Crime File: Info Valley PS Case No-77, accused forwarded to Court, know details

0
343
Gopal Behera (32), S/O- Gangadhar Behera of Vill- Ogalpada, PS- Info Valley, Bhubaneswar UPD.

By Biswanath Dash

BHUBANESWAR:   Info Valley PS Case No-77, dt-12.03.2023, U/S-341/294/323/386/506 IPC.PO:  Ogalpada, PS- Info Valley, Bhubaneswar UPD.

Gist of the FIR:

ଇନଫୋଭ୍ୟାଲି ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । 

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ସମ୍ପୃକ୍ତ ଥାନା ଅନ୍ତର୍ଗତ ଓଗଳପଡ଼ା ଠାରେ ଥିବା ଏକ ଜମିରେ ଘର ନିର୍ମାଣ କରୁଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଉକ୍ତ ଜମିକୁ ଯିବା ସହିତ ଅଭିଯୋଗକାରୀଙ୍କୁ ୩,୦୦୦୦୦ଟଙ୍କା ଦାଦାବଟି ମାଗିଥିଲେ । ଅଭିଯୋଗକାରୀ ଟଙ୍କା ଦେବା ନିମନ୍ତେ ମନା କରିବାରୁ ଅଭିଯୁକ୍ତ ଜଣକ ହଠାତ ଉତକ୍ଷିପ୍ତ ହୋଇ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିଥିଲେ ଏବଂ ମାଡ଼ ମାରିବାର ଧମକ ଦେବା ସହିତ ଉକ୍ତ ଜମିକୁ ସଂଯୋଗ କରୁଥିବା ରାସ୍ତାକୁ ଜେସିବି ମେସିନ ସାହାଯ୍ୟରେ ତାଡି ଦେଇଥିଲେ । ଯାହାଫଳରେ ଅଭିଯୋଗକାରୀ ଜଣକ ନିଜ ନିର୍ମାଣଧୀନ ଘରକୁ ଯିବାଲାଗି ଅସୁବିଧାର ସମୁଖୀନ ହୋଇଥିଲେ ।

ଗତକାଲି ନିମ୍ନୋକ୍ତ ଅଭିଯୁକ୍ତ ଜଣକ ପୁନର୍ବାର ଅଭିଯୋଗକାରୀଙ୍କ ନିକଟକୁ ଆସି ୩,୦୦୦୦୦ଟଙ୍କା ଦାଦାବଟି ଦାବୀ କରିଥିଲେ, କିନ୍ତୁ ଅଭିଯୋଗକାରୀ ଟଙ୍କା ଦେବା ଲାଗି ମନା କରିବାରୁ ଅଭିଯୁକ୍ତ ଜଣକ ହଠାତ ଏକ ଲୁହାଛଡ ସାହାଯ୍ୟରେ ଅଭିଯୋଗକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାର ଅଭିଯୋଗପରେ ଇନଫୋଭ୍ୟାଲି ଥାନା ପୁଲିସ ମାମଲା ରୁଜୁ କରି ଚଢଉ ଜରିଆରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଏକ ମୋବାଇଲ ଫୋନ ଏବଂ ଏକ ମୋଟରସାଇକେଲ ଜବତ କରିଥିଲେ । ତଦନ୍ତ ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।

 ତଦନ୍ତ ଶେଷରେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Name & Address of Accused person:

1.         Gopal Behera (32), S/O- Gangadhar Behera of Vill- Ogalpada, PS- Info Valley, Bhubaneswar UPD.

Article Seized:

1.         One Mobile Phone.

2.         One Hero Honda M/C, bearing Regd. No.OR-02-BU-1888.

3.         One Iron rod.

LEAVE A REPLY

Please enter your comment!
Please enter your name here