Baijayant Panda Slams Kejriwal’s Divisive Policy on Punjab

0
420

By Our Correspondent

BHUBANESWAR/NEW DELHI: ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦେଶ ବିରୋଧୀ ଚିନ୍ତାଧାରାକୁ ବିରୋଧ କରି ଦିଲ୍ଲୀ ବିଜେପି ଓ ଦିଲ୍ଲୀ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜି ଲାଲ୍‌ କିଲ୍ଲା ସମ୍ମୁଖରେ ଏକ ବିଶାଳ ମହିଳା ସମାବେଶର ଆୟୋଜନ କରାଯାଇଥିଲା| ଏହି ସମାବେଶରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ଦିଲ୍ଲୀ ପ୍ରଦେଶ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଯୋଗଦେଇ କେଜ୍ରିୱାଲଙ୍କ ଉପରେ କଡା ମନ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ଏହି ଅବସରରେ ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ଯେ ଦେଶ ଓ ପଞ୍ଜାବର ଥରେ ବିଭାଜନ ହୋଇସାରିଥିବା ବେଳେ ପୁନର୍ବାର ପଞ୍ଜାବକୁ ବିଭାଜନ କରି ଆଉ ଏକ ଦେଶର ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନକୁ  କାଦାପି ପୂରଣ ହେବାକୁ ଦିଆଯିବନାହିଁ କିମ୍ବା  କେଜ୍ରିୱାଲଙ୍କ ଏପରି ଦେଶ ବିରୋଧି  ଚିନ୍ତାଧାରାକୁ ବରଦାସ୍ତ କରାଯିବନାହିଁ|

କେଜ୍ରିୱାଲ ସରକାରଙ୍କ ନୂତନ ମଦ ନୀତିକୁ ସମାଲୋଚନା କରି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ଦିଲ୍ଲୀର ପ୍ରତି ୱାର୍ଡରେ ୩ଟି ଲେଖାଏଁ ମଦ ଦୋକାନ ଖୋଲୁଥିବା ଲୋକ ପଞ୍ଜାବକୁ କିଭଳି ନିଶାମୁକ୍ତ କରିବା କଥା ଚିନ୍ତା  କରୁଛନ୍ତି? ଦିଲ୍ଲୀର ଜନସାଧାରଣ କେଜ୍ରିୱାଲଙ୍କ  ଏହିଭଳି ଦୋମୁଁହା ନୀତିକୁ ବୁଝିସାରିଛନ୍ତି ଓ  ଆଗାମି ଦିନରେ ଏହି ବିରୋଧକୁ ସାରା ଦିଲ୍ଲୀରେ ଆହୁରି ବ୍ୟାପକ ଓ ତିବ୍ର କରାଯିବ| ଗତକାଲି ମଧ୍ୟ ଜନ୍ତର ମନ୍ତର ଠାରେ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା|

ଆଜିର ଏହି ସମାବେଶରେ ବୈଜୟନ୍ତ ପଣ୍ଡାଙ୍କ ସମେତ ଦିଲ୍ଲୀ ପ୍ରଦେଶ ସଭାପତି ଆଦେଶ ଗୁପ୍ତା, ସହ ପ୍ରଭାରୀ ଅଳକା ଗୁଜ୍ଜର, ଦିଲ୍ଲୀ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ୟୋଗିତା ସିଂ, ସାଂସଦ ରମେଶ ବିଧୁରୀ, ପରଭେସ ସାହିବ ସିଂ, ପୂର୍ବତନ ମନ୍ତ୍ରୀ ବିଜୟ ଗୋୟଲ ଓ ଦିଲ୍ଲୀ ପ୍ରଦେଶର କାର୍ଯ୍ୟକର୍ତ୍ତା, ପଦାଧିକାରୀ ଙ୍କ ସମେତ ପ୍ରାୟ ୧୦ ହଜାରରୁ ଅଧିକ ମହିଳା ଯୋଗଦେଇଥିଲେ|

LEAVE A REPLY

Please enter your comment!
Please enter your name here