Bharatpur PS Case No-51, two arrested under NDPS Act

0
164
Sarat Behera (50), S/o-Dhadu Behera of Shyampur, PS- Bharatpur, Bhubaneswar UPD, Nakula Mallick(30), S/o- Kamistira Mallick of Vill- Burdakhia, PS- Baliguda, Dist- Kandhamal

By Our Correspondent

BHUBANESWAR:  Bharatpur PS Case No-51, dtd.30.01.24, U/S- 20 (b) (ii) (B) NDPS Act. PO: Near Aahar Kendra, Shyampur Chhaka, PS- Bharatpur, BBSR UPD.

Gist of the FIR:

ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ  ଶ୍ୟାମପୁର ଛକ, ଆହାର କେନ୍ଦ୍ର ନିକଟରେ ଥିବା ଏକ କ୍ୟାବିନରେ ସଦଳବଳେ ଅତର୍କିତ ଚଢଉ କରିବା ସହିତ  ବେଆଇନ ଗଞ୍ଜେଇ ଚାଲାଣ ତଥା ବିକ୍ରୟ ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

ଛାନଭିନ ସମୟରେ ପୁଲିସ ଦୁଇ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ପୃଥକ ଜରି ଅଖାରେ ଥିବା ମୋଟ ୫.୪ କିଲୋଗ୍ରାମ ଓଜନର ଗଞ୍ଜେଇ, ଏବଂ ଗଞ୍ଜେଇ ବିକ୍ରୟରୁ ଆୟ ହୋଇଥିବା ମୋଟ ୬୭୦୦ ଟଙ୍କା ଜବତ କରିଥିଲେ । ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିବା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ଶରତ ବେହେରା ଶ୍ଯାମପୁର ଅନ୍ତର୍ଗତ ଆହାର କେନ୍ଦ୍ର ନିକଟରେ ଥିବା ନିଜ କ୍ୟାବିନ ଭିତରେ ଗଞ୍ଜେଇ ରଖି ସାଧାରଣ ଲୋକଙ୍କୁ ବିକ୍ରୟ କରୁଥିବା ଏବଂ  ଅଭିଯୁକ୍ତ ନକୁଳ ମଲ୍ଲିକ କନ୍ଧମାଳ ଅଞ୍ଚଳରୁ ନିୟମିତ ଭାବେ ତାଙ୍କୁ ଗଞ୍ଜେଇ ଚାଲାଣ କରୁଥିବା ଦର୍ଶାଇ ଥିଲେ ।

 ଏହି ଘଟଣାକୁ କେନ୍ଦ୍ରକରି ଭରତପୁର ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରୟ ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ଜନସାଧାରଣ ମାନେ ବେଆଇନ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Name and Address of accused persons: Sarat Behera (50), S/o-Dhadu Behera of Shyampur, PS- Bharatpur, Bhubaneswar UPD, Nakula Mallick(30), S/o- Kamistira Mallick of Vill- Burdakhia, PS- Baliguda, Dist- Kandhamal.

Article Seized:5.400gram of Contraband Ganja, Cash of Rs.6,700/-

LEAVE A REPLY

Please enter your comment!
Please enter your name here