Dharmendra Pradhan appeals to restore peace in Sambalpur

0
256
Dharmendra Pradhan -file

By Our Correspondent

BHUBANESWAR:   ସମ୍ବଲପୁର ସହରରେ ଅଭାବନୀୟ ସଡ଼କ ଦୁର୍ଘଟଣାରେ ନାବାଳକ ମୃତ୍ୟୁବରଣ ଖବରରେ ଦୁଃଖ ପ୍ରକାଶ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସଡ଼କ ଦୁର୍ଘଟଣାରେ ନାବାଳକ ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମା’ ସମଲେଶ୍ୱରୀ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ । 

ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣ ଓ ପୋଲିସ ପ୍ରଶାସନ ମଧ୍ୟରେ  ଉତ୍ତେଜନା ଦେଖାଯାଇଥିବା ଜାଣିବାକୁ ପାଇଲି । ସମ୍ବଲପୁରର ଜନସାଧାରଣଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କରୁଛି ।  ଘଟଣାସ୍ଥଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ବେଦନଶୀଳ ହୋଇ ପ୍ରୟାସ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here