Bharatpur PS Case No- 297, accused arrested,5 mobile phones seized

0
424

By Biswanath Dash

BHUBANESWAR: Bharatpur PS Case No- 297, Dt.05.07.2023, U/S- 379/511/34 IPC.PO-At Krutibandhu Appartment, PS- Bharatpur, Bhubaneswar UPD.

Gist of the FIR:

ଭରତପୁର ଥାନା ପୁଲିସ ଅଭିଯୋଗକାରୀ ଶୁଭକାନ୍ତ ସାହୁଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ଗତ କାଲି ସନ୍ଧ୍ୟାରେ ଅଭିଯୋଗକାରୀ ତାଙ୍କର ମୋଟରସାଇକେଲ ଯୋଗେ କୃତୀବନ୍ଧୁ ଆପାର୍ଟମେଣ୍ଟରେ ଥିବା ଅଫିସ୍ କୁ ଯାଇଥିଲେ । ସେ ସେଠାରେ ତାଙ୍କର ମୋଟରସାଇକେଲ ଟିକୁ ପାର୍କ କରି ରଖିବା ପରେ ମୋଟରସାଇକେଲରେ ହେଲମେଟ ଓ ଚାବିଟିକୁ ଛାଡିଦେଇ ଅଫିସ ଭିତରକୁ ଚାଲିଯାଇଥିଲେ । ଅଭିଯୋଗକାରୀ ସେଠାରେ ଫୋନରେ କଥାବାର୍ତାରେ ବ୍ୟସ୍ତ ଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ଉକ୍ତ ମୋଟରସାଇକେଲ ନିକଟକୁ ଆସିଥିଲେ ଏବଂ ଚୋରୀ କରିବା ଉଦେଶ୍ୟରେ ଅଭିଯୋଗକାରୀଙ୍କର ହେଲମେଟଟିକୁ ପିନ୍ଧି ମୋଟରସାଇକେଲଟିକୁ ଷ୍ଟାର୍ଟ କରିଥିଲେ  ।

 ହଠାତ ଏହି ସବୁ ସବୁ ଘଟଣା ଦେଖି ଅଭିଯୋଗକାରୀ ଘଟଣାସ୍ଥଳକୁ ଦୌଡି ଆସି ନିମ୍ନୋକ୍ତ ଅଭିଯୁକ୍ତକୁ କାବୁ କରିଥିବା ସ୍ଥଳେ ସହଯୋଗୀ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇଥିଲେ । ଏନେଇ ଭରତପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ପଚରା ଉଚରା ବେଳେ ସେ ନିଜର ଅପରାଧ ସ୍ଵୀକାର କରିଥିଲେ । ଅଧିକ ତଦନ୍ତ ବେଳେ ପୁଲିସ ଅଭିଯୁକ୍ତ ହେପାଜତରୁ ୫ଟି ଚୋରୀ ମୋବାଇଲ ଫୋନ ଜବତ କରିଥିଲେ ।

ଅଭିଯୁକ୍ତର ଅପରାଧିକ ପୃଷ୍ଠଭୂମି ଯାଞ୍ଚ ବେଳେ ତାଙ୍କ ନାମରେ ୨୦୧୯ ମସିହାରୁ ଏଯାବତ ଭୁବନେଶ୍ବରର ବିଭିନ୍ନ ଥାନା ଗୁଡିକରେ ୧୩ଟି ଚୋରୀ, ଛିନତାଇ, ଓ ଲୁଟ ପରି ଅନେକ ମାମଲା ରୁଜୁ ହେବା ସହ କୋର୍ଟ ଚାଲାଣ ମଧ୍ୟ ହୋଇଥିଲେ । ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବରେ ଅପରାଧରେ ଲିପ୍ତ ରହୁଥିବାରୁ ତାଙ୍କ ବିରୁଦ୍ଧରେ CrPC-୧୧୦ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପଦକ୍ଷେପ ନିଆଯାଉଛି ।  ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ସ୍ଥଳେ ଅଭିଯୁକ୍ତ ସହଯୋଗୀକୁ ଗିରଫ ପାଇଁ ଚେଷ୍ଠା ଜାରି ରହିଛି।

Name & Address of Accused person:

1.         Rakesh Khuntia alias Tutulu (23), S/o- Anadi Charan Khuntia of Vill- Kalimandir Basti, Unit-6, PS- Capital, Bhubaneswar UPD.

Article Seized:

1.         5 nos of Mobile phone.

LEAVE A REPLY

Please enter your comment!
Please enter your name here