Baijayant Panda led BJP Delegation visits Party leader late Bijay Pradhan’s Family

0
379

By Our Correspondent

BHUBANESWAR/KENDRAPARA: ବରିଷ୍ଠ ବିଜେପି ନେତା ତଥା ମହାକାଳପଡାର ବିଜେପି ବିଧାୟକ ପ୍ରାର୍ଥୀ ସ୍ବର୍ଗତ ବିଜୟ ପ୍ରଧାନଙ୍କୁ ବିଜେପି ନେତୃବୃନ୍ଦ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡାଙ୍କ ସହ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସମେତ ଅନେକ ବିଜେପି ନେତା ଆଜି ସକାଳେ ସ୍ବର୍ଗତ ପ୍ରଧାନଙ୍କ ଗଜପତିନଗର ସ୍ଥିତ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସ୍ବର୍ଗତ ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

ଏହି ଅବସରରେ ଶ୍ରୀଯୁକ୍ତ ପଣ୍ଡା ସ୍ବର୍ଗତ ପ୍ରଧାନଙ୍କ ଅକାଳ ବିୟୋଗ କେନ୍ଦ୍ରାପଡା ଜିଲ୍ଲା ବିଶେଷକରି ମହାକାଳପଡା ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

ସ୍ବର୍ଗତ ପ୍ରଧାନ କଂଗ୍ରେସ ରାଜନୀତିରୁ ନିଜର ରାଜନୈତିକ ଜୀବନି ଆରମ୍ଭ କରି ବିଜୁ ଜନତା ଦଳ ପରେ ବିଜେପିରେ ଯୋଗଦେଇଥିଲେ। ଗତ ୨୦୧୯ ସାଧାରଣ ନିର୍ବାଚନରେ ସେ ମହାକାଳପଡା ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିଥିଲେ। ବୈଜୟନ୍ତ ପଣ୍ଡାଙ୍କ ଅତ୍ୟନ୍ତ ଅନୁଗତ ସ୍ବର୍ଗତ ପ୍ରଧାନ ମହାକାଳପଡା ଅଞ୍ଚଳରେ ବେଶ୍‌ ଲୋକପ୍ରିୟ ନେତା ଥିଲେ।

ନିର୍ବାଚନରେ ପରାଜୟ ସତ୍ବେ ମହାକାଳପଡାରେ ବିଜେପି ସଂଗଠନକୁ ସୁଦୃଢ କରିବାକୁ ସେ ଅହରହ ଚେଷ୍ଟା ଚଳାଇଥିଲେ। ଚଳିତ ମାସ ୩ ତାରିଖରେ ହଠାତ୍‌ ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କର ପରଳୋକ ହୋଇଥିଲା। ପୁରୀ ସ୍ବର୍ଗଦ୍ବାରରେ ସ୍ବର୍ଗତ ପ୍ରଧାନଙ୍କ ଶେଷକୃତ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here