Chariots Construction for Shree Lord Jagannatha Ratha Yatra in Puri enters into 34th Day

0
731
Chariots Construction for Shree Lord Jagannatha Ratha Yatra enters into 34th Day,

By Our Correspondent

PURI/BHUBANESWAR:  ତିନିରଥର ନିର୍ମାଣକାରୀ ସେବକ ମାନେ ଆଜି ରଥଖଳା ଠାରେ ସକାଳ ଘ.୮.୦୦ ଟାରେ ଉପସ୍ଥିତ ପୂର୍ବକ ତିନିରଥ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ରଥ ନିର୍ମାଣ ଅଗ୍ରଗତି

ଆଜି ପୂର୍ବାହ୍ନରେ ତିନିରଥର ମୁଖ୍ୟ ମହାରଣା ମାନେ ଭୋଇ ସେବକଙ୍କ ସହାୟତାରେ ଚକ ଦିଗ ନିର୍ଣ୍ଣୟ ପୂର୍ବକ ତିନିରଥର ଚକ-ଅଖ ଥାକ କରାଯାଇ ଥିଲା,  ରଥ ଚକ ଗୁଡିକ ଯେପରି ଆଗକୁ ଗାଡିନଯାଇ ନିର୍ଦିଷ୍ଟ ସ୍ଥାନରେ ରଖାଯାଇ ଚକ ଦୁଇ ପାର୍ଶ୍ୱ ରେ ବନ୍ଧା ଦିଆଯାଇଥିଲା। ଏହାପରେ   ଅଖ ତଳ ଭାଗରେ ମେଣ୍ଢି ଲାଗି ହୋଇ(କାଠ ଗର) ତିନିରଥର ଦଣ୍ଡା ପଡିଥିଲା, ପାର୍ଶ୍ୱ ମୁହାଁଟ ସହ ଦଣ୍ଡା ଏବଂ  କୁଡୁକା ସଂଯୋଗ ଦଣ୍ଡାକୁ ଦଣ୍ଡା ଦଉଡି ରେ ଟାଣ ଦିଆଯାଇ ବନ୍ଧାଯାଇଅଛି। ଆସନ୍ତାକାଲି ତିନିରଥର ଦଣ୍ଡା ଗୁଡିକରେ କଣ୍ଟା ପଡିବ , ଏଣୁ ତିନି ରଥର ଦଣ୍ଡା ଗୋଳେଇ ବା ଦଣ୍ଡା ଗୁଡିକର ତଳ ଭାଗ ଅର୍ଦ୍ଧ ଚନ୍ଦ୍ରକାର ଖୋଦେଇ କାର୍ଯ୍ୟ ସହ ଦଣ୍ଡା ଏବଂ ଅଖକୁ ଦଉଡି ଦ୍ୱାରା ବନ୍ଧା ଯାଇ ଦଣ୍ଡାରେ କଣ୍ଟା ବାଡ଼ିଆ କାର୍ଯ୍ୟ ହେବ

ତାଳଧ୍ୱଜ ରଥ

ଗତକାଲି ତାଳଧ୍ୱଜ ରଥର ଗୋଟିଏ ପୋଲ ଗୟଳ ଚଉପଟ ଶେଷ ହୋଇଥିଲା, ଆଜି ଆଉ ଦୁଇଟି ପୋଲା ଗୟଳ ର ଚଉପଟ କାର୍ଯ୍ୟ ଶେଷ ହୋଇ ଦୁଇଟି ଚାନ୍ଦା ଗୟଳ ର ଚଉପଟ ପାଇଁ ହଣା କାର୍ଯ୍ୟ ଆରମ୍ଭ ହୋଇଛି । ଏଥି ସହ ଅଣସର ଗୟଳ ତିନୋଟି ର ଚଉପଟ କାର୍ଯ୍ୟ ଶେଷ ହୋଇଛି ଉକ୍ତ ଗୟଳ ତିନୋଟିଏ ଦୁଇ ପାର୍ଶ୍ୱ ଗୋଳେଇ କାର୍ଯ୍ୟ ବାକି ରହିଛି ।

ଦର୍ପ ଦଳନ ରଥ

ଗତକାଲି ଦୁଇଟି ପୋଲ ଗୟଳ ର ଚଉପଟ ଶେଷ ହୋଇଥିଲା ଆଜି ଆଉଦୁଇଟି ଗୟଳ ର ଚଉପଟ କାର୍ଯ୍ୟ ଶେଷ ପରେ ଦୁଇଟି ଚାନ୍ଦା ଗୟଳ ର ହଣା କାର୍ଯ୍ୟ ଜାରି ରହିଛି

