CM , Union Minister , Senior BJP-Congress Leaders condoles the sad demise of Rani V Sugyani Kumari Deo of Khalikote

0
423
ବିଶିଷ୍ଟ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟର ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗ

By Our Correspondent

BHUBANESWAR:  ବିଶିଷ୍ଟ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟର ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗ. ଦୀର୍ଘ ସମୟ ଧରି ବିଧାୟିକା ଭାବେ ଓଡ଼ିଶାର ଜନମାନସରେ ସେ ସୁପରିଚିତ ଥିଲେ ।  ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ପଷ୍ଟବାଦୀ ରାଜନେତ୍ରୀଙ୍କୁ ହରାଇଲା.

‘ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି। ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।, Chief Minister Naveen Patnaik said.

‘ବିଶିଷ୍ଟ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟର ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦୀର୍ଘ ସମୟ ଧରି ବିଧାୟିକା ଭାବେ ଓଡ଼ିଶାର ଜନମାନସରେ ସେ ସୁପରିଚିତ ଥିଲେ ।  ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ପଷ୍ଟବାଦୀ ରାଜନେତ୍ରୀଙ୍କୁ ହରାଇଲା । ରାଜ୍ୟ ରାଜନୀତି ଜଗତରେ ଜନପ୍ରତିନିଧି ଭାବେ ତାଙ୍କର ଲୋକସେବା କାର୍ଯ୍ୟ ଗୁଡ଼ିକ ଚିର ସ୍ମରଣୀୟ ହୋଇ ରହିବ ।  ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି’ Union Minister Dharmendra Pradhan said in an X post.

‘ଭି ସୁଜ୍ଞାନୀ ଦେଓ ଥିଲେ ଓଡ଼ିଶା ରାଜନୀତିର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତ୍ରୀ।ଗଣତନ୍ତ୍ର ପାଇଁ ଉତ୍ସର୍ଗୀକୃତ ରାଣୀ ସୁଜ୍ଞାନୀ ଦେଓଙ୍କ ଜନସେବା ପାଇଁ, ଓଡ଼ିଶାବାସୀ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ କରୁଥିଲେ।ତାଙ୍କର ଦେହାନ୍ତ ଆମ ପାଇଁ ଏକ ଅପୂରଣୀୟ କ୍ଷତି। ଭଗବାନ ସେହି ଅମର ଆତ୍ମାଙ୍କୁ ତାଙ୍କ ପାଦ ପଦ୍ମରେ ସ୍ଥାନ ଦିଅନ୍ତୁ।, Odisha Minister Priti Ranjan Ghadai said.

‘Deeply saddened by the passing away of the most respected Rani V Sugyani Kumari Deo of Khalikote,her demise Ganjam has lost a patriot who worked to develop Ganjam who elected her 10 times,I offer my condolences to the members of her family and the people of Khalikote- Om Shanti, senior BJP Leader KV Singh Deo said.

‘ଖଲ୍ଲିକୋଟର ରାଣୀ ତଥା ଖଲ୍ଲିକୋଟ ଏବଂ କବିସୂର୍ଯ୍ୟନଗର ର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ। ତାଙ୍କ ବିୟୋଗ, ମୋ ପାଇଁ ଏବଂ ମୋ ପରିବାର ପାଇଁ ଏକ ଅପୁରଣୀୟ କ୍ଷତି। ମୁଁ ତାଙ୍କ ଆତ୍ମାର ସଦଗତି କାମନା କରୁଛି ଏବଂ ଶୋକସନ୍ତପ୍ତ ପରିବାରଙ୍କୁ ମୋର ସମବେଦନା ଜଣାଉଛି। ଓଁ ଶାନ୍ତି।, BJP leader from Ganjam, Anita Subhadarshini said.

‘ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଜନସେବା ଓ ଉନ୍ନୟନ କାର୍ଯ୍ୟ ମୋର ମନରେ ସଦାସ୍ମରଣୀୟ ରହିବ। ମୁଁ ତାଙ୍କ ଆତ୍ମାର ସଦଗତି କାମନା କରୁଛି ଏବଂ ଶୋକସନ୍ତପ୍ତ ପରିବାରଙ୍କୁ ମୋର ସମବେଦନା ଜଣାଉଛି।, BJD MLA Pratap Jena said.

‘It’s a great loss to the politics of Odisha! I am pained to hear about the loss of Smt V Sugnana Kumari Deo, a veteran BJD leader and 10-time former MLA. My deepest sympathies and prayers are with her family. May her soul find eternal peace’, Congress leader Niranjan Patnaik said.

LEAVE A REPLY

Please enter your comment!
Please enter your name here