COVID -19 ପରିଚାଳନା ନାମରେ DMF Trust Fund ରୁ ଦିଆଯାଇଥିବା ଶହଶହ କୋଟି ଟଙ୍କାର ସଠିକ୍ ଓ ନିରପେକ୍ଷ ତଦନ୍ତ ହେଉ

0
814

By ସୂଚନାଧିକାର କର୍ମୀ ପ୍ରକାଶ ଦାସ

BHUBANESWAR:  COVID -19 ପରିଚାଳନା ନାମରେ DMF Trust Fund ରୁ କେଉଁ ଭଳି ଭାବେ ଘରୋଇ ମେଡିକାଲକୁ ଶହଶହ କୋଟି ଟଙ୍କା ଦିଆଯାଇ ସାଧାରଣ ଲୋକଙ୍କ ଟଙ୍କା ବର୍ବାଦ କରାଯାଇଛି ରାଜ୍ୟ ବାସୀ ଦେଖନ୍ତୁ, ଏହି ଶହଶହ କୋଟି ଟଙ୍କାର ଅଡିଟ ହେଉ ନଚେତ୍ ଆମେ କୋର୍ଟ ର ଦ୍ଵାରାସ୍ତ ହେବୁ ।

COVID -19 ଚିକିତ୍ସା/ପରିଚାଳନା ପାଇଁ ଓଡ଼ିଶା ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ସମସ୍ତ ଟଙ୍କା ଘରୋଇ ମେଡିକାଲକୁ ଦେଇଛନ୍ତି ରାଜ୍ୟ ସରକାର ।   ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ କେଉଁ ଭଳି ଭାବେ ସରକାର ଘରୋଇ ମେଡିକାଲକୁ କୋଟି କୋଟି ଟଙ୍କା ଦେଇଛନ୍ତି, କୋଭିଡି ପରିଚାଳନା ନାମରେ କୋଟି କୋଟି ଟଙ୍କା ଲୁଟ୍ ହୋଇଛି ।  SUM Hospital, Kalinga Institute of Medical Sciences (KIMS) Hospital,  Hi-Teck Medical College & Hospital, Jaiprakash Hospital  & Research centre, & Shanti Memorial Hospital ଓ ଅନ୍ୟ ଘରୋଇ ମେଡିକାଲକୁ ସରକାର କୋଟି କୋଟି ଟଙ୍କା ଦେଇଛନ୍ତି । କୋଟି କୋଟି ଟଙ୍କା ଲୁଟ୍ ମଧ୍ୟ ହୋଇଛି  ।

କୋଭିଡି ପରିଚାଳନା ପାଇଁ ସରକାର SUM Hospital ଏବଂ KIMS Hospital କୁ ଶହଶହ କୋଟି ଟଙ୍କା ଦେଇଛନ୍ତି । କେବଳ SUM Hospital କୁ Mahanadi coalfields limited, Sambalapur (MCL) ପକ୍ଷରୁ ୧୧୮ କୋଟି ଟଙ୍କା ଦିଆଯାଇଛି । ଉଭୟ ମେଡିକାଲ ନାମରେ ମୁଁ Comptroller and Auditor General of India, Delhi (CAG) ଙ୍କୁ ଅଭିଯୋଗ କରିଥିଲି ଓ ତଦନ୍ତ ପାଇଁ ଆବେଦନ କରିଥିଲି । ମୋ ଅଭିଯୋଗକୁ ଗୁରୁତ୍ବର ସହିତ ନେଇ CAG ଏହି କେସ୍ ର ତଦନ୍ତ ପାଇଁ Accountant General, Odisha (AG-1) ଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ନିଦ୍ଧେର୍ଶ ଦେଇଥିଲେ ।

 AG ଅଧିକାରୀ ମୋତେ ଯୋଗାଯୋଗ କରି ଆଉ ଅଧିକ କିଛି ତଥ୍ୟ ପାଇଁ ନିବେଦନ କରିଥିଲେ, ମୁଁ ମଧ୍ୟ ଉଭୟ ମେଡିକାଲ ବିଷୟରେ ବହୁତ ତଥ୍ୟ ଦେଇଥିଲି । ଏହା ପରେ AG ଅଧିକାରୀ ତଦନ୍ତ ଆରମ୍ଭ କଲେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଆଣିଲେ । କିଛି ମାସ ପରେ ମୁଁ ତଦନ୍ତର ସ୍ଥିତି କ’ଣ ଜାଣିବା ପାଇଁ ଚାହିଁଲି କିନ୍ତୁ AG ଅଧିକାରୀ କହିଲେ ତଦନ୍ତ ଚାଲିଛି ତଦନ୍ତ ଚାଲିଛି । ମୋ ମନରେ ସନ୍ଦେହ ହେଲା । ପରେ ଜାଣିଲି ଖେଳ ହୋଇଛି ।  ତଦନ୍ତ ରିପୋର୍ଟ ଦେବାକୁ ସୂଚନା ଆଇନରେ ଆବେଦନ କଲି ଅଧିକାରୀ କହିଲେ ଦେଇହେବ ନାହିଁ କାରଣ ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ/ପାସ ହୋଇନାହିଁ ।