ନନ୍ଦିଘୋଷ ରଥ

ଗତକାଲି ଦୁଇଟି ବଡ଼ ପୋଲ ଗୟଳ ର ଚଉପଟ କାର୍ଯ୍ୟ ଶେଷ ହୋଇଥିଲା, ଆଜି ଆଉଗୋଟିଏ ପୋଲ ଗୟଳ ର ଚଉପଟ କାର୍ଯ୍ୟ ମଧ୍ୟାନ ସୁଦ୍ଧା ଶେଷ ହୋଇ ଥିଲା ଅପରାହ୍ନରେ ଆଉ ଦୁଇଟି ଗୟଳ ର ହଣା କାର୍ଯ୍ୟ ପରେ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ରୂପକାର ଚାଳି

ରୂପକାର ସେବକ ମାନେ ତିନି ରଥର ସିଂହାସନ ବା ସିଂହାସନ ରାୟ ରେ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି, ତିନିରଥର ସିଂହାସନରେ ଚିତ୍ର ଖୋଦେଇ ଅଲଗା ଅଲଗା ହୋଇଥାଏ, ଯଥା: ତାଳଧ୍ୱଜ ରଥର ସିଂହାସନ ର  ମଝି ଭାଗରେ ଦୁଇପାର୍ଶ୍ଵରେ ମାଛ ଥାଇ ପୂର୍ଣ୍ଣ କୁମ୍ଭ, ସହ ଡାଳି ଲତା, ଦୁଇପାର୍ଶ୍ଵରେ ଚାରି ଚାରୋଟି ହଂସ  ଶେଷ ଭାଗ ଦୁଇପାଟ ପଦ୍ମ ପାଖୁଡା ର ଚିତ୍ର ଖୋଦେଇ କାର୍ଯ୍ୟ ଜାରି ରହିଛି।

ସେହିପରି ଦେବୀ ରଥ ସିଂହାସନ ର ମଧ୍ୟ  ଭାଗରେ ଦୁଇପାର୍ଶ୍ଵରେ ମସ୍ଛ ସହ ପୂର୍ଣ୍ଣ କୁମ୍ଭ , ପଦ୍ମ ଡାଳି ଶେଷ ଭାଗ ଦୁଇପାର୍ଶ୍ଵ ମୟୁର ସହ ପୂଛ । ନନ୍ଦିଘୋଷ ରଥର ସିଂହାସନର ମଧ୍ୟ ବଗାଗ୍ରେ ମାଛସହ ପୂର୍ଣ କୁମ୍ଭ, ଦୁଇ ପାର୍ଶ୍ଵରେ ପଦ୍ମ ଡାଳି ସହ ହାତୀ ଏବଂ ପଦ୍ମ ପାଖୁଡା ଚୁତ୍ର ଖୋଦେଇ କାର୍ଯ୍ୟ ରୂପଜାର ସେବକ ମାନେ ଜାରି ରଖିଛନ୍ତି ।

କରତି ସେବକ

ଆଜି ରଞ୍ଜିତ ମହାରଣାଙ୍କ ନେତୃତ୍ବର  କରତି ସେବକ ମାନେ ତିନିରଥକୁ ଦଣ୍ଡା ଉଥିବା ପାଇଁ ଚକ ଦୁଇ ପାର୍ଶ୍ଵରେ ବାନ୍ଧ ଦେବାକୁ , ଏବଂ ଅଖ  ତଥା ଦଣ୍ଡା ରେ  ମେଣ୍ଢି  ଦିଆଯିବା ପାଇଁ କାଠ ଗଡ଼ କରି ଯୋଗାଇଛନ୍ତି।

ପାହୀ ମହାରଣା

ଦୋଳବେଦୀ ଠାରେ ବସନ୍ତ ମହାରଣାଙ୍କ ନେତୃତ୍ୱରେ ଦୁଇ ପାହୀ ମହାରଣା  ସ୍ନାନଯାତ୍ରା ଏବଂ ରଥଯାତ୍ରା ରେ ମହାପ୍ରଭୁଙ୍କ ନୀତି କାନ୍ତି ପାଇଁ ଆବଶ୍ୟକ  କୁରୁମ ପିଢ଼ା ସହ ବେଶ ଘୋଡ଼ିଆ ଏବଂ ଚାଙ୍ଗଡ଼ା ନିର୍ମାଣ ଜାରି ରଖିଛନ୍ତି ।

କମାର ଶାଳ

ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ଯୋଖା କଣ୍ଟା, ଗୟଳ କଣ୍ଟା ଏବଂ ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୬

ତିନିରଥର ଭୋଇ ସେବକ   – ୭୭

ତିନିରଥର କରତି ସେବକ   –   ୪

ତିନିରଥର କମାର ସେବକ  – ୧୭

ପାହି ମହାରଣା                –   ୨

ତୁମ୍ବ ବିନ୍ଧ କାରିଗର           –   ୧

ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

ମୋଟ-୧୯୭

LEAVE A REPLY

Please enter your comment!
Please enter your name here