By Our Correspondent
BHUBANESWAR: ଓଡିଶା ସୂଚନା ଅଧିକାର ତରଫରୁ ବ୍ଲାକ ରୋଜ ଜାହାଜ ବୁଡି ଘଟଣାର ସିବିଆଇ ତଦନ୍ତର ସ୍ଥିତି ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟ କୁ ନେଇ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ବରିଷ୍ଠ ସାମ୍ୱାଦିକ ସତ୍ୟ ପ୍ରକାଶ ନାୟକ ଏବଂ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର କିଭଳି ମିଳିତ ଭାବେ ଏହି ଜାହାଜ ବୁଡ଼ି ଘଟଣାର ତଦନ୍ତକୁ ରଫାଦଫା କରିଦେଲେ ।
ସେପ୍ଟେମ୍ବର ୯, ୨୦୦୯ ମସିହାରେ ୨୩,୮୪୭ ମେଟ୍ରିକ୍ ଟନ୍ର ଲୁହାପଥର ଏବଂ ୯୨୦ ମେଟ୍ରିକ୍ ଟନ୍ର ଫରନେସ୍ ତେଲ ନେଇ ଚୀନ୍ ଅଭିମୁଖେ ଯାଉଥିବା ଏମ୍.ଭି. ବ୍ଲାକ୍ରୋଜ୍ ନାମକ ଏକ ଜାହାଜ ପାରାଦୀପ ବନ୍ଦରଠାରୁ ୫ କି.ମି.ଦୂରରେ ସମୁଦ୍ର ଗର୍ଭରେ ବୁଡ଼ି ଯାଇଥିଲା । ସେତେବେଳେ ବିରୋଧୀ ରାଜନୈତିକ ଦଳମାନେ ନକଲି କାଗଜପତ୍ର ପ୍ରସ୍ତୁତ କରାଯାଇ ବେଆଇନ ଭାବେ ଲୁହାପଥର ଚୋରାଚାଲାଣ କରାଯାଉଥିଲା ବୋଲି ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ଦାବି କରିଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଦଳର ନେତାମାନେ ବ୍ଲାକ୍ରୋଜ ଜାହାଜ ବୁଡ଼ି ମାମଲା ସିବିଆଇକୁ ଦିଆଯାଇଛି ବୋଲି ସର୍ବସାଧ।।ରଣରେ କହିଥିଲେ ଏବଂ ଏହିସବୁ ଖବର ଗଣମାଧ୍ୟମରେ ତୁହାକୁ ତୁହା ପ୍ରଚାର କରାଯାଇଥିଲା ।
ବାସ୍ତବରେ ବ୍ଳାକ୍ରୋଜ୍ ଜାହାଜ ବୁଡ଼ିର ରହସ୍ୟ ଏବଂ ଏହାର ତଦନ୍ତର ଗତି ଓ ସ୍ଥିତି ସମ୍ପର୍କରେ ଅବଗତ ହେବାପାଇଁ ସୂଚନା ଅଧିକାର ଆଇନ ବଳରେ ଗତ ତା ୧୧.୦୫.୨୦୨୨ରିଖରେ ସିବିଆଇ କାର୍ଯ୍ୟାଳୟକୁ ତଥ୍ୟ ମଗାଯାଇଥିଲା । ତା ୦୭.୧୧.୨୦୨୨ରେ ସିବିଆଇ କାର୍ଯ୍ୟାଳୟ ନିମ୍ନୋକ୍ତ ତଥ୍ୟ ପ୍ରଦାନ କରିଥିଲେ ।
୧. ବ୍ଳାକ୍ରୋଜ ଜାହାଜ ବୁଡ଼ି ଘଟଣାର ତଦନ୍ତ ଏକ ସ୍ୱାଧୀନ ଅନୁଷ୍ଠାନ ଦ୍ୱାରା କରାଇବା ପାଇଁ ଗୁରୁ ପ୍ରସାଦ ମହାନ୍ତି ହାଇକୋର୍ଟରେ ଏକ ରିଟ୍ ପିଟିସନ୍ (ଡଚଉଉ) ୧୬୩୬୫/୨୦୦୯ ଦାୟର କରିଥିଲେ ।
୨. ଶଙ୍ଖନାଦ ବେହେରା ନାମକ ଏକ ବ୍ୟକ୍ତି ଅନୁରୂପ ଭାବେ ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଏକ (ଡଚଉଉ) ୧୬୩୭୯/୨୦୦୯ ଦାୟର କରିଥିଲେ ।
୩. ସିବିଆଇ ମଧ୍ୟ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ ଯଦି କୋର୍ଟ ନିର୍ଦ୍ଦେଶ ଦିଅନ୍ତି ତେବେ ସିବିଆଇ ଏମ୍.ଭି. ବ୍ଲାକ୍ରୋଜ ଜାହାଜ ବୁଡ଼ିର ତଦନ୍ତ କରିପାରିବ ।
