Bharatpur PS Case No-392, accused arrested, know details

0
318
Durga Caran Pradhan (43), S/o- Maguni Pradhan of Vill- Patanibar, PS- Baghamari, Dist- Khordha

By Our Correspondent

BHUBANESWAR:   Bharatpur PS Case No-392, dtd.04.09.2023, U/S-120-B/465/467/468/471/420 IPC.

Brief of the Case:

ଭରତପୁର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ବିଭୁତି ଭୂଷଣ ରାଉତଙ୍କ ଅଭିଯୋଗ ଆଧାରରେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କର ବଡ ଭାଇ ଉମେଶ ରାଉତ ଭୁବନେଶ୍ବରରେ ଗୋଟିଏ ପ୍ଲଟ କିଣିବାକୁ ଚାହୁଁଥିଲେ । ଏହାକୁ ଦୃଷ୍ଠିରେ ରଖି ଅଭିଯୋଗକାରୀ ଏବଂ ତାଙ୍କର ଭାଇ ଗୋଟିଏ ଦୈନିକ ଓଡିଆ ଖବର କାଗଜରେ ବିଜ୍ଞାପନ ଦେଖି ସେଥିରେ ଦିଆଯାଇଥିବା ମୋବାଇଲ ନମ୍ବରରେ ଅଭିଷେକ ସେଠୀ ନାମକ ଜଣେ ବିଲ୍ଡରଙ୍କ ସହିତ ଯୋଗଯୋଗ କରିଥିଲେ ।

ଏହା ପରେ ଅଭିଯୋଗକାରୀ ନିମ୍ନୋକ୍ତ ଅଭିଯୁକ୍ତ ଜମି ମାଲିକଙ୍କ ବିଷୟରେ ଜାଣିବା ପରେ ଅଭିଯୁକ୍ତ ଅଭିଷେକ ତାଙ୍କର ୨ଜଣ ସହାୟକଙ୍କୁ ଅଭିଯୋଗକାରୀଙ୍କୁ ପ୍ଲଟ ଦେଖାଇବା ପାଇଁ ନେଇଯାଇଥିଲେ । ସେଠାରେ ଅଭିଯୁକ୍ତ ଜମି ମାଲିକ ଅଭିଯୋଗକାରୀଙ୍କୁ ଗଙ୍ଗପଡ଼ା ମଉଜା, ଜଟଣୀ ତହସିଲ ଅଧିନସ୍ଥ ଜଟଣୀ ଗେଟ ନିକଟରେ ଥିବା ଜାତୀୟ ରାଜପଥ କୁ ଲାଗି ଏକ ପ୍ଲଟ ଦେଖାଇଥିଲେ ।

ଅଭିଯୋଗକାରୀ ଉକ୍ତ ପ୍ଲଟ କୁ କିଣିବା ପାଇଁ ମନସ୍ଥ କରିବାରୁ ଅଭିଯୁକ୍ତ ମାନେ ତାଙ୍କୁ ନିମ୍ନୋକ୍ତ ଅଭିଯୁକ୍ତ ଜମି ମାଲିକଙ୍କ ନିକଟକୁ ନେଇ ଯାଇଥିଲେ ଏବଂ ସେଠାରେ ସେମାନଙ୍କର ପ୍ଲଟ କିଣା ବିକା ନେଇ ଆଲୋଚନା ହେବା ପରେ ଜମି ମାଲିକ ଅଭିଯୋଗକାରୀଙ୍କୁ ଅଗ୍ରୀମ ୨୦ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ। ଅଭିଯୋଗକାରୀ ଅଗ୍ରୀମ ୨୦ ଲକ୍ଷ ଟଙ୍କା ଅଭିଯୁକ୍ତମାନଙ୍କୁ ଦେବା ପରେ ଅବଶିଷ୍ଟ ଟଙ୍କା ପ୍ଲଟର ସୀମା ନିର୍ଦ୍ଧାରଣ ପରେ ଦେବା ପାଇଁ କହିଥିଲେ । ଏହା ପରେ ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କ ସହିତ ଜଟଣୀ ସବରେଜିଷ୍ଟାର ଅଫିସକୁ ଯାଇଥିଲ ଓ ସେଠାରେ ଜମି ରେଜିଷ୍ଟ୍ରେସନ ପାଇଁ ସବୁ ଦସ୍ତାବିଜ ଦାଖଲ କରିଥିଲେ।

 ଅଭିଯୋଗକାରୀ କିଣି ଥିବା ପ୍ଲଟ ଟିର ସୀମା ନିର୍ଦ୍ଧାରଣ କରିବା ସମୟରେ ଉକ୍ତ ପ୍ଲଟଟି ଜାତୀୟ ରାଜପଥ କଡରେ ନଥିଲା ଏବଂ ଯେଉଁଠାରେ ପ୍ଲଟର ସୀମା ନିର୍ଦ୍ଧାରଣ ହେଲା ତାହା ଅତ୍ୟନ୍ତ ରାସ୍ତା ଠାରୁ ବହୁ ଦୂରରେ ଥିବା ଓ ସେଠାକୁ ରାସ୍ତା କିମ୍ବା କୌଣସି ସୁବିଧା ନଥିବା ସହ ଗଭୀର ଓ ପାଣିଥିବା ସ୍ଥାନ ଥିଲା । ଅଭିଯୋଗକାରୀ ଠକାମିର ଶିକାର ହୋଇଥିବା ଜାଣିପାରି ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

 ଭରତପୁର ଥାନା ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ଜମି ମାଲିକଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ଅଭିଯୁକ୍ତର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ସେ ପୂର୍ବରୁ ଇନ୍ଫୋଭ୍ୟାଲି ଥାନାରେ ଏକ ଠକେଇ ମାମଲାରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲେ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଚେଷ୍ଠା ଜାରି ରହିଛି ।

Name and Address of the Accused persons:

1.         Durga Caran Pradhan (43), S/o- Maguni Pradhan of Vill- Patanibar, PS- Baghamari, Dist- Khordha.

LEAVE A REPLY

Please enter your comment!
Please enter your name here