Crime File: Laxmi Sagar PS Case no-199, accused arrested in land scam

0
310

By Biswanath Dash

BHUBANESWAR: Ref: Laxmisagar PS case no- 199,dt-24.05.2022,U/S-420 IPC.

PO: Bomikhal, PS- Laxmisagar, Bhubaneswar UPD.

Gist of the FIR:

ଲକ୍ଷ୍ମୀସାଗର ଥାନା ପୁଲିସ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲରେ ରୁହନ୍ତି ।

 ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଏକ ଜମି କିଣାଇ ଦେବା ଆଳରେ ଦୁଇଜଣ ସାକ୍ଷୀଙ୍କ ଉପସ୍ଥିତିରେ ଅଭିଯୋଗକାରୀଙ୍କ ନିକଟରୁ ମୋଟ ୧୪,୦୦୦,୦୦ଟଙ୍କା, ଯାହାକି ୫,୪୫,୦୦୦ଟଙ୍କା କ୍ୟାସ୍ ଆକାରରେ ଏବଂ ୮,୫୫,୦୦୦ଟଙ୍କା ଚେକ ଆକାରରେ ନେଇଥିଲେ। ଅଭିଯୁକ୍ତ ଜଣକ ଏହି ସମସ୍ତ ଟଙ୍କା ନେଇଥିଲେ ମଧ୍ୟ ବହୁଦିନ ଧରି ସେ ଅଭିଯୋଗକାରୀଙ୍କୁ କୌଣସି ଜମି ଦେଇନଥିଲେ କି ନେଇଥିବା ଟଙ୍କା ମଧ୍ୟ ଫେରସ୍ତ ଦେଇନଥିଲେ ।

 ବାରମ୍ବାର କହିବା ପରେ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ୧୩,୦୦୦୦୦ ଟଙ୍କାର ଏସବିଆଇ ବ୍ୟାଙ୍କର ବ୍ଲାଙ୍କ ଚେକ ଦେଇଥିଲେ, ଯେଉଁ ଆକାଉଣ୍ଟରେ କି କୌଣସି ଟଙ୍କା ନଥିଲା । ଏହିପରି ଭାବେ ଅଭିଯୁକ୍ତ ଜଣକ ଗତ ପନ୍ଦର ମାସ ହେବ ଅଭିଯୋଗକାରୀଙ୍କୁ ଜମି କିଣାଇ ଦେବା ନାରେ ଟଙ୍କା ନେଇ ଠକି ଚାଲିଥିଲେ । ଘଟଣାର ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ । ତଦନ୍ତ ପରିଶେଷରେ ନିମ୍ନୋକ୍ତ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି । 

Name & Address of Accused person:

1.                Asutosh Das (30), S/O- Late Babaji Charan Das Vill- Kotia Sahi, PS- Kujanga, Dist- Jagatsinghpur, At/Pr- Plot No-2020/7818, Oscar City, PS- Laxmisagar, Bhubaneswar UPD.

LEAVE A REPLY

Please enter your comment!
Please enter your name here