୪. ଇତି ମଧ୍ୟରେ ଆବେଦନକାରୀ ଶଙ୍ଖନାଦ ବେହେରାଙ୍କ ମୃତ୍ୟୁ ଯୋଗୁ ହାଇକୋର୍ଟ ରିଟ୍ ପିଟିସନ୍ ସଂଖ୍ୟା ୧୬୩୭୯/୨୦୦୯କୁ ଖାରଜ କରିଦେଇଥିଲେ । ସେହି ସମୟରେ ସିବିଆଇ ନିର୍ଦ୍ଦେଶକ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖି ବ୍ଲାକ୍ରୋଜ ଘଟଣାର ସିବିଆଇ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟରେ କେସ୍ କରିବାକୁ ଜଣାଇଥିଲେ । କିନ୍ତୁ ମନ୍ତ୍ରଣାଳୟ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ ।
୫. କିନ୍ତୁ ତା ୨୦.୦୬.୨୦୧୮ରିଖରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ସିବିଆଇ ନିର୍ଦ୍ଦେଶକଙ୍କୁ ଦୁଇଟି ଅଭିଯୋଗ (ତା ୨୯.୦୭.୨୦୧୬ରେ ଭୁବନ ମୋହନ ଜେନା ଦେଇଥିବା ଏବଂ ପ୍ରତାପ କୁମାର ମିଶ୍ର ଦେଇଥିବା ଅଭିଯୋଗ, ତା ୦୯.୦୯.୨୦୧୬ରିଖରେ ଭୁବନ ମୋହନ ଜେନା ଦେଇଥିବା ପୁନଃ ଅଭିଯୋଗ ଏବଂ ତା ୩୧.୦୧.୨୦୧୮ରେ ପ୍ରତାପ କୁମାର ମିଶ୍ର ଦେଇଥିବା)କୁ ପଠାଇ ଦେଇଥିଲେ ।
୬. ସିବିଆଇ ଉକ୍ତ ଜାହାଜବୁଡ଼ି ଘଟଣାର ଅନୁଧ୍ୟାନ କରି ଜାଣିବାକୁ ପାଇଥିଲେ ଯେ ପାରାଦ୍ୱୀପ ମେରାଇନ୍ ପୋଲିସ୍ ଥାନାରେ ତା ୦୯.୧୦.୨୦୦୯ରିଖରେ ଏ ସମ୍ପର୍କରେ ଏକ ଅଭିଯୋଗ (ଅଭିଯୋଗ ସଂଖ୍ୟା ୨୮/୨୦୦୯) ଏକ କେସ୍ ପଞ୍ଜିକୃତ ହୋଇଛି । କ୍ରାଇମ୍ ବ୍ରାଞ୍ଚ୍ ଗ/ଝ ଚଇଉଗଇଜ ଝଐଓଚଚଓଘଏH ଉଙଜଚଙଜଇଞଓଙଘ ଚଠଞ. ଖଞଊ. ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ କୋକ୍ ସିଟ୍କିଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି ।
୭. ଏହାପରେ ସିବିଆଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ବ୍ଲାକ୍ରୋଜ୍ ଜାହାଜ ବୁଡ଼ି ଘଟଣାରେ ହୋଇଥିବା କେସ୍ ନଂ. ୨୮/୨୦୦୯ର ସମସ୍ତ ନଥିପତ୍ର, ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ମଧ୍ୟ, ରାଜ୍ୟ ସରକାର ଉକ୍ତ ତଦନ୍ତକୁ ଚାପି ଦେବାପାଇଁ କୌଣସି କାଗଜପତ୍ର ସିବିଆଇକୁ ଦେଇ ନଥିଲେ ।
୮. ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟର ଅସହଯୋଗ ଯୋଗୁଁ ସିବିଆଇ ବ୍ଲାକ୍ରୋଜ ଜାହାଜ ବୁଡ଼ି ଘଟଣାର ତଦନ୍ତ କରିପାରି ନଥିଲା ଏବଂ କେସ୍କୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା ।


















![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-100x70.jpg)









