Bharatpur PS case No-301, couple arrested

0
308
Mustak Alli (54) S/O-Sayad Sakhawat Alli and Sufia Sultana (49), W/O-Sayed Mustak Ali

By Our Correspondent

BHUBANESWAR: Bharatpur PS case No-301, Dt. 12.07.2023 U/S-417/420 IPC turned to U/s- 417/420/34 IPC.

Gist of the FIR:

ଭରତପୁର ଥାନା ପୁଲିସ ଅଭିଯୋଗକାରୀ ଅଶ୍ଵିନୀ କୁମାର ଶାରଙ୍ଗୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀଙ୍କର ଭାଇ ଆଶୁତୋଷ ଜଣେ ବସ ମାଲିକ ଓ ତାଙ୍କର ଖୋର୍ଦ୍ଧା କୁ ରାଉରକେଲା କୁ ବସ ଚଳାଚଳ ହୁଏ । ଗତ ୨୦୨୦ ମସିହାରେ ଆଶୁତୋଷ ଙ୍କର ନିମ୍ନୋକ୍ତ ଅଭିଯୁକ୍ତ ମୁସ୍ତାକ୍ ଙ୍କ ସହିତ ବୌଦ୍ଧ ବସ ଆସୋସିଏସନ ରେ ସାକ୍ଷାତ ହୋଇଥିଲା ।

ପରବର୍ତ୍ତୀ ସମୟରେ ଆଶୁତୋଷଙ୍କର ଜଣେ ସମ୍ପର୍କୀୟ ଭାଇ ରଶ୍ମୀ ରଞ୍ଜନ ଅଭିଯୁକ୍ତଙ୍କୁ ଯୋଗାଯୋଗ କରିବା ପରେ ଅଭିଯୁକ୍ତ ଜଣକ ନିଜକୁ ୩ଟି ବସ ର ମାଲିକ ପରିଚୟ ଦେବା ସହ ତାଙ୍କର ବରମୁଣ୍ଡା ବସ ଷ୍ଟାଣ୍ଡରୁ ବସ ଚାଲୁଥିବା କହିଥିଲେ ।

 ଗତ ୨୦୧୯ ମସିହାରେ କୋଭିଡ ମହାମାରୀ ହେତୁ ଅଭିଯୁକ୍ତଙ୍କର ବ୍ୟବସାୟରେ କ୍ଷତି ହୋଇଥିବାରୁ ସେ ତାଙ୍କର ବସ ଗୁଡିକୁ କମ ମୂଲ୍ୟରେ ବିକ୍ରୟ କରିବା ପାଇଁ ରଶ୍ମୀ ରଞ୍ଜନଙ୍କ ମାଧ୍ୟମରେ ଅଭିଯୋଗକାରୀ ଓ ତାଙ୍କର ଭାଇଙ୍କୁ ଯୋଗା ଯୋଗ କରିଥିଲେ ଏବଂ ବସ ଗୁଡିକୁ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ । ଗତ ୨୦୨୧ ମସିହାରେ ନୋଟରୀ ଚୁକ୍ତି ନାମା ହେବା ପରେ ନିମ୍ନୋକ୍ତ ଅଭିଯୁକ୍ତା ସୁଫୀଆ ବରମୁଣ୍ଡା ବସ ଷ୍ଟାଣ୍ଡରେ ଥିବା ଗୋଟିଏ ବସକୁ ବନ୍ଧକ ରଖି ଆଶୁତୋଷଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲେ ।

ଏହା ପରେ ଅଭିଯୁକ୍ତ ଦ୍ୱୟ ବିଭିନ୍ନ ମାଧ୍ୟମରେ ଆଶୁତୋଷଙ୍କ ଠାରୁ ଆହୁରି ୫୦ଲକ୍ଷ ଟଙ୍କା ନେବା ପରେ ବାରମ୍ବାର ଦିନ ଗଡାଇ ଚାଲିଥିଲେ ମଧ୍ୟ ବସର ମାଲିକାନା ସ୍ଥାନାନ୍ତର କରିନଥିଲେ । ଏହି ପରି ଭାବରେ ଅଭିଯୁକ୍ତ ମାନେ ସମୁଦାୟ ୭୦ ଲକ୍ଷ ଟଙ୍କା ଆଶୁତୋଷଙ୍କ ଠାରୁ ଠକେଇ କରିଥିବାରୁ ସେ ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଥିଲେ ।

 ଏନେଇ ଅଭିଯୋଗକାରୀ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ଦ୍ଵୟଙ୍କୁ ଗିରଫ କରିବା ସହ ଚୁକ୍ତି ନାମା ହୋଇଥିବା ବସ ଟିକୁ ମଧ୍ୟ ଜବତ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of accused persons: Mustak Alli (54) S/O-Sayad Sakhawat Alli and Sufia Sultana (49), W/O-Sayed Mustak Ali.

Both are of Vill-Ichhapur Patna, PS-Jatni, Dist-Khorda A/P-Plot No-02, Bhakta Madhu Nagar, PS-Khandagiri, Dist-Khordha.

Seizure:One bus

LEAVE A REPLY

Please enter your comment!
Please enter your name here