Bharatpur PS Case No.167, accused arrested

0
394
Sagar Pradhan (25), S/O- Kedar Pradhan of Road Sahi, Main Road, Haladia Padar, PS- Golanthara, Dist- Ganjam

By Biswanath Dash

BHUBANESWAR:  Bharatpur PS Case No.167, dtd.18.04.2023, U/S-302 IPC.PO: Plot No.739, Satya Nagar, Telugu Sahi, PS- Bharatpur, Bhubaneswar UPD.

Gist of the Case:

ଗତ କାଲି ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଭରତପୁର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ମୃତ ମହିଳାଙ୍କୁ ୨୦୧୯ ମସିହାରେ ବିବାହ କରିଥିଲେ । ଅଭିଯୁକ୍ତ ଜଣକ ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପତ୍ନୀ ଗୃହ କାର୍ଯ୍ୟ କରନ୍ତି । ଉଭୟଙ୍କର ଏକ ୧୮ମାସର ଶିଶୁ ପୁତ୍ର ମଧ୍ୟ ଅଛି । ଗତ ଦୁଇ ମାସ ତଳୁ ସେମାନେ ଅଭିଯୋଗକାରିଣୀଙ୍କ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଘରେ ଭଡାରେ ରହୁଥିଲେ । ପୂର୍ବରୁ ପତ୍ନୀଙ୍କ ଚରିତ୍ରକୁ ନେଇ ଉଭୟଙ୍କ ମଧ୍ୟରେ ନିୟମିତ ଭାବେ କଳିଝଗଡା ଲାଗିରହୁଥିଲା । ଘଟଣା ଦିନ ଅପରାହ୍ନରେ ଉଭୟଙ୍କ ମଧ୍ୟରେ ପୁନର୍ବାର ଝଗଡା ଆରମ୍ଭ ହେବା ସହିତ ଏହି ଝଗଡା କ୍ରମଶଃ ଗୁରୁତର ରୂପ ନେଇଥିଲା ।

ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଉତକ୍ଷିପ୍ତ ହୋଇ ପତ୍ନୀଙ୍କୁ ତଳେ ପକାଇ ଦେବା ସହିତ ତାଙ୍କ ବେକ ଚିପି ଜୀବନରୁ ମାରିଦେଇଥିଲେ । ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ଭରତପୁର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରା ଉଚରା ବେଳେ, ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

Sagar Pradhan (25), S/O- Kedar Pradhan of Road Sahi, Main Road, Haladia Padar, PS- Golanthara, Dist- Ganjam.

LEAVE A REPLY

Please enter your comment!
Please enter your name here