BIPF celebrates World Breast Feeding Week in Choudwar

0
641

By Our Correspondent

CHOUDWAR/BHUBANESWAR: ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ, ଚୌଦ୍ୱାର ତରଫରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ-୨୦୨୨ ସ୍ଥାନୀୟ ବାଣୀପଦା ସ୍ଥିତ କଲ୍ୟାଣ ମଣ୍ଡପ, ମହିଷାଲଣ୍ଡା କଲ୍ୟାଣ ମଣ୍ଡପ, ଓ ବାଗଧରା  ସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୁଡିକରେ ମୁଖ୍ୟ ଅତିଥି ଭାବେ ଇମ୍ଫା ଶିଳ୍ପ ଗୋଷ୍ଠୀର ସିନିୟର ଭାଇସ ପ୍ରେସିଡେଣ୍ଟ ଶ୍ରୀ ଦୀପକ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ମେମ୍ବର ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସୁବୁଦ୍ଧିରାୟ, ଶ୍ରୀଯୁକ୍ତ ଏଲ.କେ.ମହାପାତ୍ର, ସିନିୟର ଜି.ଏମ. ଇମ୍ଫା, ଚୌଦ୍ୱାର ଶ୍ରୀ ସୁଧାଂଶୁ ମଣ୍ଡଳ, ପୁଷ୍ଟି ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଫିସ, ଶ୍ରୀମତୀ ନିବେଦିତା ପାଣିଗ୍ରାହୀ, ଜିଲ୍ଲା ସଂଯୋଜକ, ଶିଶୁ ବିବାହ, ଆକ୍ସନଏଡ, କଟକ, ଆୟୁଷ ଡାକ୍ତର ଶ୍ରୀ ନିର୍ମଳଚନ୍ଦ୍ର ସାହୁ, ମଙ୍ଗରାଜପୁର ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ବୁଦ୍ଧିଜୀବି ମାନେ ଯୋଗ ଦେଇଥିଲେ। ଏଥିରେ ଅଞ୍ଚଳର ପ୍ରାୟ ୨୫୦ରୁ ଊର୍ଦ୍ଧ୍ଵ ଗର୍ଭବତୀ ମହିଳା, ପ୍ରସୂତି ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏ.ଏନ.ଏମ, ସି. ଆର.ପି. ଯୋଗଦେଇଥିଲେ । ଏବର୍ଷର ସ୍ଲୋଗାନ ଶିକ୍ଷା ଓ ସମର୍ଥନ ସହିତ ସ୍ତନ୍ୟପାନକୁ ତ୍ଵରାନ୍ନିତ କରିବା ନେଇ ଅଲୋଚନ ହୋଇଥିଲା ।

ସିନିୟର ଭାଇସ ପ୍ରେସିଡେଣ୍ଟ ଶ୍ରୀ ମହାନ୍ତି ବର୍ତ୍ତମାନ ସମୟରେ ସ୍ତନ୍ୟପାନର ଗୁରୁତ୍ଵ ବିଷୟରେ ବୁଝାଇବା ସହିତ ପରିବାରର ଅନ୍ୟ ସମସ୍ତଙ୍କୁ ମା କୁ ସହଯୋଗ କରିବା ପାଇଁ କହିଥିଲେ । ଏହା କି ଭଳି ଭାବରେ ପିଲାର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ସହିତ ଶିଶୁଟିର ପ୍ରଥମ ପ୍ରତିଷେଧକ ଟୀକା ବୋଲି ବୁଝାଇଥିଲେ । ଜିଲ୍ଲା ପରିଷଦ ମେମ୍ବର ଶ୍ରୀମତୀ ସୁବୁଦ୍ଧିରାୟ ଶିଶୁର ସ୍ତନ୍ୟପାନରେ ପରିବାର ଭୂମିକା କେତେ ଗୁରୁତ୍ଵପୂର୍ଣ୍ଣ କହିବା ସହିତ ଏ ଦିଗରେ ଫାଉଣ୍ଡେସନର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଶ୍ରୀଯୁକ୍ତ ମହାପାତ୍ର, ସିନିୟର ଜି.ଏମ. ଇମ୍ଫା ନିଜ ଅଭିଭାଷଣରେ ସ୍ତନ୍ୟପାନ ଦ୍ଵାରା କିଭଳି ଜଣେ ମା ପିଲାର ଅଭିବୃଦ୍ଧି ସହିତ ନିଜକୁ ରୋଗମୁକ୍ତ ରଖିପାରିବ ସେ ସମ୍ପର୍କରେ ମନ୍ତ୍ୟବ ଦେଇଥିଲେ । ଶ୍ରୀ ସୁଧାଂଶୁ ମଣ୍ଡଳ, ପୁଷ୍ଟି ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଫିସ ନିଜ ଆଲୋଚନାରେ କଟକ ଜିଲ୍ଲାରେ ସ୍ତନ୍ୟପାନରହାର ବିଷୟରେ ଆଲୋକପାତ କରିବା ସହିତ ଏହା କିଭଳି ଶିଶୁର ମାନସିକ ଓ ଶାରୀରିକ ଅଭିବୃଦ୍ଧିକୁ ତ୍ଵରାନ୍ନିତ କରିଥାଏ ସମସ୍ତଙ୍କୁ ବୁଝାଇଥିଲେ । 

