Bharatpur P.S Case No-73, accused arrested

0
167
Soumya Kanta Tripathy, S/o- Lt. Basudev Tripathy of Vill/PS- Kurala, Dist- Nayagada, At/pr- Plot No- 406/6 Sampur, PS- Bharatpur, Dist- Khordha

By Our Correspondent

BHUBANESWAR:   Bharatpur P.S Case No-73, dt.07.02.2024, U/s- 279/336 IPC/ 185 M.V Act.

Gist of the Case: ଭରତପୁର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରିବା ସହ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କାଲି ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ପୁଲିସ ଟୀମ ଭରତପୁର ଥାନା ଅନ୍ତର୍ଗତ ନାକାଗେଟ ରୁ କଳିଙ୍ଗ ଷ୍ଟୂଡିଓ ଛକ ମଧ୍ୟରେ ମୋଟର ଯାନ ଯାଞ୍ଚ ଏବଂ ମଦ୍ୟପାନ କରି ଗାଡି ଚାଳନା କରିବା ବିରୁଦ୍ଧରେ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ କରୁଥିଲେ । ସେହି ସମୟରେ ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ଦ୍ରୁତ ବେଗରେ ବେପରୁଆ ଓ ଅବହେଳା ପୂର୍ଣ ଭାବରେ ମୋଟରସାଇକେଲ ଚାଳନା କରୁଥିବାର ପୁଲିସ ଟୀମ ଦେଖିଥିଲେ।

ନିମ୍ନୋକ୍ତ ଅଭିଯୁକ୍ତଙ୍କର ଏହି ପରି ବେପରୁଆ ଗାଡି ଚାଳନାରେ ସାଧାରଣ ଲୋକ ମାନଙ୍କର ଧନ ଜୀବନ କ୍ଷୟକ୍ଷତି ହେବାର ଆଶଙ୍କା ହେତୁ ପୁଲିସ ଟୀମ ତାଙ୍କୁ ଘଟଣା ସ୍ଥଳରେ ଅଟକାଇଥିଲେ । ଅଭିଯୁକ୍ତଙ୍କର ବ୍ରେଥ୍ ଆନାଲଇଜରରେ ଯାଞ୍ଚ କରିବା ସମୟରେ ସେ ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରି ଗାଡି ଚାଳନା କରୁଥିବାର ଜାଣିବାକୁ ପାଇଥିଲେ। ଏନେଇ ପୁଲିସ ଟୀମ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ହେପାଜତରୁ ସ୍କୁଟି ଟିକୁ ଜବତ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of the Accused person: Soumya Kanta Tripathy, S/o- Lt. Basudev Tripathy of Vill/PS- Kurala, Dist- Nayagada, At/pr- Plot No- 406/6 Sampur, PS- Bharatpur, Dist- Khordha.

Article Seized:One Honda Activa Scooty.

LEAVE A REPLY

Please enter your comment!
Please enter your name here