Cyber Police Cracks AIIMS Job Fraud case, arrested 4 accused in City

0
491

By Biswanath Dash

.BHUBANESWAR: Ref: CC & EO PS Case No-12, dtd.28.01.2023, U/S-419/420 IPC, r.w Sec(C)/66(D) I.T Act.

Gist of the FIR:

 ଗତ ତା ୨୮.୦୧.୨୦୨୩ ରିଖରେ ଅଭିଯୋଗକରିଣୀଙ୍କ ଅଭିଯୋଗକ୍ରମେ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା । ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ବାଦଲ ଦାସ ତାଙ୍କର ସହଯୋଗୀ ବର୍ଷା ଦାସ, ଅଜୟ କୁମାର ଜେନା, ସଞ୍ଜୟ କୁମାର ସାହୁ, ଏବଂ ସୁନିଲ କୁମାର ସାହୁଙ୍କ ସହଯୋଗରେ ଏକ ଅପରାଧିକ ଷଡଯନ୍ତ୍ର କରିଥିଲେ । ଅଭିଯୁକ୍ତମାନେ ନିଜକୁ AIIMS ରେ HR ମୁଖ୍ୟ ପରିଚୟ ଦେଇ ଓଡ଼ିଶା ଜବ ନାମକ ଏକ ଫେସବୁକ ଆଇଡିରେ AIIMS ହସ୍ପିଟାଲରେ ଟିକେଟ କଲେକ୍ଟର ପଦବୀରେ ନିଯୁକ୍ତି ଦେବା ପାଇଁ ପୋଷ୍ଟ କରିଥିଲେ । ପୀଡ଼ିତା ଉକ୍ତ ପଦବୀ ପାଇଁ ଅଭିଯୁକ୍ତ ମାନଙ୍କୁ ଯୋଗାଯୋଗ କରିବା ପରେ, ଜଣେ ଅଭିଯୁକ୍ତ ନିଜକୁ ଆକାଶ ମହାପାତ୍ର ପରିଚୟ ଦେଇ ପିଡ଼ିତାଙ୍କୁ ଚାକିରି ଯୋଗାଇଦେବାର ଆଶ୍ୱାସନା ଦେଇଥିଲେ ଏବଂ ପ୍ରତିବଦଳରେ ପ୍ରତ୍ୟକ ବ୍ୟକ୍ତିଙ୍କ ମୁଣ୍ଡପିଛା ୩୦,୦୦୦/- ଟଙ୍କା ଲେଖାଏଁ ଦାବୀ କରିଥିଲେ ।

ପୀଡ଼ିତା ୮ ଜଣ ବ୍ୟକ୍ତିଙ୍କ ପାଇଁ ସମୁଦାୟ ୨,୨୮,୦୦୦/- ଟଙ୍କା ଅଭିଯୁକ୍ତ ଆକାଶ ମହାପାତ୍ର ଦେଇଥିବା ମୋବାଇଲ ନମ୍ବର ଯାହା ଅଜୟ କୁମାର ଜେନା ନାମରେ ଥିବା ବ୍ୟକ୍ତିଙ୍କୁ ପଠାଇବା ପରେ ଅଭିଯୁକ୍ତ ତାଙ୍କୁ ଏକ ନକଲି ନିଯୁକ୍ତି ପତ୍ର ଦେଇଥିଲେ । ପରବର୍ତୀ ସମୟରେ ପୀଡ଼ିତା ଆକାଶ ମହାପାତ୍ର ଥିବା ନାମ ଧାରୀଙ୍କୁ ଯୋଗାଯୋଗ କରିବା ପରେ ସେମାନେ ପିଡ଼ିତାଙ୍କ ନମ୍ବରକୁ ବ୍ଲକ କରିଦେଇଥିଲେ । ପୀଡ଼ିତା ଠକାମୀର ଶିକାର ହୋଇପାରିଥିବା ଜାଣିପାରି ଏନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ ।

ତଦନ୍ତ ସମୟରେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ଵୀକାର କରିବା ପରେ ପୁଲିସ ଟୀମ ସେମାନଙ୍କର ହେପାଜତରୁ ୮୦,୦୦୦/- ଟଙ୍କା, ଗୋଟିଏ ମୋବାଇଲ ଫୋନ ଏବଂ ଅପରାଧରେ ବ୍ଯବହୃତ ସିମ ଜବତ କରିଥିଲେ । ତଦନ୍ତ ଶେଷରେ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Name & Address of Accused persons:

1.         Badal Das(23), S/o- Duari Das of Vill- Nachhipur, PS- Banpur, Dist- Khordha,

2.         Sanjay Kumar Sahoo(26), S/o- Subala Sahoo of Vill- Gambhari Munda, PS- Banpur, Dist- Khordha,

3.         Sunil Sethi(29), S/o- Lt. Sukanta Sethi of Vill- Vill- Gambhari Munda, PS- Banpur, Dist- Khordha,

4.         Ajaya Kumar Jena(25), S/o- Sailesh Chandra Jena of Vill- Atapur, PS- Khantapada, Dist- Balesore. 

Article Seized:

1.         Cash of Rs. 80,000/-

2.         One mobile phone &

3.         SIMs used in crime.

LEAVE A REPLY

Please enter your comment!
Please enter your name here