Dharmendra Pradhan meets President Droupadi Murmu at Rashtrapati Bhavan

0
561
Dharmendra Pradhan meets President Droupadi Murmu at Rashtrapati Bhavan

By Our Correspondent

NEW DELHI/BHUBANESWAR: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍ କରିଛନ୍ତି ।

ଏହି ସାକ୍ଷାତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ସମ୍ବଲପୁରୀ ବସ୍ତ୍ରରେ ତିଆରି ଏକ ଉତ୍ତରୀୟ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାସହ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ପୁରୋଧା ପବିତ୍ର ମୋହନ ପ୍ରଧାନଙ୍କ ଉପରେ ଏକ ଲିଖିତ ପୁସ୍ତକ ‘ପବିତ୍ର ଗ୍ରନ୍ଥାବଳୀ’ ପ୍ରଦାନ କରିଥିଲେ । ଏହି ସାକ୍ଷାତ ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଡା. ସୁବାଷ ସରକାର ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here