By Our Correspondent
BHUBANESWAR/TALCHER: ମୋତେ ଯେତେ ଗାଳି ଦେଇପାର କିନ୍ତୁ ତାଳଚେରର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ଅନୁଚିତ୍ ବୋଲି ଗୁରୁବାର ତାଳଚେରରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ରଥଯାତ୍ରାର ଗୋଟିଏ ଦିନ ଅବ୍ୟବହିତ ପୂର୍ବରୁ ଶୈଳ ଶ୍ରୀକ୍ଷେତ୍ର ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଜଗନ୍ନାଥ ଏରିଆ ଓ ସୁଭଦ୍ରା ଏରିଆ ଠାରେ ମହାନଦୀ କୋଲ ଫିଲଡ(ଏମସିଏଲ)ର ଗୋଟିଏ ଲେଖାଁଏ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି । ଏହାସହ ଜଗନ୍ନାଥ ଏରିଆରେ ଗୋଟିଏ କେଭିର ନୂତନ ସ୍ଥାୟୀ ଗୃହ ନିର୍ମାଣ ପାଇଁ ଭୂମିପୂଜନ ମଧ୍ୟ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଅନୁଗୋଳ ତାଳଚେରର କୋଇଲା ଦ୍ୱାରା କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷର ଲୋକମାନେ ଉପକୃତ ହୋଇଥା’ନ୍ତି । ଓଡ଼ିଶା ଓ ଦେଶର ଅର୍ଥନୀତି ମଧ୍ୟ ସୁଦୃଢ଼ ହୁଏ । ମାତ୍ର ଏଠାରେ ସମୟ ସମୟରେ ପ୍ରତିବାଦ କରାଯିବା ବେଳେ କୋଇଲା ଖଣି ଓ କଳକାରଖାନାକୁ ବନ୍ଦ ରଖାଯିବା ଚିନ୍ତାଜନକ ।
ହଠାତ୍ କୋଇଲା ଖଣି ବନ୍ଦ ହେବା ଫଳରେ ଶ୍ରମିକ ଓ କର୍ମଚାରୀମାନଙ୍କ ଦରମା ପ୍ରଭାବିତ ହୋଇଥାଏ । ଏହା ଦ୍ୱାରା ବିଦ୍ୟୁତ ଉତ୍ପାଦନରେ ବ୍ୟାଘାତ ଘଟିବା ସହ ସମଗ୍ର ଭାରତବର୍ଷ କ୍ଷତି ହୋଇପାରେ । ସେହିପରି ଅନେକ ସମୟରେ ପ୍ରତିବାଦ କାରଣରୁ କୋଇଲା ଖଣି ବନ୍ଦ ହେବା କାରଣରୁ ତାଳଚେର ଅଂଚଳ ଶ୍ରୀହୀନ ହେବାର ଆଶଙ୍କା ରହିଛି । ତେଣୁ ଦେଶର ହିତ ପାଇଁ ପ୍ରତିବାଦ ନ କରିବା ପାଇଁ ସବୁ ରାଜନୈତିକ ଦଳ ଓ ସଂଗଠନକୁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ମୋତେ ଗାଳି କରିପାର କିନ୍ତୁ ସମସ୍ତେ ବିକାଶରେ ବାଧା ଦେବା ଅନୁଚିତ୍ । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିବା ଉଚିତ୍ । ପ୍ରତିବାଦ ସମୟରେ ସାମୟିକ ଭାବେ ଏଠାକାର କୋଇଲା ଖଣି ଓ କଳକାରଖାନା ବନ୍ଦ କରାଯିବା ଅନୁଚିତ୍ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ଏହାବ୍ୟତିତ ଆଜି ଦିନରେ ପ୍ରଥମ ଥର ପାଇଁ ତାଳଚେରରୁ ଏମସିଏଲ ଦ୍ୱାରା ୧୦୦ ରେକ୍ କୋଇଲା ଦେଶର କୋଣ ଅନୁକୋଣକୁ ଯୋଗାଣ ହେବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଯୋଶୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ତାଳଚେରରେ ନୂଆ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ଦ୍ୱାରା ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ । ସେମାନେ ବିଶ୍ୱ ମାନବତାର କଲ୍ୟାଣ ପାଇଁ କାମ କରିବା ଦିଗରେ ବ୍ରତୀ ହେବେ । ସେହିପରି ତାଳଚେରରେ ଡେରା କୋଲିଏରି ହାଇସ୍କୁଲର ଉନ୍ନତି ପାଇଁ ଏମସିଏଲ ଦାୟିତ୍ୱ ନେଇଛି । ଆଗାମୀ ଦିନରେ ଏଠାରେ ଶିକ୍ଷାର ଭିତିଭୂମିର ବିକାଶ ପାଇଁ ଅନେକ ଯୋଜନା କରାଯାଉଛି । ଆଗାମୀ ଦିନରେ ତାଳଚେର ସ୍ଥିତ ଆଇଟିଆଇକୁ ଏକ ବୃହତ ଶିକ୍ଷାନୁଷ୍ଠାନରେ ପରିଣତ କରାଯିବ । ଏମସିଏଲର ଭୋକେସନାଲ ଟ୍ରେନିଂ ସେଂଟରକୁ ସ୍କିଲ ଡେଭଲପମେଂଟ୍ ସେଂଟରରେ ବିକଶିତ କରାଯିବ । ଏହା ଦ୍ୱାରା କେବଳ ସ୍ଥାନୀୟ କର୍ମଚାରୀ ନୁହେଁ ବରଂ ବିସ୍ଥାପିତ, ଯୁବକ ଯୁବତୀ, ମହିଳାମାନେ ଏଠାରୁ ପ୍ରଶିକ୍ଷଣ ପାଇ ରୋଜଗାର କରିବା ସହ ଜଣେ ଜଣେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ କହିଛନ୍ତି ।
ମୋଦି ସରକାରରେ ତାଳଚେରରେ କୋଇଲା ଉତ୍ପାଦନ ଓ ରେଳ ଭିତିଭୂମିର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ମୋଦି ସରକାରରେ ୧୩ ହଜାର କୋଟି ଟଙ୍କା ବ୍ୟୟରେ ତାଳଚେର ସାର କାରଖାନାର ପୁନରୁଦ୍ଧାର କରାଯାଉଛି । ତାଳଚେର ଏନଟିପିସିର ଥର୍ମାଲ ପ୍ଲାଂଟକୁ ମଧ୍ୟ ଖୁବ୍ ଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବାର ଦାୟିତ୍ୱ ନିଆଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ତାଳଚେର ସମ୍ପନ୍ନତା ଆଡ଼କୁ ଗତି କରୁଛି । ଆଗାମୀ ଦିନରେ ଏଠାରେ ଖଣି ଓ ରେଳ କ୍ଷେତ୍ର ସହ ଜଡ଼ିତ ଅନେକ ବିକାଶର କାମ ହେବ । ଏ ଅଂଚଳର ନାଗରିକ ମାନଙ୍କୁ ଉପଯୁକ୍ତ ବ୍ୟବସ୍ଥା ଉପଲବ୍ଧ କରାଯିବ । ତାଳଚେର ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସହ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମୋଦି ସରକାର କଟିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।















![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-100x70.png)









