦୀ ଟିମ ଅନୁଗୋଳ କ୍ରିକେଟ୍ କ୍ଲବର ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ।
ଏହାବ୍ୟତିତ ରବିବାର ଢେଙ୍କାନାଳ ଜିଲ୍ଲା ପଶ୍ଚିମେଶ୍ୱର ଠାରେ ପୂର୍ବତନ ଭାରତୀୟ କ୍ରିକେଟର ଓ ସାଂସଦ ଗୌତମ ଗମ୍ଭୀରଙ୍କ ସହ ସ୍ଥାନୀୟ ନାଗରିକ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯୬ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଥିଲେ କେନ୍ଦ୍ରମନ୍ତ୍ରୀ । ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଏକ ଭାରତ- ଶ୍ରେଷ୍ଠ ଭାରତ’, କ୍ରୀଡା, ବିଜ୍ଞାନ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଶର ସଫଳତା, ଟିବି ମୁକ୍ତ ଭାରତ ପାଇଁ ଅଭିଯାନ, ଜି-୨୦ରେ ଭାରତର ଅଧ୍ୟକ୍ଷ, ଯୋଗ ଓ ଆୟୁର୍ବେଦ ସହ ଆମର କଳା, ସାହିତ୍ୟ ଏବଂ ସଂସ୍କୃତିକୁ ନେଇ ଦେଇଥିବା ଉଦାହରଣ ଓଡ଼ିଶା ଓ ଦେଶବାସୀଙ୍କ ମନରେ ନୂଆ ଆତ୍ମବିଶ୍ୱାସ ଯୋଗାଇଛି ।
୨୦୨୨ ଭାରତ ପାଇଁ ଏକ ସଫଳତାର ବର୍ଷ ଭାବେ ପରିଗଣିତ ହୋଇଛି । ଅମୃତ କାଳରେ ଭାରତ ପ୍ରବେଶ କରିବା ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ସଫଳ ହୋଇଛି । ନୂଆ ଭାରତ ; ଜନଭାଗୀଧାରୀ ସ୍ପିରିଟରେ ଦେଶକୁ ବୃହତ ଶିଖରକୁ ନେବା ପାଇଁ ଅଗ୍ରସର ହେଉଛି । ହର୍ ଘର ତ୍ରିରଙ୍ଗା ଅଭିଯାନକୁ ଭାରତବର୍ଷର ଜନସ୍ୱୀକୃତି, ରୁକମଣି ବିବାହ ଦ୍ୱାରା ପୂର୍ବ ଏବଂ ପଶ୍ଚିମ ଭାରତର ସମ୍ବନ୍ଧିତ ଉତ୍ସବ, କାଶୀ ତାମିଲ ସଙ୍ଗମମ୍ ଦ୍ୱାରା ଉତ୍ତର ଏବଂ ଦକ୍ଷିଣ ଭାରତର ପୁନଃମିଳନ, ସ୍ୱାଧୀନତାର ଅମୃତ ମହୋତ୍ସବ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ନୂଆ ରୂପ ଦେଇଛି ।
ଏହି ଅବସରରେ ଶ୍ରୀ ପ୍ରଧାନ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ତଥା ସୁଶାସନ ଦିବସ ଅବସରରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୁଶାସନ ଓ ଆର୍ଥିକ ବିକାଶର ପଥ ପ୍ରଦର୍ଶକ ଯୁଗପୁରୁଷ ଅଟଳଜୀଙ୍କ ରାଷ୍ଟ୍ର ପ୍ରତି ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।
ଏହି କାର୍ଯ୍ୟକ୍ରମରେ ଯୋଗଦେବା ପରେ ଶ୍ରୀ ପ୍ରଧାନ ଅନୁଗୋଳ ଜିଲ୍ଲା ଗାନ୍ଧିମାର୍ଗ ଛକ ସରଳିଆ ଭବନ ଠାରେ ବାଜପେୟୀଙ୍କ ଜନ୍ମଦିନ ଅବସରରେ “ଆମ ଅନୁଗୋଳ ଆମ ଗୌରବ” ପକ୍ଷରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ । ସେ ଟ୍ୱିଟ୍ କରି କହିଥିଲେ ନିୟମିତ ଭାବରେ ରକ୍ତଦାନ କରି ଲୋକମାନଙ୍କ ସେବା କରିବା ତଥା ପରସ୍ପରକୁ ସହାୟତା କରିବା ଆମର ଦାୟିତ୍ୱ । ରକ୍ତଦାନ ଭଳି ପୁଣ୍ୟ କାମରେ ନିୟୋଜିତ ଯୁବ ବନ୍ଧୁ ମାନଙ୍କୁ ଧନ୍ୟବାଦ । ଏହି ଉଦ୍ୟମ ଅନେକ ଲୋକମାନଙ୍କୁ ସ୍ୱେଚ୍ଛାକୃତ ଭାବରେ ରକ୍ତ ଦାନ କରିବା ପାଇଁ ପ୍ରେରିତ କରିବ ।
ଅନୁଗୋଳ ଜିଲ୍ଲା ଗାନ୍ଧିମାର୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶାର ୪୭ତମ ରାଜ୍ୟ ଅଧିବେଶନରେ ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ । ବିଦ୍ୟାର୍ଥୀ ପରିଷଦର ଜଣେ ପୁରାତନ କାର୍ଯ୍ୟକର୍ତ୍ତା ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୁବ ବନ୍ଧୁ ମାନଙ୍କ ସହିତ ମିଶି ଖୁସିବ୍ୟକ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ । ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ କଦମ ପଡିଆ ଠାରେ ଅନୁଗୋଳ ଜିଲ୍ଲା କ୍ରିକେଟ୍ ସଂଘର ରୌପ୍ୟ ଜୟନ୍ତୀ ସମାରୋହ ଅବସରରେ ଆୟୋଜିତ ସର୍ବଭାରତୀୟ ଅନୁଗୋଳ କ୍ରିକେଟ୍ କପର ଉଦଯାପନୀ ସମାରୋହରେ ଯୋଗଦେଇ ଖେଳାଳି ମାନଙ୍କ ସହ କରମର୍ଦ୍ଦନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନଙ୍କ ସହ ଭାରତର ପୂର୍ବତନ କ୍ରିକେଟର ଓ ଇଷ୍ଟ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର ସାଥୀରେ ରହିଥିଲେ ।



![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-218x150.jpg)
