ଶ୍ରୀମତୀ ପାଣିଗ୍ରାହୀ, ଜିଲ୍ଲା ସଂଯୋଜକ, ଆକ୍ସନଏଡ ନିଜ ଆଲୋଚନାରେ ସ୍ତନ୍ୟପାନ ଦ୍ଵାରା ଶିଶୁଟି କିଭଳି ଭାବରେ ରୋଗମୁକ୍ତ ହୋଇ ପାରିବ ସୁଚାଇ ଥିଲେ । ଆୟୁଷ ଡାକ୍ତର ଶ୍ରୀ ସାହୁ  ସ୍ତନ୍ୟପାନ ସମୟରେ ବିଭିନ୍ନ ସାବଧାନତା ସହିତ ମା ର ପୋଷଣ ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରରେ ସ୍ତନ୍ୟପାନ ସମ୍ବନ୍ଧୀୟ କୁଇଜ କମ୍ପିଟିସନ କରାଯିବା ସହିତ ସର୍ବୋତ୍ତମ ମା ମାନଙ୍କୁ ପୁରସ୍କାର ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମ ଗୁଡିକରେ ଗର୍ଭବତୀ, ପ୍ରସୂତି ଓ ଶିଶୁ ମାନଙ୍କ ପାଇଁ ଏକ ପୋଷଣ ମେଳାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଞ୍ଚଳର ବୁଦ୍ଧିଜୀବି ଶ୍ରୀ ଲକ୍ଷ୍ମଣ ରାଉତ, ଫାଉଣ୍ଡେସନର ଡି.ଜି.ଏମ. ଶ୍ରୀ ନିଲେନ୍ଦୁ ଚାଟାର୍ଜୀ, ମ୍ୟାନେଜର ଶ୍ରୀ ସୁଭାଶିଷ ତ୍ରିପାଠୀ, ଇମ୍ଫାର ସିନିୟର ମ୍ୟାନେଜର ଶ୍ରୀ ମାନସ ରଞ୍ଜନ ପ୍ରଧାନ, ଯୋଗ ଦେଇଥିବା ବେଳେ ଫାଉଣ୍ଡେସନ ତରଫରୁ ଏହି କାର୍ଯ୍ୟକ୍ରମକୁ, ଶ୍ରୀ ଆଶିଷ ଦାସ, ଶ୍ରୀ ସୁରେନ୍ଦ୍ର ପ୍ରଧାନ, ଶ୍ରୀ ଚନ୍ଦ୍ରଶେଖର ମହାପାତ୍ର, ସୁଶ୍ରୀ ଶୁଭଶ୍ରୀ ନାଏକ , ଶ୍ରୀ ଜ୍ଞାନରଞ୍ଜନ ବେହେରା, ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here