By Our Correspondent
NEW DELHI/BHUBANESWAR: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଆବୁ ଧାବିରେ ଫସିଥିବା ମୃତ ଓଡିଆ ଯୁବକ କାଳନ୍ଦୀ ମଲ୍ଲିକଙ୍କ ମରଶରୀର ଆଜି ଓଡିଶାରେ ପହଞ୍ଚିଛି। ମରଶରୀର ଫେରାଇ ଆଣିବାପାଇଁ ଆବୁ ଧାବିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅବଗତ କରିବା ସହ ଏକ ପତ୍ର ଲେଖି ଶ୍ରୀଯୁକ୍ତ ପଣ୍ଡା ନିବେଦନ କରିଥିଲେ।
ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ପାଲପାଟଣା ଗ୍ରାମର ସଚିନ୍ଦ୍ର ମଲ୍ଲିକଙ୍କ ପୁଅ କାଳନ୍ଦୀ ମଲ୍ଲିକ ଆବୁଧାବିରେ ୨୦୧୮ ମସିହାରୁ ପାଇପ୍ ମିସ୍ତ୍ରୀ ଭାବେ କାମ କରି ଆସୁଥିଲେ। ଚଳିତ ମାସ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା କମ୍ପାନୀ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ କିନ୍ତୁ ମୃତ୍ୟୁର କାରଣ ଜଣାଇନଥିଲେ। ଦୁବାଇରେ କାମ କରୁଥିବା କାଳନ୍ଦୀଙ୍କ ଭାଇ ବଳରାମ ମଲ୍ଲିକ ଶବ ବ୍ୟବଛେଦ ରିପୋର୍ଟରୁ କାଳନ୍ଦୀଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲେ। ବଳରାମ ତାଙ୍କ ଭାଇଙ୍କର ମରଶରୀର ଫେରାଇଦେବା ସହ ବକେୟା ବେତନ ଦେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ବକେୟା ବେତନ ଦେବାକୁ ମନାକରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ଶେଷରେ ନିରୂପାୟ ହୋଇ କାଳନ୍ଦୀଙ୍କ ପରିବାର ଲୋକ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରାଯାଇ ଆବଶକୀୟ କାଗଜପତ୍ର ଯୋଗାଇ ଦିଆଯାଇଥିଲା। ଶେଷରେ ଆଜି ମରଶରୀର ଓଡିଶାରେ ପହଞ୍ଚିଛି। ଭୂବନେଶ୍ବର ବିମାନ ବନ୍ଦରରେ ମରଶରୀର ପହଞ୍ଚିବା ପରେ ଶ୍ରୀଯୁକ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନର କରାଯାଇଥିଲା। ଶ୍ରୀଯୁକ୍ତ ପଣ୍ଡା ତ୍ବରିତ ହସ୍ତକ୍ଷେପ କରି ମରଶରୀର ଫେରାଇ ଆଣିଥିବାରୁ ପରିବାର ଲୋକ କୃତଜ୍ଞତା ଜଣାଇଛନ୍ତି ଏବଂ ରାଷ୍ଟ୍ରଦୂତଙ୍କ ତ୍ବରିତ ପଦକ୍ଷେପ ପାଇଁ ଶ୍ରୀଯୁକ୍ତ ପଣ୍ଡା ଧନ୍ୟବାଦ ଜଣାଇଛନ୍ତି।





![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)



















