Crime File: Sahid Nagar PS Case No-56, accused arrested

0
345

By Biswanath Dash

BHUBANESWAR: Ref: Sahid Nagar PS Case No-56, dtd.10.02.2023, U/S- 341/323/365/302 IPC.PO:   Near Vani Vihar Square, PS- Sahid Nagar, Bhubaneswar UPD.

Gist of the FIR:

ସହୀଦନଗର ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନା ଯୋଗ୍ୟ ଯେ, ଗତକାଲି ରାତି ପ୍ରାୟ ୯.୨୫ ସମୟରେ ସହୀଦନଗର ଥାନା ସମୁଖରେ କାହାର କାନ୍ଦିବାର ସ୍ବର ଶୁଣାଯାଇଥିଲା । ଏହା ଶୁଣି ସମ୍ପୃକ୍ତ ଥାନାର ଥାନାଧିକାରୀ ଏବଂ କର୍ମଚାରୀ ମାନେ ଯାଇ ଘଟଣା ସ୍ଥଳରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ତଳେ ପଡିଥିବା ବେଳେ ୩ଜଣ ଯୁବକ ଏବଂ ଜଣେ ଯୁବତୀ ପାଖରେ ଛଡା ହୋଇଥିବାର ଦେଖିଥିଲେ । ତଳେ ପଡିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଖରାପଥିବା ଦେଖି ଥାନା କର୍ମଚାରୀ ମାନେ ପିସିଆର ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ତୁରନ୍ତ ସ୍ଥାନାନ୍ତର କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘଟଣାର ତଦନ୍ତ ସମୟରେ ଜଣ ପଡିଥିଲା ଯେ, ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ସମ୍ପୃକ୍ତ ବ୍ଯକ୍ତିଙ୍କୁ ପଟିଆ ଛକ ନିକଟରୁ ଏକ OD-02-CD-4601 ନମ୍ବର ବିଶିଷ୍ଟ କାର ଯୋଗେ ଅପହରଣ କରି କେଉଁ ଅଜଣା ସ୍ଥାନକୁ ନେଉଥିଲେ । ବାଣୀବିହାର ଛକ ନିକଟରେ ସମ୍ପୃକ୍ତ କାରର ଗତି କମିବାରୁ ବ୍ୟକ୍ତି ଜଣକ ନିଜକୁ ବଞ୍ଚାଇବା ଲାଗି ଗାଡ଼ିରୁ ଡେଇଁ ପଳାଇବାକୁ ଉଦ୍ୟମ କରିଥିଲେ ।

 ଏହି ସମୟରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ତାଙ୍କର ପିଛାକରି ତାଙ୍କୁ କାବୁ କରିବା ସହିତ ମାଡ଼ ମାରିଥିଲେ । ଯାହାଫଳରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇ ଅସୁସ୍ଥ ଅନୁଭବ କରିଥିଲେ । ଏହି ସମୟରେ ବାଣୀବିହାର ବିଶ୍ବବିଦ୍ୟାଳୟର ଦୁଇଜଣ ଛାତ୍ର ତାଙ୍କୁ ଉଦ୍ଧାର କରିବା ସହିତ ସହୀଦନଗର ଥାନାକୁ ଆଣିଥିଲେ । ଏହି ମାମଲାରେ ସହୀଦନଗର ଥାନା ତରଫରୁ ଉପରୋକ୍ତ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

Batakrushna Behera (31), S/o- Chaitanya Behera of Kuranga Pradhan, PS- Cuttack Sadar, Dist- Cuttack.

Smt Netramani Behera (40), W/o- Bailadu Behera of Ray No-915, Shanti Palli Basti, Sahid Nagar, Bhubaneswar UPD.

LEAVE A REPLY

Please enter your comment!
Please enter your name here