BJP’s wall writing campaign launched in Deogarh

0
195

By Our Correspondent

BHUBANESWAR:  ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଅଧିକ ଆସ୍ଥାଭାଜନ ହେବା ଲକ୍ଷ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଡଳ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଶ୍ରୀ ପ୍ରଧାନ ରଙ୍ଗ ତୁଳି ଧରି କାନ୍ଥରେ ପଦ୍ମ ଫୁଲ ଆଙ୍କିବା ସହ କହିଛନ୍ତି ଯେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ବିଜେପି ପକ୍ଷରୁ ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଶା ଭରସାର ଚିହ୍ନ ପଦ୍ମ । ମୋଦିଙ୍କ ଚିହ୍ନ ପଦ୍ମ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ଗରିବ, ମହିଳା, ଚାଷୀ, ଯୁବକ, ଜନଜାତି ତଥା ପଛୁଆବର୍ଗଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇଛନ୍ତି ।

 ସମାଜର ସାଧାରଣ ଲୋକର ଭରସାର ପ୍ରତୀକ ହୋଇଛନ୍ତି । ମୋଦି ସରକାରଙ୍କ କଲ୍ୟାଣକାରୀ କାର୍ଯ୍ୟକୁ ନେଇ ଆମ ଦଳ ରାଜ୍ୟରେ ଆଗାମୀ ଲୋକସଭା ଓ ବିଧାନସଭା ୨୦୨୪ ନିର୍ବାଚନ ପାଇଁ ଲୋକମାନଙ୍କର ଅଧିକ ଆସ୍ଥାଭାଜନ ହେବା ପାଇଁ ଅଭିଯାନ ଆରମ୍ଭ କରିଛି । ଗାଁ ଗାଁରେ ମୋଦି ଗ୍ୟାରେଣ୍ଟି ପହଞ୍ଚାଇବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here