BJP-BJD Trade Charges over State’s Law and Order Situation

0
335

By Our Correspondent

BHUBANESWAR: ଏନସିଆରବି ରିପୋର୍ଟ ଏବଂ ବିଧାନସଭାର ତଥ୍ୟ ହିଁ  ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବାଖ୍ୟା କରୁଛି। ଧର୍ଷଣ,ହତ୍ୟା,ମହିଳା ଅତ୍ୟାଚାର,ଶିଶୁ ଚୋରୀରେ ଓଡିଶା ଆଜି ପ୍ରଥମ ସ୍ଥାନରେ। ପୋଲିସକୁ ଦଳୀୟ ସ୍ୱାର୍ଥରେ ବ୍ୟବହାର କରିବାରୁ ଲୋକମାନେ ନ୍ୟାୟ ପାଇବାରୁ ବଂଚିତ ରହୁଛନ୍ତି। ଓଡିଶାରେ ଦଣ୍ଡବିଧାନ ହାର ମାତ୍ର ୫%, ଯାହାକି ଦେଶରେ ସବୁଠି କମ।

ବୋଧହୁଏ ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ସସ୍ମିତ ପାତ୍ର ଆଜି ମାନ୍ୟବର ମନ୍ତ୍ରୀ ଶ୍ରୀ Dharmendra Pradhan  ଙ୍କ ବକ୍ତବ୍ୟକୁ ଭଲ ଭାବେ ଶୁଣି ନାହାନ୍ତି କିମ୍ବା ନିଜ ଦଳର ମୁଖିଆ ଏବଂ କିଛି ନିର୍ଦ୍ଧିଷ୍ଟ ପ୍ରଶାସକଙ୍କୁ ଖୁସି କରାଇବା ଉଦ୍ଦେଶ୍ୟରେ ଏଭଳି ନିମ୍ନମାନର ବକ୍ତବ୍ୟ ଦେଇଛନ୍ତି।,  said ରାଜ୍ୟ ବିଜେପି ଉପସଭାପତି ଶ୍ରୀ Lalitendu Bidyadhar Mohapatra.

ମିଛ,ଦୋଷାରୋପ,ବିଭ୍ରାନ୍ତ,ପ୍ରତାରଣା ବ୍ୟତୀତ ଶାସକ ବିଜେଡି ଏବଂ ତାଙ୍କ ନେତୃବୃନ୍ଦ ଆଉ କିଛି ଜାଣିନାହାନ୍ତି। ଗୋଟିଏ ପ୍ରଶ୍ନର ଅଲଗା ଉତ୍ତର ଦେବାରେ ସିଦ୍ଧହସ୍ତ ଶାସକ ବିଜେଡି ।ରାଜ୍ୟର ବିପର୍ଯ୍ୟସ୍ତ ଓ ଗମ୍ଭୀର  ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ରାଜ୍ୟ ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାର ଦାୟୀ ବୋଲି ଶ୍ରୀ Dharmendra Pradhan  କହିଛନ୍ତି।

ଅପର ପକ୍ଷରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ପାଣ୍ଠି ବାବଦରେ ଆସୁଥିବା ହଜାର ହଜାର କୋଟି ଟଙ୍କାକୁ ଖଣି ଅଂଚଳର ବିକାଶ ନକରାଇ ବିନା ଟେଣ୍ଡର ଓ ଅନୈତିକ ଉପାୟରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ଲୁଟ୍ କରୁଛନ୍ତି। ଆଗାମୀ ନିର୍ବାଚନରେ ଏହାର ଉତ୍ତର ରାଜ୍ୟବାସୀ ନିଶ୍ଚିତ ଦେବେ.

ମୋଦୀ ସରକାରଙ୍କ ସମୟରେ ରାଜ୍ୟରେ ରେଳପଥ କାର୍ଯ୍ୟ ଦୃତ ଗତିରେ ଚାଲିଛି । ଗତ ୯ ବର୍ଷରେ ପାଖାପାଖି ୬୦ ହଜାର କୋଟି ଟଙ୍କା ମିଳିଛି ଏବଂ ଆହୁରି ମଧ୍ୟ ମିଳିଥାନ୍ତା । କିନ୍ତୁ ଜମି ଅଧିଗ୍ରହଣ ନହେବା ଓ ରାଜ୍ୟ ସରକାରଙ୍କ ଅସହଯୋଗତା କାରଣରୁ ଏଥିରେ ବାଧା ସୃଷ୍ଟି ହେଉଛି ।

ଶାନ୍ତିପ୍ରିୟ ଓଡିଶାରେ ରାଜନୈତିକ ହିଂସାର ମୁଳଦୁଆ ପଡିଥିଲା କନ୍ଧମାଳରେ ଏବଂ ଏଥିରେ କିଏ କିଏ ସାମିଲ ଥିଲେ ରାଜ୍ୟବାସୀଙ୍କୁ ଭଲ ଭାବେ ଜଣା ଅଛି। ଦଙ୍ଗା ମାମଲାରୁ ବଂଚିବା ପାଇଁ ସାଂସଦ ଶ୍ରୀ ପାତ୍ର ଓ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ଶରଣ ନେଇଥିଲେ । ଆଜି ଗଣମାଧ୍ୟମ ଆଗରେ ନୀତି,ନୈତିକତା ଓ ଆଦର୍ଶର କଥା ତାଙ୍କ ପାଟିରେ ଶୋଭା ପାଉନାହିଁ।

କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ରାଜ୍ୟକୁ ମାତ୍ର ୮୬୯କୋଟି ଟଙ୍କା ରେଳ ବଜେଟରେ ମିଳୁଥିବା ବେଳେ ମୋଦୀ ସରକାରଙ୍କ ସମୟରେ ଓଡିଶା ପାଇଁ ରେଳ ଅନୁଦାନ ୧୦,୦୧୨ କୋଟି ଟଙ୍କାରେ ପହଁଞ୍ଚିଛି।ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାର ସର୍ବଦା ଚେଷ୍ଟିତ। ତେଣୁ ରାଜ୍ୟ ସରକାର ମିଥ୍ୟା ତଥ୍ୟ ଦେଇ ସାଧାରଣ ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ।

LEAVE A REPLY

Please enter your comment!
Please enter your name here