ଏହି ଦୁଇଟି ମେଡ଼ିକାଲର ମାଲିକ ସକ୍ରିୟ ରାଜନୀତିରେ ଅଛନ୍ତି ଏବଂ ସେମାନେ ବହୁ କ୍ଷମତା ଓ ପ୍ରଭାବଶାଳୀ । ବହୁ ଅଧିକାରୀ ଓ ଶାସକ, ବିରୋଧୀ ଦଳ ନେତା ଟଙ୍କା ବିନିମୟ କରି ଲାଭ ପାଉଛନ୍ତି । ତିନି ବର୍ଷ ହେଲାଣି ତଦନ୍ତ ଚାଲିଛି , କି ତଦନ୍ତ ହେଉଛି କେଜାଣି? ତଦନ୍ତ ରିପୋର୍ଟ ଯାହା ହୋଇଥିବ ତାହା ଉପର ବାଲାକୁ ଜଣା । କୋଭିଡି ସମୟରେ କେନ୍ଦ୍ରାପଡ଼ା SUM Hospital ରେ ହୋଇଥିବା ଦୁର୍ନୀତି/ଲୁଟ୍ ଧରାପଡ଼ିବା ପରେ ମୁଁ ଓଡ଼ିଶା ଲୋକାୟୁକ୍ତ ରେ କେସ୍ କରିଥିଲି । ଲୋକାୟୁକ୍ତ ସ୍ୱାସ୍ଥ୍ୟ ବିଭାଗ ଓ କେନ୍ଦ୍ରାପଡ଼ା ସିଡିଏମଓ ଙ୍କୁ ନୋଟିସ କରିଥିଲେ, ସେମାନେ ବ୍ୟକ୍ତିଗତ ହାଜର ହୋଇ ନିଜ ପକ୍ଷ ଲିଖିତ ଭାବେ ରଖିଥିଲେ । ଦୁଇ ବର୍ଷ ହେବ ଲୋକାୟୁକ୍ତ ରେ ମାମଲା ଚାଲିଛି ।

ସେହିପରି, ଜିଲ୍ଲା ଖଣିଜ ପ୍ରତିଷ୍ଠାନ(DMF), ସୁନ୍ଦରଗଡ ପକ୍ଷରୁ କୋଭିଡି ପରିଚାଳନା ପାଇଁ Jaiprakash Hospital  & Research centre କୁ Rs. ୧୦୭ କୋଟି ୭୦ ଲକ୍ଷ ଟଙ୍କା ଦିଆଯାଇଛି । ସେହିପରି Hi-Teck Medical College & Hospital କୁ Rs. ୩୨ କୋଟି ୪୮ ଲକ୍ଷ ଟଙ୍କା ଦିଆଯାଇଛି । ଏବଂ Shanti Memorial Hospital କୁ ୧୬ କୋଟି ୬୬ ଲକ୍ଷ ଟଙ୍କା ଦିଆଯାଇଛି । ଅର୍ଥାତ୍ ମୋଟ Rs. ୧୫୬ କୋଟି ୮୪ ଲକ୍ଷ ଟଙ୍କା ତିନୋଟି ଚିକିତ୍ସାଳୟକୁ ଦିଆଯାଇଛି ।

ଯାଜପୁର ଜିଲ୍ଲା ଖଣିଜ ପ୍ରତିଷ୍ଠାନ(DMF) ଓ OMBADC Fund,  ପକ୍ଷରୁ Rs.୩୩ କୋଟି ୧୫ ଲକ୍ଷ ୨୬ ହଜାର ୬୧୯ ଟଙ୍କା କୋଭିଡି ପରିଚାଳନା ପାଇଁ ଘରୋଇ ମେଡିକାଲକୁ ଦିଆଯାଇଛି ।

ଆମ୍ଭେ ଦାବୀ କରୁଛୁ ଏହି ସମସ୍ତ ମେଡ଼ିକାଲକୁ ଦିଆଯାଇଥିବା ଶହଶହ କୋଟି ଟଙ୍କାର ସଠିକ୍ ଓ ନିରପେକ୍ଷ ତଦନ୍ତ ହେଉ ନଚେତ୍ ଆମେ କୋର୍ଟ ର ଦ୍ଵାରାସ୍ତ ହେବୁ ।

(ସୂଚନା ଥାଉକି କେନ୍ଦ୍ରାପଡ଼ା,କେନ୍ଦୁଝର, କଳାହାଣ୍ଡି, ସମ୍ବଲପୁର, ବରଗଡ଼, ବୌଦ୍ଧ, ମାଲକାନଗିରି, ଗଞ୍ଜାମ, ଭଦ୍ରକ ସମସ୍ତ ଜିଲ୍ଲାର (DMF) ଜିଲ୍ଲା ଖଣିଜ ପ୍ରତିଷ୍ଠାନ fund ରୁ କୋଭିଡି ପରିଚାଳନା ପାଇଁ କୌଣସି ଟଙ୍କା ଖର୍ଚ୍ଚ ହୋଇ ନାହିଁ । ଅନ୍ୟ ସମସ୍ତ ଜିଲ୍ଲାର ତଥ୍ୟ ଆସିଲେ ଉପସ୍ଥାପନ କରାଯିବ)

(ସୂଚନାଧିକାର କର୍ମୀ ପ୍ରକାଶ ଦାସ, ମୋ– 9937008937).

LEAVE A REPLY

Please enter your comment!
Please enter your name here