BJP Holds State-wide Demonstration over Irregularities in PMAY

0
326

By Our Correspondent

PARADIP/BALANGIR/BHUBANESWAR:  ମୋଦୀ ସରକାର ଓଡ଼ିଶାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର ଏଥିରେ ଅନିୟମିତତା କରି ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରୁଛନ୍ତି।  ଏହା ପ୍ରତିବାଦରେ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଶହଶହ ଆବାସରୁ ବଞ୍ଚିତ ହିତାଧିକାରୀ ଭୁବନେଶ୍ବର ବ୍ଲକ ଘେରାଉ କରିଛନ୍ତି ।

ମୋଦୀ ସରକାର ଓଡ଼ିଶାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର ଏଥିରେ ଅନିୟମିତତା କରି ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରୁଛନ୍ତି।

ଏହା ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ଶହଶହ ଆବାସରୁ ବଞ୍ଚିତ ହିତାଧିକାରୀ କୁଜଙ୍ଗ ଏବଂ ନାଉଗାଁ ବ୍ଲକ ଘେରାଉ କରିଛନ୍ତି ।

ଜଗତସିଂହପୁର ଜିଲ୍ଲା ରଘୁନାଥପୁର, ବିରିଡ଼ି, ବାଲିକୁଦା ଓ ତିର୍ତୋଲ ବ୍ଲକ ସମ୍ମୁଖରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ଓ ବ୍ଯାପକ ଦୁର୍ନୀତି ଅଭିଯୋଗକୁ ନେଇ ବ୍ଲକ ଘେରାଓ କରି ବିଡ଼ିଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି।

ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର ବ୍ଲକ ସମ୍ମୁଖରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ଓ ବ୍ଯାପକ ଦୁର୍ନୀତି ଅଭିଯୋଗକୁ ନେଇ ଅନେକ ସଂଖ୍ୟାରେ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ଏକ ବିଶାଳ ରାଲିରେ ବ୍ଲକ ଘେରାଓ କରି ବିଡ଼ିଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା।

ରାଜ୍ୟ ସରକାର ଯୋଗ୍ୟ ହିତାଧିକାରିଙ୍କୁ ପ୍ରଧାମନ୍ତ୍ରୀ ଆବାସ ଗୃହ ଦାବିରେ କେନ୍ଦୁଝର ବିଜେପି ପକ୍ଷରୁ ଘଷିପୁରା ବ୍ଲକ ଘେରାଉ କରଯାଇଥିଲା। ଏହି ପ୍ରତିବାଦରେ ଶହ ଶହ କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here